Advertisment

Indian Womens Team: ବିଜେତା ରାଣୀଙ୍କ ୫୨ କାହାଣୀ, ଇତିହାସ ରଚିଲା ଭାରତୀୟ ମହିଳା କ୍ରିକେଟ୍ ଟିମ୍

ଗତକାଲି  ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍ ହରାଇ ୨୯୮ ରନ୍ କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ୨୪୬ ରନରେ ଅଲଆଉଟ୍ ହୋଇଯାଇଥିଲା। ଦୀପ୍ତି ଶର୍ମା ଚମତ୍କାର ପ୍ରଦର୍ଶନ କରି ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

bijeta

bijeta Photograph: (OTV)

Advertisment

ବିଜେତା ରାଣୀଙ୍କ ବାଉନ କାହାଣୀ। ଭାରତୀୟ ମହିଳା କ୍ରିକେଟ୍ ଟିମ୍ ଇତିହାସ ରଚିବା ପରେ ଗତକାଲିଠୁ ସାରା ଦେଶରେ ଏଭଳି ଚର୍ଚ୍ଚା। ୫୨ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟଣାରେ ଶେଷରେ ୫୨ ରନରେ ବିଶ୍ବକପ୍ ମୁକୁଟ ପିନ୍ଧିଛି ଭାରତ ।

Advertisment

ଗତକାଲି  ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍ ହରାଇ ୨୯୮ ରନ୍ କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ୨୪୬ ରନରେ ଅଲଆଉଟ୍ ହୋଇଯାଇଥିଲା। ଦୀପ୍ତି ଶର୍ମା ଚମତ୍କାର ପ୍ରଦର୍ଶନ କରି ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଫାଇନାଲ ମ୍ୟାଚରେ ଦୀପ୍ତି ପ୍ରଥମେ ବ୍ୟାଟିଂ କରି ଗୁରୁତ୍ବପୂର୍ଣ୍ଣ ୫୮ ରନ୍ କରିଥିବା ବେଳେ ବୋଲିଂରେ ମଧ୍ୟ ଗୁରୁତ୍ବପୂର୍ଣ୍ଣ ୫ ୱିକେଟ୍ ନେଇ ବିପକ୍ଷ ଟିମର ବିପର୍ଯ୍ୟୟ ଘଟାଇଥିଲେ।

ଏହାସହ ୮୭ ରନ୍ ର ଇନିଂସ ଖେଳିବା ସହ ୨ଟି ୱିକେଟ ହାସଲ କରିଥିବା ଶେଫାଳି ବର୍ମାଙ୍କୁ ପ୍ଲେୟର ଅଫ୍ ଦ ମ୍ୟାଚ୍ ଓ ସଂପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ୨୧୫ ରନ୍ ସଂଗ୍ରହ ସହ ୨୨ଟି ୱିକେଟ୍ ହାସଲ କରିଥିବା ଦୀପ୍ତି ଶର୍ମା ପ୍ଲେୟର ଅଫ୍ ଦି ସିରିଜ୍ ବିବେଚିତ ହୋଇଛନ୍ତି। ଏହି ବିଜୟ ସହ ଭାରତୀୟ ମହିଳା ଟିମ୍ ପ୍ରଥମ ଥର ପାଇଁ ବିଶ୍ୱ ବିଜେତା ହୋଇଛି । 

Advertisment

ବିଜେତା ରାଣୀଙ୍କ `୫୨' କାହାଣୀ
ଇତିହାସ ରଚିଲା ଭାରତୀୟ ମହିଳା କ୍ରିକେଟ୍ ଟିମ୍ 
୫୨ ବର୍ଷ ପରେ ୫୨ ରନରେ ଜିତିଲା ଭାରତ
୧୯୭୩ ମସିହାରୁ ଆରମ୍ଭ ହୋଇଥିଲା ମହିଳା ବିଶ୍ବକପ୍
୫୨ ବର୍ଷ ପରେ ଭାରତ ହାତେଇଲା ବିଶ୍ବକପ୍
ଦକ୍ଷିଣ ଆଫ୍ରିକାକୁ ହରାଇ ଭାରତ ମହିଳା ବିଶ୍ବକପ ଚାଂପିଅନ୍ 
ଦୀପ୍ତି ଶର୍ମା ପ୍ଲେୟର ଅଫ୍ ଦି ସିରିଜ୍ ବିବେଚିତ 
ଶେଫାଳି ବର୍ମାଙ୍କୁ ପ୍ଲେୟର ଅଫ୍ ଦ ମ୍ୟାଚ୍ ଆୱାର୍ଡ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ