Advertisment

India vs South Africa: ପୁଣି ଭାରତ-ଦକ୍ଷିଣ ଆଫ୍ରିକା ଲଢ଼େଇ, ବାଦ୍ ପଡ଼ିଲେ ଶୁଭମନ ଗିଲ

ଆଜିଠୁ ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ୍। ରାଞ୍ଚିର JSCA ଇଣ୍ଟରନ୍ୟାସନାଲ ଷ୍ଟାଡିୟମ କମ୍ପ୍ଲେକ୍ସରେ ମ୍ୟାଚ୍। କେଏଲ ରାହୁଲଙ୍କୁ ଅଧିନାୟକ ଦାୟିତ୍ୱ। ବାଦ୍ ପଡ଼ିଲେ ଶୁଭମନ ଗିଲ।

India vs South Africa

India vs South Africa Photograph: (OTV)

Advertisment

ଆଜିଠୁ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ। ପ୍ରଥମ ମ୍ୟାଚ୍ ଦିନ ସାଢେ ଗୋଟାଏରେ ରାଞ୍ଚିର JSCA ଇଣ୍ଟରନ୍ୟାସନାଲ ଷ୍ଟାଡିୟମ କମ୍ପ୍ଲେକ୍ସରେ ଖେଳାଯିବ। ଦକ୍ଷିଣ ଆଫ୍ରିକା ବିପକ୍ଷରେ ୦-୨ରେ ଟେଷ୍ଟ ସିରିଜ ପରାଜୟ ପରେ ଟିମ୍ ଇଣ୍ଡିଆ ଏବେ ୱିନିଂ ଟ୍ରାକକୁ ଫେରିବାକୁ ଚେଷ୍ଟା କରିବେ।

Advertisment

ଦକ୍ଷିଣ ଆଫ୍ରିକା ବିପକ୍ଷ ଏହି ଦିନିକିଆ ସିରିଜରେ ଟିମ୍ ଇଣ୍ଡିଆ ପ୍ଲେଇଂ ଇଲେଭେନରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ବେକରେ ଆଘାତ ଲାଗିଥିବା ଶୁଭମନ ଗିଲଙ୍କ ଅନୁପସ୍ଥିତିରେ କେଏଲ ରାହୁଲ ଅଧିନାୟକ ଦାୟିତ୍ୱ ଗ୍ରହଣ କରିବେ। ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ପରି ଅଭିଜ୍ଞ ଖେଳାଳି ଏହି ଦିନିକିଆ ସିରିଜର ସାମିଲ ହୋଇଛନ୍ତି।

ଶେଷ ଥର ପାଇଁ 2022 ଅକ୍ଟୋବରରେ ଭାରତୀୟ ଦଳ ଏହି JSCA ଇଣ୍ଟରନ୍ୟାସନାଲ ଷ୍ଟାଡିୟମ କମ୍ପ୍ଲେକ୍ସରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆ ମ୍ୟାଚ୍ ଖେଳିଥିଲା। ସେହି ମ୍ୟାଚ୍  ଭାରତୀୟ ଦଳ ସାତ ୱିକେଟରେ ବିଜୟୀ ହୋଇଥିଲା।

Advertisment

•    ପୁଣି ଭାରତ-ଦକ୍ଷିଣ ଆଫ୍ରିକା ଲଢ଼େଇ
•    ଆଜିଠୁ ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ୍
•    ରାଞ୍ଚିର JSCA ଇଣ୍ଟରନ୍ୟାସନାଲ ଷ୍ଟାଡିୟମ କମ୍ପ୍ଲେକ୍ସରେ ମ୍ୟାଚ୍
•    କେଏଲ ରାହୁଲଙ୍କୁ ଅଧିନାୟକ ଦାୟିତ୍ୱ
•    ଆଘାତ ଯୋଗୁଁ ବାଦ୍ ପଡ଼ିଲେ ଶୁଭମନ ଗିଲ 
•    ୩ ବର୍ଷ ପରେ ଦିନିକିଆରେ ଭାରତ-ଦକ୍ଷିଣ ଆଫ୍ରିକା ମୁହାଁମୁହିଁ

Cricket
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ