Advertisment

ସେପ୍ଟେମ୍ବର ୧୯ରୁ ଆଇପିଏଲ୍, ଗ୍ରୀନ୍ ସିଗନାଲ୍‌ ଦେଲେ ଭାରତ ସରକାର

ନୂଆଦିଲ୍ଲୀ: ଚଳିତ ବର୍ଷ ସେପ୍ଟେମ୍ବର ୧୯ରୁ ନଭେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ୟୁଏଇରେ ଆୟୋଜିତ ହେବ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ର ୧୩ଶ ସଂସ୍କରଣ। ଏହି ବ୍ୟୟବହୁଳ କ୍ରିକେଟ୍‌ ଲିଗର ଆୟୋଜନ ପାଇଁ ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ)କୁ ଭାରତ ସରକାରଙ୍କ ତରଫରୁ ଅନୁମତି ମିଳିଛି। ଦେଶ ବାହାରେ ଆଇପିଏଲ୍ ଆୟୋଜନ ନେଇ ବିସିସିଆଇ ଭାରତ ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିଥିଲା, କିନ୍ତୁ ଆଜି ଆଇପିଏଲର ଗଭର୍ଣ୍ଣିଂ କାଉନସିଲ୍ ବୈଠକ ପରେ ଏହି ଟି-୨୦ ଲିଗ୍ […]

ଅଦ୍ୟତନ ହୋଇଛି
ସେପ୍ଟେମ୍ବର ୧୯ରୁ ଆଇପିଏଲ୍, ଗ୍ରୀନ୍ ସିଗନାଲ୍‌ ଦେଲେ ଭାରତ ସରକାର

IPL

Advertisment

ନୂଆଦିଲ୍ଲୀ: ଚଳିତ ବର୍ଷ ସେପ୍ଟେମ୍ବର ୧୯ରୁ ନଭେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ୟୁଏଇରେ ଆୟୋଜିତ ହେବ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ର ୧୩ଶ ସଂସ୍କରଣ। ଏହି ବ୍ୟୟବହୁଳ କ୍ରିକେଟ୍‌ ଲିଗର ଆୟୋଜନ ପାଇଁ ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ)କୁ ଭାରତ ସରକାରଙ୍କ ତରଫରୁ ଅନୁମତି ମିଳିଛି। ଦେଶ ବାହାରେ ଆଇପିଏଲ୍ ଆୟୋଜନ ନେଇ ବିସିସିଆଇ ଭାରତ ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିଥିଲା, କିନ୍ତୁ ଆଜି ଆଇପିଏଲର ଗଭର୍ଣ୍ଣିଂ କାଉନସିଲ୍ ବୈଠକ ପରେ ଏହି ଟି-୨୦ ଲିଗ୍ ପାଇଁ ଚିତ୍ର ସ୍ପଷ୍ଟ ହୋଇଯାଇଛି।

Advertisment

ଏହାସହ ବିସିସିଆଇ ମହିଳା ଆଇପିଏଲ୍ ମଧ୍ୟ ଆୟୋଜନ ନେଇ ସ୍ପଷ୍ଟ କରିଛି। ଆଇପିଏଲର ସମସ୍ତ ପ୍ରାୟୋଜକ ବଳବତ୍ତର ରହିଛନ୍ତି। ଅର୍ଥାତ୍ ଆଇପିଏଲର ମୁଖ୍ୟ ପ୍ରାୟୋଜକ ଭାବେ ଚୀନ୍ ସ୍ପନସର୍ ଭିଭୋର ରହିବା ସୁନିଶ୍ଚିତ ହୋଇଛି।

ଟୁର୍ଣ୍ଣାମେଣ୍ଟ ସେପ୍ଟେମ୍ବର ୧୯ ତାରିଖରୁ ଆରମ୍ଭ ହୋଇ ୫୩ ଦିନ ପର୍ଯ୍ୟନ୍ତ ଚାଲିବ। ଆଇପିଏଲର ଫାଇନାଲ୍‌ ନଭେମ୍ବର ୧୦ ତାରିଖରେ ଅନୁଷ୍ଠିତ ହେବ, ଯାହାର ପ୍ରସାରକଙ୍କୁ ଦୀପାବଳି ସପ୍ତାହର ଭରପୂର ଫାଇଦା ମିଳିବ। ବିସିସିଆଇର ଜଣେ ଅଧିକାରୀ କହିଛନ୍ତି, ଏଥର ଆଇପିଏଲରେ ୧୦ଟି ଡବଲ୍ ହେଡର୍ (ଅର୍ଥାତ୍ ଗୋଟିଏ ଦିନରେ ଦୁଇଟି ମ୍ୟାଚ୍) ମ୍ୟାଚ୍ ଖେଳାଯିବ। ଯେହେତୁ ଟୁର୍ଣ୍ଣାମେଣ୍ଟ ୟୁଏଇରେ ଆୟୋଜିତ ହେବ, ସେଥି ପାଇଁ ସବୁ ମ୍ୟାଚଗୁଡ଼ିକ ସନ୍ଧ୍ୟା ୭.୩୦ରେ ଆରମ୍ଭ ହେବ ବୋଲି ବିସିସିଆଇ ସ୍ପଷ୍ଟ କରିଛି।

Advertisment

ଟୁର୍ଣ୍ଣାମେଣ୍ଟ ପାଇଁ ବିସିସିଆଇ ଏକ ଷ୍ଟାଣ୍ଡାର୍ଡ ଅପରେସନ୍ ପ୍ରୋସିଜ୍ୟୋର୍ (ଏସଓପି) ପ୍ରସ୍ତୁତ କରିଛି। ସବୁ ଫ୍ରାଞ୍ଚାଇଜି ଅଗଷ୍ଟ ୨୬ ତାରିଖ ପରେ ୟୁଏଇ ଅଭିମୁଖେ ଯାତ୍ରା କରିବେ। ଉଭୟ ଘରୋଇ ଓ ବିଦେଶୀ ଖେଳାଳିମାନଙ୍କ ପାଇଁ ଚାଟାର୍ଡ ବିମାନ ଯୋଗେ ଯାତ୍ରା କରିବେ।

ଟୁର୍ଣ୍ଣାମେଣ୍ଟର ପ୍ରାରମ୍ଭିକ ପର୍ଯ୍ୟାୟରେ ଷ୍ଟାଡିୟମ ଭିତରକୁ ଦର୍ଶକଙ୍କୁ ଏଣ୍ଟ୍ରି ମିଳିବ। ଅର୍ଥାତ୍ ଆଇପିଏଲର ପ୍ରଥମ କିଛି ମ୍ୟାଚ୍ ବିନା ଦର୍ଶକରେ ଖେଳାଯିବ। କିନ୍ତୁ ଶେଷଆଡ଼କୁ ଯଦି ୟୁଏଇ ସରକାରଙ୍କ ଅନୁମତି ମିଳେ, ତାହେଲେ ସୀମିତ ଦର୍ଶକଙ୍କୁ ଷ୍ଟାଡିୟମ ଭିତରକୁ ଯିବା ପାଇଁ ଅନୁମତି ମିଳିପାରେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ