T20 Photograph: (OTV)
ବଢିଲା ଭାରତର ସେମିଫାଇନାଲ୍ ଆଶା । ଜିମ୍ବାୱେ ବିପକ୍ଷରେ ଚିତ୍ତାକର୍ଷକ ବିଜୟ ପରେ ଟିମ୍ ଇଣ୍ଡିଆର ସେମି ଆଶା ଉଜ୍ଜୀବିତ ହୋଇଛି। ଆସନ୍ତା ରବିବାର ହେବ ନିର୍ଣ୍ଣାୟକ ଲଢେଇ। ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ମ୍ୟାଚ୍ ଜିତିଲେ ହିଁ ସେମିଫାଇନାଲରେ ପ୍ରବେଶ କରିବ ଭାରତ । ଅର୍ଥାତ ଦୁଇ ଦଳ ପାଇଁ କର ବା ମର ସ୍ଥିତି ।
ରବିବାର ମ୍ୟାଚରେ ଯିଏ ଜିତିବ ସିଏ ସେମିଫାଇନାଲରେ ପ୍ରବେଶ କରିବ । ତେବେ ଯଦି ବର୍ଷା ବାଧାଦିଏ ଭାରତ ପାଇଁ ବଡ଼ ସମସ୍ୟା ହୋଇପାରେ । କାରଣ ଜିମ୍ବାୱେକୁ ୭୨ ରନରେ ହରାଇଥିଲେ ମଧ୍ୟ ଭାରତ ଏବେ ବି ମାଇନସ ରନରେଟ୍ ରହିତ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ରହିଛି । ତେବେ ମ୍ୟାଚ୍ ବିଜୟ ହିଁ ଫଳାଫଳ ନିର୍ଦ୍ଧାରଣ କରିବ ।
ଆସନ୍ତା ରବିବାର ଇଡେନ ଗାର୍ଡେନରେ ଖେଳାଯିବାକୁ ଯିବାକୁ ଥିବା ଭାରତ-ୱେଷ୍ଟଇଣ୍ଡିଜ୍ ମୁକାବିଲା କ୍ବାର୍ଟରଫାଇନାଲ୍ ସଦୃଶ । ଗତକାଲି ପ୍ରଥମେ ବ୍ୟାଟିଂ କରି ଭାରତ ଜିମ୍ବାୱେ ବିପକ୍ଷରେ ୨୫୭ ରନର ବିଶାଳ ଟାର୍ଗେଟ୍ ରଖିଥିଲା। ଭାରତୀୟ ବ୍ୟାଟରମାନେ ଧମାକାଦାର୍ ପ୍ରଦର୍ଶନ କରିଥିଲେ । କିନ୍ତୁ ବୋଲିଂରେ ସେତେଟା ପ୍ରଭାବୀ ପ୍ରଦର୍ଶନ ଦେଖିବାକୁ ମିଳିନଥିଲା ।
ଗ୍ରୁପ୍-୧ ରେ ଦକ୍ଷିଣ ଆଫ୍ରିକା ସେମିରେ ସ୍ଥାନ ପକ୍କା କରିଥିବା ବେଳେ ଜିମ୍ବାୱେ ଭାରତଠୁ ପରାଜିତ ହୋଇ ସେମିରୁ ବାଦ୍ ପଡିଛି।
ଆସନ୍ତା ରବିବାର ହେବ ନିର୍ଣ୍ଣାୟକ ଲଢେଇ
ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ମ୍ୟାଚ୍ ଜିତିଲେ ହିଁ ସେମିକୁ ଯିବ ଇଣ୍ଡିଆ
ଆସନ୍ତା ରବିବାର ଇଣ୍ଡିଆ-ଇଣ୍ଡିଜ୍ ପାଇଁ କର ବା ମର ସ୍ଥିତି
ଭାରତ-ୱେଷ୍ଟଇଣ୍ଡିଜ୍ ମୁକାବିଲା କ୍ବାର୍ଟରଫାଇନାଲ୍ ସଦୃଶ
ରବିବାର ମ୍ୟାଚରେ ଯିଏ ଜିତିବ ସେମିଫାଇନାଲରେ ପ୍ରବେଶ କରିବ
ବର୍ଷା ବାଧାଦେଲେ ଭାରତ ପାଇଁ ବଡ଼ ସମସ୍ୟା ହୋଇପାରେ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/27/t20-2026-02-27-10-49-44.jpg)