Saina Nehwal Photograph: (OTV)
ଭାରତର ବ୍ୟାଡମିଣ୍ଟନ ତାରକା ସାଇନା ନେହୱାଲ ଖେଳରୁ ଅବସର ଘୋଷଣା କରିଛନ୍ତି। ୩୫ ବର୍ଷୀୟା ଖେଳାଳି ୨୦୨୩ ସିଙ୍ଗାପୁର ଓପନ୍ ପରଠାରୁ କୌଣସି ପ୍ରତିଯୋଗିତାମୂଳକ ମ୍ୟାଚ୍ ଖେଳି ନାହାଁନ୍ତି। କିନ୍ତୁ ସେତେବେଳେ ସେ ଆନୁଷ୍ଠାନିକ ଭାବରେ ତାଙ୍କର ଅବସର ଘୋଷଣା କରି ନଥିଲେ।
ଏ ନେଇ ସାଇନା କହିଛନ୍ତି, "ମୁଁ ଦୁଇ ବର୍ଷ ତଳେ ଖେଳିବା ବନ୍ଦ କରିଦେଇଥିଲି। ମୁଁ ପ୍ରକୃତରେ ଅନୁଭବ କରିଥିଲି ଯେ ମୁଁ ନିଜ ଇଚ୍ଛାରେ ଖେଳରେ ପ୍ରବେଶ କରିଥିଲି ଏବଂ ନିଜ ଇଚ୍ଛାରେ ଛାଡ଼ିଛି, ତେଣୁ ଏହା ଘୋଷଣା କରିବାର କୌଣସି ଆବଶ୍ୟକତା ନଥିଲା," ସେ ଏକ ପଡକାଷ୍ଟରେ କହିଥିଲେ। ସେ କହିଥିଲେ, ବିଶ୍ୱର ଶ୍ରେଷ୍ଠ ଖେଳାଳୀ ହେବା ପାଇଁ ଆଠରୁ ନଅ ଘଣ୍ଟା ତାଲିମ ନେବାକୁ ପଡେ। କିନ୍ତୁ ମୁଁ ଦୁଇ ଘଣ୍ଟା ମଧ୍ୟରେ ହିଁ ହାର୍ ମାନି ଯାଉଥିଲି।
ପିଭି ସିନ୍ଧୁଙ୍କ ପୂର୍ବରୁ ସାଇନା 'ଭାରତୀୟ ବ୍ୟାଡମିଣ୍ଟନର ରାଣୀ' ଥିଲେ। ୨୦୧୨ ମସିହାରେ, ସେ ଲଣ୍ଡନ ଗେମ୍ସରୁ କାଂସ୍ୟ ପଦକ ଆଣି ଅଲିମ୍ପିକ୍ ପଦକ ଜିତିଥିବା ପ୍ରଥମ ଭାରତୀୟ ସଟଲର୍ ହୋଇଥିଲେ। ସାଇନା ତିନିଥର ରାଜ୍ୟଗୋଷ୍ଠୀ ଗେମ୍ସ ପଦକ ବିଜେତା ମଧ୍ୟ। ମୋଟାମୋଟି ଭାବରେ, ସେ ଜୁନିଅର ସ୍ତରରେ ୪ଟି ସହିତ ୧୫ଟି ଅନ୍ତର୍ଜାତୀୟ ପଦକ ଜିତିଛନ୍ତି। ସେ BWF ରାଙ୍କିଙ୍ଗରେ ମଧ୍ୟ ପୂର୍ବତନ ନମ୍ବର ୧।
୨୦୧୬ ରିଓ ଅଲିମ୍ପିକ୍ସ ସମୟରେ, ସାଇନାଙ୍କ ଆଣ୍ଠୁରେ ଏକ ଜୋର ଆଘାତ ଲାଗିଥିଲା। ଏହା ପରେ ସେ ଖେଳିବା ଜାରି ରଖିଥିଲେ। କିନ୍ତୁ ତାଙ୍କ ସମସ୍ୟା ପରେ ବହୁତ କଷ୍ଟ ଦେଇଥିଲା। ୨୦୨୪ ମସିହାରେ କହିଥିଲେ ଯେ, ତାଙ୍କ ଆଣ୍ଠୁରେ ଆର୍ଥ୍ରାଇଟିସ୍ ଅଛି। ଯାହା ପରେ ସେ ଖେଳିବା ବନ୍ଦ କରି ଦେଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/20/saina-nehwal-2026-01-20-13-01-00.jpg)