ବ୍ୟାଟିଂରେ ସୁଧାର ଆସିଲା ହେଲେ ଘାରିଛି ବୋଲିଂ ଚିନ୍ତା; Photograph: (OTV)
ଆସନ୍ତାକାଲି ଟି-୨୦ ୱାର୍ଲଡ କପର ଆଉ ଏକ ହାଇ ଭୋଲଟେଜ ମ୍ୟାଚ। ଗ୍ରୁପ ୱାନରୁ ଦ୍ବିତୀୟ ଟିମ ଭାବେ ସେମିଫାଇନାଲକୁ ଯିବା ପାଇଁ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ହେବ କଡ୍ଡା ଟକ୍କର। ଉଭୟ ଟିମ ପାଇଁ ଏହି ମ୍ୟାଚ ଗୁରୁତ୍ବପୂର୍ଣ୍ଣ ହୋଇଥିବା ବେଳେ ଯିବ ଜିତିବ ସିଏ ସେମିକୁ ଯିବ। ଯିଏ ହାରିବ ସେ ବିଦା ହେବ। ଆଉ ଯଦି ବର୍ଷା କିମ୍ବା କୌଣସି କାରଣରୁ ମ୍ୟାଚ ହୋଇପାରିଲା ନାହିଁ ତେବେ ଖରାପ ରନ ରେଟ ପାଇଁ ଭାରତ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେବ।
ବ୍ୟାଟିଂରେ ସୁଧାର ଆସିଲା ହେଲେ ବୋଲିଂ ପାଇଁ ଚିନ୍ତା ବଢିଲା। ଜିମ୍ବାୱେ ବିପକ୍ଷ ମ୍ୟାଚରେ ସମସ୍ତ ବ୍ୟାଟର ଚମତ୍କାର ଖେଳିବାରୁ ଟି୨୦ ୱାର୍ଲଡ କପରେ ସର୍ବାଧିକ ୨୫୬ ରନ ସ୍କୋର କରିବାରେ ସକ୍ଷମ ହେଲା ଟିମ ଇଣ୍ଡିଆ। ହେଲେ ଇଡେନ ଗାର୍ଡେନ୍ସରେ କିନ୍ତୁ ଏହା ସହଜ ହେବ ନାହିଁ। ପେସ ବୋଲରଙ୍କୁ ବାଦ ଦେଲେ ଏବେ ସ୍ପିନର ଟିମ ପାଇଁ ବଡ ଟେନସନ ଆଣିଛନ୍ତି।
ଟିମ ଇଣ୍ଡିଆର ସ୍ପନ ଏସ କୁହାଯାଉଥିବା ବରୁଣ ଚକ୍ରବର୍ତ୍ତି ଲାଇନ ଲେଂଥ ପାଉନାହାନ୍ତି। ତାଙ୍କ ଖରାପ ବୋଲିଂ ପାଇଁ ସାଉଥ ଆଫ୍ରିକା ବିପକ୍ଷ ମ୍ୟାଚରେ ଭାରତକୁ ବହୁ ମୂଲ୍ୟ ଦେବାକୁ ପଡିଲା। ଜିମ୍ବାୱେ ବିପକ୍ଷ ମ୍ୟାଚରେ ବି ସେମିତି କିଛି କମାଲ ଦେଖାଇନଥିଲେ ବରୁଣ। ତେବେ ତାଙ୍କୁ ଆଉ ବ୍ୟାକ ଅପ ଦେଇ ରିସ୍କ ନେବାକୁ ଚାହିଁବେନି କୋଚ । ବରୁଣଙ୍କ ସ୍ଥାନରେ କୁଲଦୀପ ଯାଦବଙ୍କୁ ଟିମରେ ସାମିଲ କରାଯାଇପାରେ। ଏବେ ଯାଏ କୁଲଦୀପ ପାକିସ୍ତାନ ବିପକ୍ଷରେ ମାତ୍ର ଗୋଟିଏ ମ୍ୟାଚ ଖେଳିଛନ୍ତି।
ସେହିଭଳି ଟିମ ଇଣ୍ଡିଆ ପାଇଁ ଆଉ ଏକ ଟେନସନ ହେଉଛନ୍ତି ଶୁଭମ ଦୁବେ। ଜିମ୍ବାୱେ ବିପକ୍ଷରେ ଦୁଇ ଓଭରରେ ୪୬ ରନ ଦେଇ ସବୁଠାରୁ ମହଙ୍ଗା ସାବ୍ୟସ୍ତ ହୋଥିବା ଏହି ସିମ ଅଲରାଉଣ୍ଡରଙ୍କୁ ହୁଏତ ଇଡେନ ପିଚ୍ ସୁହାନପାରେ। ରନ ଭୋକିଲା ଥିବା ୱେଷ୍ଟଇଣ୍ଡିଜ ଟିମ ଦୁବେଙ୍କ ବଲକୁ ଧୋଇବ ବୋଲି ଅନୁମାନ କରିଛନ୍ତି କ୍ରିକେଟ ସମୀକ୍ଷକ। ତେବେ ପେସ ଟ୍ରାଇଓ ବୁମରା, ଆଶ୍ରଦୀପ ଓ ପାଣ୍ଡ୍ୟାଙ୍କୁ ବେଶ ସହାୟକ ହେବ ପିଚ୍। ସେପଟେ ଭାରତ ଏବେ ସିକ୍ସ ବୋଲରଙ୍କୁ ନେଇ ଚିନ୍ତାରେ ପଡିଛି।
ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ୱେଷ୍ଟଇଣ୍ଡିଜର ବ୍ୟାଟିଂ ଲାଇନ ଅପକୁ ଭାଙ୍ଗି ଦେଇଥିଲେ ପେସ ବୋଲର। ୱେଷ୍ଟ ଇଣ୍ଡିଜ ଟିମରେ ଅନେକ ପାୱାର ହିଟର ରହିଥିବାରୁ ବଡ ସ୍କୋର କରିପାରନ୍ତି। ଏବେ ଭାରତ ମଧ୍ୟ ସମାନ ରାସ୍ତାରେ ଯାଇ ପେସରଙ୍କ ଜରିଆରେ ରନକୁ ରୋକିବା ହେବ ବଡ ଚାଲେଞ୍ଜ।
ଯେହେତୁ ଇଡେନ ଗାର୍ଡେନ ଛୋଟ ପିଚ ତେଣୁ ଏଠାରେ ବଡ ସଟ ଖେଳିବାକୁ ଚାହିଁବେ ହିଟର। ସଞ୍ଜୁ ସାମନସନ ଓ ଅଭିଷେକଙ୍କଠାରୁ ଏକ ବିସ୍ପୋରକ ଇନିଂସ ଆଶାରେ ରହିଛନ୍ତି ଫ୍ୟାନ୍ସ। ପିଚ ବ୍ୟାଟ୍ସମ୍ୟାନଙ୍କୁ ସୁହାଇବା ଭଳି ହୋଇଥିବାରୁ ଏଠାରେ ଭାରତୀୟ ବ୍ୟାଟ୍ସମ୍ୟାନ ସଫଳ ହେବେ। କିଛି ବଡ ସ୍କୋର ଛିଡା କରିବାରେ ଅସୁବିଧା ହେବ ନାହିଁ। ତେବେ ୱେଷ୍ଟ ଇଣ୍ଡିଜକୁ ହାଲୁକା ଭାବରେ ନେବ ନାହିଁ ଟିମ ଇଣ୍ଡିଆ। ସେପଟେ ଏହି ମ୍ୟାଚରେ ଯିଏ ଜିତିବ ସେ ସେମିକୁ ଯିବ।
ଅନ୍ୟପଟେ ଯଦି ବର୍ଷା କିମ୍ବା ଅନ୍ୟ କାରଣ ପାଇଁ ଖେଳ ହୋଇପାରିଲା ନାହିଁ ତେବେ ୱେଷ୍ଟଇଣ୍ଡିର ନେଟ ରନରେଟ ଭଲ ଥିବାରୁ ସେ ସେମି ଫାନାଲକୁ ଯିବ। ଏକ୍ଷେତ୍ରରେ ଭାରତକୁ ନିରାଶ ହେବାକୁ ପଡିବ। ମାର୍ଚ୍ଚ ୫ରେ ଇଂଲଣ୍ଡ ସହିତ ଦ୍ବିତୀୟ ସେମି ଫାଇନାଲ ଖେଳିବ ବିଜେତା ଟିମ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/28/india-vs-west-indies-2026-02-28-20-13-28.jpg)