Advertisment

ଚାଇନିଜ୍ କମ୍ପାନୀ 'VIVO'କୁ ସସ୍‌ପେଣ୍ଡ କଲା ବିସିସିଆଇ

ନୂଆଦିଲ୍ଲୀ: ଲଦାଖରେ ଭାରତ ଓ ଚୀନ୍ ମଧ୍ୟରେ ଚାଲିଥିବା ସୀମା ବିବାଦର ପ୍ରଭାବ ଆଇପିଏଲ୍‌ ଉପରେ ପଡ଼ିଛି। ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ଆଇପିଏଲର ପରବର୍ତ୍ତୀ ସିଜନ୍ ପାଇଁ ଟୁର୍ଣ୍ଣାମେଣ୍ଟର ଟାଇଟଲ୍ ସ୍ପନସର୍ ଥିବା ଚାଇନିଜ୍ ମୋବାଇଲ୍ କମ୍ପାନୀ ‘VIVO’କୁ ସସପେଣ୍ଡ କରିଛି। ମଙ୍ଗଳବାର ଚାଇନିଜ୍ ମୋବାଇଲ୍ କମ୍ପାନୀ VIVO’ ଆଇପିଏଲର ଟାଇଟଲ୍ ସ୍ପନସରଶିପରୁ ହଟିବା ନେଇ ନିଷ୍ପତ୍ତି ନେଇଥିଲା। ଯାହାର ଦିନକ ବ୍ୟବଧାନରେ ବିସିସିଆଇ ନିଜ ତରଫରୁ VIVO’କୁ ଏହି ଟୁର୍ଣ୍ଣାମେଣ୍ଟରୁ ସସପେଣ୍ଡ କରିଥିବା […]

ଚାଇନିଜ୍ କମ୍ପାନୀ 'VIVO'କୁ ସସ୍‌ପେଣ୍ଡ କଲା ବିସିସିଆଇ

ipl

Advertisment

ନୂଆଦିଲ୍ଲୀ: ଲଦାଖରେ ଭାରତ ଓ ଚୀନ୍ ମଧ୍ୟରେ ଚାଲିଥିବା ସୀମା ବିବାଦର ପ୍ରଭାବ ଆଇପିଏଲ୍‌ ଉପରେ ପଡ଼ିଛି। ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ଆଇପିଏଲର ପରବର୍ତ୍ତୀ ସିଜନ୍ ପାଇଁ ଟୁର୍ଣ୍ଣାମେଣ୍ଟର ଟାଇଟଲ୍ ସ୍ପନସର୍ ଥିବା ଚାଇନିଜ୍ ମୋବାଇଲ୍ କମ୍ପାନୀ 'VIVO'କୁ ସସପେଣ୍ଡ କରିଛି।

Advertisment

ମଙ୍ଗଳବାର ଚାଇନିଜ୍ ମୋବାଇଲ୍ କମ୍ପାନୀ VIVO' ଆଇପିଏଲର ଟାଇଟଲ୍ ସ୍ପନସରଶିପରୁ ହଟିବା ନେଇ ନିଷ୍ପତ୍ତି ନେଇଥିଲା। ଯାହାର ଦିନକ ବ୍ୟବଧାନରେ ବିସିସିଆଇ ନିଜ ତରଫରୁ VIVO'କୁ ଏହି ଟୁର୍ଣ୍ଣାମେଣ୍ଟରୁ ସସପେଣ୍ଡ କରିଥିବା ସ୍ପଷ୍ଟ କରିଛି।

ଏକ ପ୍ରେସ୍ ବିଜ୍ଞପ୍ତି ଅନୁଯାୟୀ, ବିସିସିଆଇ ଓ VIVO' ମୋବାଇଲ୍ ପ୍ରାଇଭେଟ୍‌ ଲିମିଟେଡ୍ ୨୦୨୦ ଆଇପିଏଲ୍ ସଂସ୍କରଣ ପାଇଁ ତା'ର ପାର୍ଟନରଶିପକୁ ସସପେଣ୍ଡ କରିବାକୁ ନିଷ୍ପତ୍ତି ନେଇଛି। VIVO' ୨୦୧୮ରୁ ୨୦୨୨ ପର୍ଯ୍ୟନ୍ତ ୫ ବର୍ଷ ପାଇଁ ୨୧୯୦ କୋଟି (ପ୍ରତିବର୍ଷ ୪୪୦ କୋଟି ଟଙ୍କା)ରୋ ଆଇପିଏଲର ଟାଇଟଲ୍ ସ୍ପନସର୍ ଭାବେ ବିସିସିଆଇ ସହ ଚୁକ୍ତି କରିଥିଲା।

Advertisment

ଯେହେତୁ ଚଳିତ ସଂସ୍କରଣ ପାଇଁ ଭିଭୋକୁ ସସପେଣ୍ଡ କରିଦିଆଯାଇଛି, ତେଣୁ ଏବେ ବିସିସିଆଇ ନୂଆ ଟାଇଟଲ୍ ସ୍ପନସର୍ ପାଇଁ ବିଜ୍ଞପ୍ତି ପ୍ରକ୍ରିୟା ଆରମ୍ଭ କରିବ ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ଆଇପିଏଲର ୧୩ଶ ସଂସ୍କରଣ ସେପ୍ଟେମ୍ବର ୧୯ ତାରିଖରୁ ୟୁଏଇରେ ଆରମ୍ଭ ହେବ। କୋଭିଡ୍-୧୯ ମହାମାରୀ ବ୍ୟାପୁଥିବାର ଦେଖି ବିସିସିଆଇ ଏହି ବ୍ୟୟବହୁଳ ଲିଗକୁ ବିଦେଶରେ ଆୟୋଜନ କରିବାକୁ ବାଧ୍ୟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ