Advertisment

ସିରିଜ୍ ଜିତିଲା ଟିମ୍ ଇଣ୍ଡିଆ

ମୁମ୍ବାଇ: ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିବା ତୃତୀୟ ତଥା ନିର୍ଣ୍ଣାୟକ ଟି-୨୦ ମ୍ୟାଚରେ ଟିମ୍ ଇଣ୍ଡିଆ ୬୭ ରନରେ ୱେଷ୍ଟଇଣ୍ଡିଜକୁ ହରାଇ ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୧ରେ କବଜା କରିଛି। ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମା, ଲୋକେଶ ରାହୁଲ୍ ଏବଂ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟ୍ ହରାଇ ୨୪୦ ରନର ବିଶାଳ ସ୍କୋର କରିଥିଲା। ଜବାବରେ ୱେଷ୍ଟଇଣ୍ଡିଜ୍ ୮ ୱିକେଟ୍ ହରାଇ ୧୭୩ ରନ୍ କରିବାକୁ ସକ୍ଷମ […]

ସିରିଜ୍ ଜିତିଲା ଟିମ୍ ଇଣ୍ଡିଆ

india win

Advertisment

ମୁମ୍ବାଇ: ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିବା ତୃତୀୟ ତଥା ନିର୍ଣ୍ଣାୟକ ଟି-୨୦ ମ୍ୟାଚରେ ଟିମ୍ ଇଣ୍ଡିଆ ୬୭ ରନରେ ୱେଷ୍ଟଇଣ୍ଡିଜକୁ ହରାଇ ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୧ରେ କବଜା କରିଛି। ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମା, ଲୋକେଶ ରାହୁଲ୍ ଏବଂ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟ୍ ହରାଇ ୨୪୦ ରନର ବିଶାଳ ସ୍କୋର କରିଥିଲା। ଜବାବରେ ୱେଷ୍ଟଇଣ୍ଡିଜ୍ ୮ ୱିକେଟ୍ ହରାଇ ୧୭୩ ରନ୍ କରିବାକୁ ସକ୍ଷମ ହୋଇଛି। ଭାରତ ପକ୍ଷରୁ ରାହୁଲ୍ ସର୍ବାଧିକ ୯୧ (୫୬ ବଲ୍‌, ୯ ଚୌକା, ୪ ଛକା) ରନ୍ କରିଥିବା ବେଳେ ରୋହିତ୍ତ ୭୧ (୩୪ ବଲ୍‌, ୬ ଚୌକା, ୫ ଛକା) ଏବଂ କୋହଲି ଅପରାଜିତ ୭୦ (୨୯ ବଲ୍‌, ୪ ଚୌକା, ୭ ଛକା) ରନ୍ କରିଛନ୍ତି। ଦମଦାର ଇନିଂସ୍ ଖେଳିଥିବା କୋହଲି ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି।

Advertisment

୨୪୧ ରନର ବିଶାଳ ଲକ୍ଷ୍ୟର ପିଛା କରୁଥିବା ୱେଷ୍ଟଇଣ୍ଡିଜ୍ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଟିମ୍ ୧୭ ରନରେ ତା’ର ଶୀର୍ଷ ତିନି ବ୍ୟାଟ୍ସମ୍ୟାନଙ୍କୁ ହରାଇଥିଲା। ଆହତ ଏଭିନ୍ ଲୁଇସଙ୍କ ସ୍ଥାନରେ ଓପନ୍ କରିବାକୁ ଆସିଥିବା ବ୍ରାଣ୍ଡନ୍ କିଙ୍ଗ୍ (୫)ଙ୍କୁ ଭୁବନେଶ୍ୱର ପ୍ୟାଭିଲିୟ୍ ପଠାଇଥିବା ବେଳେ ଲେଣ୍ଡଲ ସିମନ୍ସ (୭)ଙ୍କୁ ମହମ୍ମଦ ଶାମି ଏବଂ ନିକୋଲାସ ପୁରନ୍ (୦)ଙ୍କୁ ଦୀପକ ଚହର୍ ଆଉଟ୍ କରିଥିଲେ। ଶିମରନ୍ ହେଟମେୟର୍ ଓ କ୍ୟାପଟେନ୍ କାଇରନ୍ ପୋଲାର୍ଡ ଚତୁର୍ଥ ୱିକେଟ୍ ପାଇଁ ୭୪ ରନ୍ ଯୋଡ଼ିଥିଲେ ହେଁ, ତାହା ଟିମକୁ ଜିତାଇବା ଯଥେଷ୍ଟ ନଥିଲା।

ହେଟମେୟର୍ ୪୧ (୨୪ ବଲ୍‌, ୧ ଚୌକା, ୫ ଛକା) ରନ୍ କରି କୁଲଦୀପ ଯାଦବଙ୍କ ଶିକାର ହୋଇଥିଲା। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଜେସନ୍ ହୋଲ୍ଡର୍ (୮) ନିରାଶ କରିଥିଲେ। ପୋଲାର୍ଡ ଦ୍ରୁତ ରନ୍ କରିଥିଲେ ହେଁ, ଠିକଣା ସମୟରେ ନିଜ ୱିକେଟ୍ ଦେଇ ବସିଥିଲେ। ପୋଲାର୍ଡ ୩୯ ବଲରେ ୫ ଚୌକା ଓ ୬ ଛକା ସହ ବ୍ୟକ୍ତିଗତ ୬୮ ରନ୍ ଭୁବନେଶ୍ୱରଙ୍କ ବଲରେ ଆଉଟ୍ ହୋଇଥିଲେ। ପୋଲାର୍ଡଙ୍କ ଆଉଟ୍ ପରେ ଇଣ୍ଡିଜର ଆଶା ମଉଳି ଯାଇଥିଲା ଏବଂ ଟିମ୍ ୧୭୩ ରନରେ ସୀମିତ ରହିଥିଲା। ଭାରତ ପକ୍ଷରୁ ଚହର୍‌, ଭୁବନେଶ୍ୱର, ଶାମି ଓ କୁଲଦୀପ ୨ଟି ଲେଖାଏ ୱିକେଟ୍ ନେଇଥିଲେ।

Advertisment

ପୂର୍ବରୁ ଇଣ୍ଡିଜ୍ କ୍ୟାପଟେନ୍ କାଇରନ୍ ପୋଲାର୍ଡ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ତେବେ ଏହି ନିଷ୍ପତ୍ତି ଟିମ୍ ପାଇଁ ଫଳପ୍ରଦ ସାବ୍ୟସ୍ତ ହୋଇନଥିଲା । ପ୍ରଥମ ଦୁଇଟି ମ୍ୟାଚରେ ନିରାଶ କରିଥିବା ରୋହିତଙ୍କ ବ୍ୟାଟ୍ ଆଜି ଖୁବ୍ ଚାଲିଥିଲା। ତାଙ୍କୁ ସାଥୀ ଖେଳାଳି ଲୋକେଶ ରାହୁଲ୍ ଭରପୂର ସହଯୋଗ କରିଥିଲେ । ଦୁହେଁ ଆକ୍ରମଣତ୍ମକ ବ୍ୟାଟିଂ କରି ଭାରତର ସ୍କୋରକୁ ଯଥାକ୍ରମେ ୪.୧ ଓଭରରେ ୫୦ ଏବଂ ୮ ଓଭରରେ ୧୦୦ ରନରେ ପହଞ୍ଚାଇଥିଲେ। ରୋହିତ୍ ୨୩ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିବା ବେଳେ ରାହୁଲ ୨୯ ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ।

ରୋହିତ୍ ନିଜର ଘରୋଇ ପିଚରେ ଦର୍ଶକଙ୍କୁ ଭରପୂର ମନୋରଞ୍ଜନ କରିଥିଲେ। ରୋହିତ୍ ଓ ରାହୁଲ୍ ପ୍ରଥମ ୱିକେଟ୍ ପାଇଁ ୧୩୫ ରନର ଭାଗୀଦାରୀ କରି ଭାରତକୁ ମଜଭୁତ୍ ସ୍ଥିତିରେ ପହଞ୍ଚାଇଥିଲେ। ରୋହିତ୍ ବ୍ୟକ୍ତିଗତ ୭୧ ରନ୍ କରି କେସରିକ୍ ୱିଲିୟମ୍ସଙ୍କ ଶିକାର ହୋଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଋଷଭ ପନ୍ତ ଖାତା ଖୋଲିପାରିନଥିଲେ । ତାଙ୍କୁ ପୋଲାର୍ଡ ପ୍ୟାଭିଲିୟନ୍ ପଠାଇଥିଲେ। ଚତୁର୍ଥ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା କ୍ୟାପଟେନ୍ କୋହଲି ଆକର୍ଷଣୀୟ ବ୍ୟାଟିଂ କରିଥିଲେ। ସେ ଇଣ୍ଡିଜର କୌଣସି ବୋଲରଙ୍କ ଉପରେ ଦୟା ଦେଖାଇନଥିଲେ ଏବଂ ମାତ୍ର ୨୧ ବଲରେ କ୍ୟାରିୟରର ୨୪ତମ ଅର୍ଦ୍ଧଶତକ ପୂରଣ କରିଥିଲେ।

Advertisment

ଅନ୍ୟପକ୍ଷରେ ଅର୍ଦ୍ଧଶତକ ମାରିବା ପରେ ରାହୁଲ୍ ସାମାନ୍ୟ ଧିମା ପଡ଼ିଯାଇଥିଲେ, କିନ୍ତୁ ଅନ୍ୟପଟେ କୋହଲି ଏହାର ଭରଣ କରିଥିଲେ। ଦୁହେଁ ତୃତୀୟ ୱିକେଟ୍ ପାଇଁ ୯୫ ରନର ପାର୍ଟନରଶିପ୍ କରି ଭାରତର ସ୍କୋରକୁ ୨୦୦ ଅତିକ୍ରମ କରାଇଥିଲେ। ରାହୁଲ୍ ମାତ୍ର ୯ ରନ୍ ପାଇଁ ନିଜର ତୃତୀୟ ଶତକରୁ ବଞ୍ଚିତ ହୋଇଥିଲେ। ସେ ଇନିଂସର ଅନ୍ତିମ ଓଭରରେ ଶେଲଡନ୍ କଟ୍ଟରେଲଙ୍କ ଶିକାର ହୋଇଥିଲେ। ତେବେ କୋହଲି ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଭାରତକୁ ୨୪୦ ରନରେ ପହଞ୍ଚାଇଥିଲେ। ଇଣ୍ଡିଜ୍ ପକ୍ଷରୁ କଟ୍ଟରେଲ୍‌, ୱିଲିୟମ୍ସ ଓ ପୋଲାର୍ଡ ଗୋଟିଏ ଲେଖାଏ ୱିକେଟ୍ ପାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ