Advertisment

ସରିଲା ଅପେକ୍ଷା, ଜାରି ହେଲେ ଆଇପିଏଲ୍ ସିଡ୍ୟୁଲ୍

ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷାର ଶେଷ ହୋଇଛି। ଜାରି ହୋଇଛି ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ର ନୂଆ ସିଡ୍ୟୁଲ୍। ରବିବାର ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ପକ୍ଷରୁ ଆଇପିଏଲର ୧୩ଶ ସଂସ୍କରଣର କାର୍ଯ୍ୟସୂଚୀର ଘୋଷଣା କରାଯାଇଛି। ନୂଆ କାର୍ଯ୍ୟସୂଚୀ ଅନୁଯାୟୀ, ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ୟାଚ୍ ଅର୍ଥାତ୍ ସେପ୍ଟେମ୍ବର ୧୯ ତାରିଖରେ ଆବୁଧାବିରେ ଡିଫେଣ୍ଡିଂ ଚାମ୍ପିୟନ୍ ରୋହିତ୍ ଶର୍ମାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ଓ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର୍ କିଙ୍ଗସ୍ (ସିଏସକେ) ମଧ୍ୟରେ ଖେଳାଯିବ। ଏହି […]

ଅଦ୍ୟତନ ହୋଇଛି
ସରିଲା ଅପେକ୍ଷା, ଜାରି ହେଲେ ଆଇପିଏଲ୍ ସିଡ୍ୟୁଲ୍

ipl

Advertisment

ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷାର ଶେଷ ହୋଇଛି। ଜାରି ହୋଇଛି ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ର ନୂଆ ସିଡ୍ୟୁଲ୍। ରବିବାର ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ପକ୍ଷରୁ ଆଇପିଏଲର ୧୩ଶ ସଂସ୍କରଣର କାର୍ଯ୍ୟସୂଚୀର ଘୋଷଣା କରାଯାଇଛି। ନୂଆ କାର୍ଯ୍ୟସୂଚୀ ଅନୁଯାୟୀ, ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ୟାଚ୍ ଅର୍ଥାତ୍ ସେପ୍ଟେମ୍ବର ୧୯ ତାରିଖରେ ଆବୁଧାବିରେ ଡିଫେଣ୍ଡିଂ ଚାମ୍ପିୟନ୍ ରୋହିତ୍ ଶର୍ମାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ଓ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର୍ କିଙ୍ଗସ୍ (ସିଏସକେ) ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍ ଭାରତୀୟ ସମୟାନୁସାରେ ରାତି ୭.୩୦ ମିନିଟରେ ଖେଳାଯିବ।

Advertisment

Image

ଏହା ପରଦିନ ଅର୍ଥାତ୍ ୨୦ ତାରିଖରେ ଦୁବାଇରେ ଦିଲ୍ଲୀ କ୍ୟାପିଟାଲ୍ସ ଓ କିଙ୍ଗସ୍ ଇଲେଭେନ୍ ପଞ୍ଜାବ ମଧ୍ୟରେ ଅନୁଷ୍ଠିତ ହେବ। ସୋମବାର ସେପ୍ଟେମ୍ବର ୨୧ ତାରିଖରେ ଦୁବାଇରେ ସନରାଇଜର୍ସ ହାଇଦ୍ରାବାଦ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମୁହାଁମୁହିଁ ହେବେ। ସେପ୍ଟେମ୍ବର ୨୨ ତାରିଖରେ ଶାରଜାରେ ରାଜସ୍ଥାନ ରୟାଲ୍ସ ଓ ଚେନ୍ନାଇ ସୁପର୍ କିଙ୍ଗସ୍ ମଧ୍ୟରେ ମ୍ୟାଚ୍ ଖେଳାଯିବ।

ଦୁବାଇରେ ଆଇପିଏଲର ସର୍ବାଧିକ ୨୪ଟି ମ୍ୟାଚ୍ ଖେଳାଯିବ। ସେହିପରି ଆବୁଧାବିରେ ୨୦ଟି ଏବଂ ଶାରଜାରେ ୧୨ଟି ମ୍ୟାଚ୍ ଖେଳାଯିବ। ତେବେ ଆଇପିଏଲ୍ ପ୍ଲେ-ଅଫ୍ ଏବଂ ଫାଇନାଲ୍ ମୁକାବିଲାର ଆୟୋଜନ ସ୍ଥଳର ନାଁ ପରେ ଘୋଷଣା କରାଯିବ ବୋଲି ଆଇପିଏଲ୍ ଗଭର୍ଣ୍ଣିଂ କାଉନସିଲ୍ କହିଛି।

Advertisment

Image

ଟୁର୍ଣ୍ଣାମେଣ୍ଟ ସେପ୍ଟେମ୍ବର ୧୯ ତାରିଖରୁ ଆରମ୍ଭ ହୋଇ ୫୩ ଦିନ ଧରି ଚାଲିବ। ଫାଇନାଲ୍ ମୁକାବିଲା ନଭେମ୍ବର ୧୦ ତାରିଖରେ ଖେଳାଯିବ। ଏଥର ଆଇପିଏଲରେ ୧୦ଟି ଡବଲ୍ ହେଡର୍ (ଦିନକରେ ଦୁଇଟି ମ୍ୟାଚ୍) ମୁକାବିଲା ଖେଳାଯିବ। ଏଥର ଆୟୋଜକ ଆଇପିଏଲ୍ ମ୍ୟାଚକୁ ନିୟମିତ ସମୟରୁ ୩୦ ମିନିଟ୍ ଆଗୁଆ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅର୍ଥାତ୍ ଅପରାହ୍ଣ ୪ଟା ବେଳେ ଖେଳାଯାଉଥିବା ମ୍ୟାଚ୍ ଏବେ ଅପରାହ୍ଣ ୩.୩୦ରେ ଆରମ୍ଭ ହେବ। ସେହିପରି ରାତି ୮ଟାରେ ଖେଳାଯାଉଥିବା ମ୍ୟାଚ୍ ୭.୩୦ରେ ଖେଳାଯିବ।

https://twitter.com/ANI/status/1302565932489781251?s=20

ସୂଚନାଯୋଗ୍ୟ, ଟୁର୍ଣ୍ଣାମେଣ୍ଟର ସିଡ୍ୟୁଲ୍ ପୂର୍ବରୁ ହିଁ ଘୋଷଣା ହେବା ନେଇ ଧାର୍ଯ୍ୟ ହୋଇଥିଲା। କିନ୍ତୁ ଏହା ମଧ୍ୟରେ ଚେନ୍ନାଇ ସୁପର୍ କିଙ୍ଗସର କିଛି ଖେଳାଳି କରୋନାରେ ଆକ୍ରାନ୍ତ ହୋଇଥିଲା। ଯେଉଁ କାରଣରୁ ସିଡ୍ୟୁଲ ଘୋଷଣା ହେବାରେ ବିଳମ୍ବ ହୋଇଥିଲା। ବର୍ତ୍ତମାନ ଚେନ୍ନାଇର ସବୁ ଖେଳାଳିଙ୍କ ରିପୋର୍ଟ ନେଗେଟିଭ୍ ଆସିଥିବା ସୂଚନା ମିଳିଛି। ଏପରିକି ଟିମ୍ ଅଭ୍ୟାସ କରିବା ମଧ୍ୟ ଆରମ୍ଭ କରିଦେଇଛି। ଚେନ୍ନାଇ ଅଗଷ୍ଟ ୨୮ ତାରିଖରେ ୟୁଏଇରେ ପ୍ରାକ୍ଟିସ୍ ଆରମ୍ଭ କରିଥିଲା, କିନ୍ତୁ ଦଳର ୧୩ଜଣ (୨ ଖେଳାଳି ଏବଂ ୧୧ଜଣ ସପୋର୍ଟ ଷ୍ଟାଫ୍) ସଦସ୍ୟଙ୍କର ପଜିଟିଭ୍ ଆସିବା ପରେ ଏହାକୁ ସ୍ଥଗିତ କରାଯାଇଥିଲା।

Advertisment

ଆଇପିଏଲ୍ ସିଡ୍ୟୁଲ୍ ସହ ୭ଜଣ କମେଣ୍ଟେଟରଙ୍କ ନାଁ ମଧ୍ୟ ଘୋଷଣା କରାଯାଇଥିବା ସୂଚନା ମିଳିଛି। ଏଥିରେ ସୁନୀଲ ଗାଭାସ୍କର, ଲକ୍ଷ୍ମଣ ଶିବରାମକ୍ରିଷ୍ଣା, ମୁରଲୀ କାର୍ତ୍ତିକ, ଦୀପ ଦାସଗୁପ୍ତା, ଅଞ୍ଜୁମ ଚୋପ୍ରା, ରୋହନ୍ ଗାଭାସ୍କର ଏବଂ ହର୍ଷା ଭୋଗଲେ ସାମିଲ୍ ଅଛନ୍ତି। ଏମାନେ ସମସ୍ତେ ସେପ୍ଟେମ୍ବର ୧୦ ତାରିଖରେ ୟୁଏଇ ଗସ୍ତ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ