Advertisment

ଚାଇନିଜ୍ କମ୍ପାନୀ 'ଭିଭୋ'ର ସ୍ଥାନ ନେବ ବାବା ରାମଦେବଙ୍କ 'ପତଞ୍ଜଳି'!

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ)ର ୧୩ଶ ସଂସ୍କରଣ ପାଇଁ ଆଉ ଦେଢ଼ ମାସରୁ କମ୍ ସମୟ ବାକି ରହିଲା। କିନ୍ତୁ ଏପର୍ଯ୍ୟନ୍ତ ଆଇପିଏଲର ଟାଇଟଲ୍ ସ୍ପନସର୍ କିଏ ହେବ, ତାହା ଧାର୍ଯ୍ୟ ହୋଇପାରିନାହିଁ। ଆଇପିଏଲର ୧୩ଶ ସଂସ୍କରଣରୁ ଚାଇନିଜ୍ ମୋବାଇଲ୍‌ କମ୍ପାନୀ ‘ଭିଭୋ’ ହଟିବା ପରେ ଏବେ ନୂଆ ପ୍ରାୟୋଜକ ପାଇଁ ବାଟ ଫିଟିଛି। ଏଭଳି ସ୍ଥିତିରେ ଯୋଗଗୁରୁ ବାବା ରାମଦେବଙ୍କ ‘ପତଞ୍ଜଳି’ ମଧ୍ୟ ଏହି ଦୌଡ଼ରେ ସାମିଲ୍‌ ହୋଇଛି। ତେବେ ଏ ନେଇ ବିସିସିଆଇ […]

ଚାଇନିଜ୍ କମ୍ପାନୀ 'ଭିଭୋ'ର ସ୍ଥାନ ନେବ ବାବା ରାମଦେବଙ୍କ 'ପତଞ୍ଜଳି'!

PATANJALI

Advertisment

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ)ର ୧୩ଶ ସଂସ୍କରଣ ପାଇଁ ଆଉ ଦେଢ଼ ମାସରୁ କମ୍ ସମୟ ବାକି ରହିଲା। କିନ୍ତୁ ଏପର୍ଯ୍ୟନ୍ତ ଆଇପିଏଲର ଟାଇଟଲ୍ ସ୍ପନସର୍ କିଏ ହେବ, ତାହା ଧାର୍ଯ୍ୟ ହୋଇପାରିନାହିଁ। ଆଇପିଏଲର ୧୩ଶ ସଂସ୍କରଣରୁ ଚାଇନିଜ୍ ମୋବାଇଲ୍‌ କମ୍ପାନୀ 'ଭିଭୋ' ହଟିବା ପରେ ଏବେ ନୂଆ ପ୍ରାୟୋଜକ ପାଇଁ ବାଟ ଫିଟିଛି। ଏଭଳି ସ୍ଥିତିରେ ଯୋଗଗୁରୁ ବାବା ରାମଦେବଙ୍କ 'ପତଞ୍ଜଳି' ମଧ୍ୟ ଏହି ଦୌଡ଼ରେ ସାମିଲ୍‌ ହୋଇଛି। ତେବେ ଏ ନେଇ ବିସିସିଆଇ ପକ୍ଷରୁ କୌଣସି ସୂଚନା ମିଳିନାହିଁ।

Advertisment

'ପତଞ୍ଜଳି'ର ମୁଖପାତ୍ର ଏସ୍ ତିଜରୱାଲା କହିଛନ୍ତି, ଆମେ ଚଳିତ ବର୍ଷ ଆଇପିଏଲର ଟାଇଟଲ୍ ସ୍ପନସର୍ ପାଇଁ ଯୋଜନା କରୁଛୁ। କାରଣ ଆମେ 'ପତଞ୍ଜଳି' ବ୍ରାଣ୍ଡକୁ ଗ୍ଲୋବାଲ୍‌ ସ୍ତରରେ ପରିଚିତ କରାଇବାକୁ ଚାହୁଁଛୁ। ଏଥିପାଇଁ ବିସିସିଆଇକୁ ଏକ ପ୍ରସ୍ତାବ ପଠାଇବାକୁ ପ୍ରସ୍ତୁତ ହେଉଛୁ।

ସୂଚନାଯୋଗ୍ୟ, ଆଇପିଏଲ୍‌ ୨୦୨୦ ପାଇଁ ବିସିସିଆଇ ନୂଆ ଟାଇଟଲ୍ ସ୍ପନସର୍ ପାଇଁ ଆଜି ଟେଣ୍ଡର ଜାରି କରିପାରେ। ଭିଭୋ ହଟିବା ପରେ ଆଇପିଏଲର ସ୍ପନସର୍ ପାଇଁ ଭିଓ, ଆମାଜନ୍, ଟାଟା ଗ୍ରୁପ୍, ଡ୍ରିମ୍ ଇଲେଭେନ୍ ଓ ବାଇଜୁସ୍ ଭଳି କମ୍ପାନୀ ଆଗ୍ରହ ଦେଖାଇଛନ୍ତି। ବିସିସିଆଇ ଆଇପିଏଲ୍‌-୧୩ର ନୂଆ ପ୍ରାୟୋଜକ ପାଇଁ ପାରଦର୍ଶିତା ଓ ପ୍ରୋସିଜ୍ୟୋର୍ ପାଳନ କରିବ।

Advertisment

ବିଶେଷଜ୍ଞଙ୍କ ଅନୁଯାୟୀ, ଭିଭୋ ସ୍ଥାନରେ ଟାଇଟଲ୍‌ ସ୍ପନସର୍ ହାସଲ କରିବା ପାଇଁ 'ଭିଭୋ' ଭଳି ୪୪୦ କୋଟି ଟଙ୍କା ଦେବାକୁ ପଡ଼ିବ। ହରିଦ୍ୱାରସ୍ଥିତ 'ପତଞ୍ଜଳି' ଗ୍ରୁପର ବାର୍ଷିକ ଆୟ ପାଖାପାଖି ୧୦,୫୦୦ କୋଟି ଟଙ୍କା ରହିଛି। ତା'ଛଡ଼ା ଦିନକୁ ଦିନ 'ପତଞ୍ଜଳି'ର ଚାହିଦା ମାର୍କେଟରେ ବଢ଼ିବାରେ ମଧ୍ୟ ଲାଗିଛି।

ସୂଚନାଯୋଗ୍ୟ, ଭିଭୋ ୨୦୧୮ରୁ ୫ ବର୍ଷ ପାଇଁ ୨୧୯୦ କୋଟି ଟଙ୍କା (ପ୍ରତି ବର୍ଷ ୪୪୦ କୋଟି ଟଙ୍କା)ରେ ଆଇପିଏଲର ଟାଇଟଲ୍‌ ପ୍ରାୟୋଜକ ଅଧିକାର ହାସଲ କରିଥିଲା। ଆସନ୍ତାବର୍ଷ ଭିଭୋ ମୁଖ୍ୟ ପ୍ରାୟୋଜକ ଭାବେ ପୁଣିଥରେ ଫେରିପାରେ। ଭାରତରେ ଚାଇନିଜ୍ ସାମଗ୍ରୀର କଡ଼ା ବିରୋଧ କରାଯାଉଛି। ଭିଭୋ ମଧ୍ୟ ଏକ ଚାଇନିଜ୍ କମ୍ପାନୀ।

Advertisment

ଗଲୱାନ ଘାଟିରେ ଭାରତ ଓ ଚୀନ୍ ସେନା ମଧ୍ୟରେ ସଂଘର୍ଷ ପରେ ଦେଶର ବର୍ତ୍ତମାନ ସ୍ଥିତିକୁ ଦେଖି ବିସିସିଆଇକୁ ଏହି ନିଷ୍ପତ୍ତି ନେବାକୁ ପଡ଼ିଛି। ଆଇପିଏଲ୍‌ ଆସନ୍ତା ସେପ୍ଟେମ୍ବର ୧୯ ତାରିଖରୁ ନଭେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ