T20 Worldcup Photograph: (OTV)
ରୋମାଞ୍ଚକର ମୋଡ଼ରେ T-20 ବିଶ୍ବକପ୍ ଲଢ଼େଇ। ଆସନ୍ତାକାଲି ସୁପର-8ରେ ଭାରତ-ୱେଷ୍ଟଇଣ୍ଡିଜ ଲଢ଼େଇ ରହିଛି। ଏହି ମ୍ୟାଚ୍ ସେମିଫାଇନାଲ୍ ଯିବାକୁ ଗୁରୁତ୍ବପୂର୍ଣ୍ଣ। ସୂର୍ଯ୍ୟ ସେନା ସାମ୍ନାରେ ଏବେ କାରିବିଆନ୍ ସଙ୍କଟ ଠିଆ ହୋଇଛି। ବିଜୟୀ ଦଳ ପାଇଁ ସେମିଫାଇନାଲ୍ ରାସ୍ତା ସେତେ ସହଜ ହେବ।
ଭାରତ ଓ ୱେଷ୍ଟଇଣ୍ଡିଜ୍ ଉଭୟ ଦଳ ଏପର୍ଯ୍ୟନ୍ତ ୨ଟି ଲେଖାଏଁ ମ୍ୟାଚ୍ ଖେଳି ୨ ପଏଣ୍ଟ ପାଇଛନ୍ତି। ଦକ୍ଷିଣ ଆଫ୍ରିକା ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିସାରିଥିବା ବେଳେ, ଦ୍ୱିତୀୟ ଦଳ ଭାବେ କିଏ ଯିବ ତାହା ଆସନ୍ତାକାଲି ମ୍ୟାଚ୍ ସ୍ଥିର କରିବ।
ଦକ୍ଷିଣ ଆଫ୍ରିକାଠାରୁ ହାରିବା ପରେ ଜିମ୍ବାୱେ ବିରୋଧରେ ୭୨ ରନ୍ ର ବଡ଼ ବିଜୟ ହାସଲ କରି ଭାରତ ଜବରଦସ୍ତ କମ୍ ବ୍ୟାକ୍ କରିଛି। ବିଶେଷ କରି ତିଲକ ବର୍ମାଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ବିରୋଧୀ ଦଳ ପାଇଁ ଚିନ୍ତାର କାରଣ ସାଜିଛି। ୱେଷ୍ଟଇଣ୍ଡିଜ୍ ମଧ୍ୟ ଏକ ଦମଦାର ବିଜୟ ସହ ସୁପର-୮ ଅଭିଯାନ ଆରମ୍ଭ କରିଥିଲା।
ଯଦିଓ ସେମାନେ ଦକ୍ଷିଣ ଆଫ୍ରିକାଠାରୁ ପରାସ୍ତ ହୋଇଛନ୍ତି, ତଥାପି ସେମାନଙ୍କ ନେଟ୍ ରନ୍-ରେଟ୍ ଭାରତ ଅପେକ୍ଷା ବହୁତ ଭଲ ଅଛି। ତେଣୁ ସେମି ଯିବାକୁ ହେଲେ ଭାରତ ପାଇଁ ଏହି ମ୍ୟାଚ୍ ଜିତିବା ଅତ୍ୟନ୍ତ ଜରୁରୀ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/28/t20-worldcup-2026-02-28-12-06-25.jpg)