Advertisment

India vs New Zealand ODI Series: ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ୍, ବାଦ ପଡ଼ିଲେ ଋଷଭ ପନ୍ତ

ଆଜିଠୁ ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ୍। ବଡ଼ୋଦରାର କୋଟାମ୍ବି ଷ୍ଟାଡିୟମରେ ଖେଳାଯିବ ମ୍ୟାଚ୍। ବିଜୟରୁ ଅଭିଯାନ ଆରମ୍ଭ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ।

India vs New Zealand

India vs New Zealand Photograph: (OTV)

Advertisment

ଆଜିଠୁ ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ (ODI Series)। ଗୁଜରାଟର ବଡ଼ୋଦରାରେ ପ୍ରଥମ ମ୍ୟାଚ୍ ଖେଳାଯିବ। ଦିନ ସାଢ଼େ ଗୋଟାଏରେ ମୁହାଁମୁହିଁ ହେବେ ମେନ୍ ଇନ ବ୍ଲୁ ଓ ଟିମ୍ ବ୍ଲାକ କ୍ୟାପ୍। ଶୁବମନ୍ ଗିଲଙ୍କ ନେତୃତ୍ବରେ ଘରୋଇ ପରିବେଶରେ ବିଜୟରୁ ଅଭିଯାନ ଆରମ୍ଭ ଲକ୍ଷ୍ୟରେ ଖେଳିବ ଟିମ୍ ଇଣ୍ଡିଆ। 

Advertisment

ଆଜିର ମ୍ୟାଚରେ କ୍ୟାପଟେନ୍ ଗିଲ୍, ରୋହିତ ଶର୍ମା, ବିରାଟ କୋହଲିଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କର ନଜର ରହିବ। ସେହିପରି ବହୁ ଦିନ ପରେ ଦଳକୁ ଶ୍ରେୟସ ଆୟାର କମବ୍ୟାକ୍ କରୁଥିବାରୁ ତାଙ୍କୁ ନେଇ ବି କ୍ରିକେଟପ୍ରେମୀଙ୍କ ଭିତରେ ଉତ୍କଣ୍ଠା ବଢ଼ିଛି। ରେକର୍ଡ କହୁଛି ଘରୋଇ ପରିବେଶରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ପ୍ରଦର୍ଶନ ଭଲ ରହିଛି। 

ଉଭୟ ଦଳ ଦିନିକିଆରେ ୧୨୦ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି। ଏଥିରୁ ଭାରତ ୬୨ ଓ ଟିମ୍ ବ୍ଲାକ୍ କ୍ୟାପ୍ ଜିତିଛି ୫୦। ସେହିପରି ଘରୋଇ ପରିବେଶରେ ନ୍ୟୁଜିଲାଣ୍ଡ ବିପକ୍ଷରେ ସବୁବେଳେ ଭାରୀ ପଡ଼ିଛି ଟିମ୍ ଇଣ୍ଡିଆ। ହୋମ୍ କଣ୍ଟ୍ରିରେ ଭାରତ ୩୧ ମ୍ୟାଚ୍ ଜିତିଥିବା ବେଳେ ମାତ୍ର ୮ଟି ହାରିଛି। କିନ୍ତୁ ଟକ୍କର ଜୋରଦାର ହୋଇପାରେ। 

Advertisment

ମାଇକେଲ୍ ବ୍ରେସୱେଲଙ୍କ ନେତୃତ୍ବରେ ମୈଦାନକୁ ଓହ୍ଲାଇବ କିୱି ବାହିନୀ। ସ୍କ୍ବାଡରେ ଅନୁଭବୀଙ୍କ ସମେତ ଯୁବ ଚେହେରା ଅଛନ୍ତି। ଯେଉଁମାନେ ଭାରତୀୟ ବ୍ୟାଟର ଓ ବୋଲରଙ୍କୁ ଅକଳରେ ବି ପକାଇପାରନ୍ତି। ଏହାପରେ ରାଜକୋଟରେ ଦ୍ବିତୀୟ ଓ ତୃତୀୟ ତଥା ଶେଷ ୱାନ୍ ଡେ ଇନ୍ଦୋରରେ ଖେଳାଯିବ। 

ଅନ୍ୟପଟେ ଅଭ୍ୟାସ ବେଳେ ଆହତ ଯୋଗୁଁ ଏହି ସିରିଜରୁ ବାଦ ପଡ଼ିଛନ୍ତି ୱିକେଟ୍ କିପର-ବ୍ୟାଟର୍ ଋଷଭ ପନ୍ତ।

Advertisment

ଆଜିଠୁ ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ୍
ବଡ଼ୋଦରାର କୋଟାମ୍ବି ଷ୍ଟାଡିୟମରେ ଖେଳାଯିବ ମ୍ୟାଚ୍
ବିଜୟରୁ ଅଭିଯାନ ଆରମ୍ଭ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ
ଗିଲଙ୍କ ନେତୃତ୍ବରେ ମୈଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ
ଦୁଇ ତାରକା ବ୍ୟାଟର୍ ରୋହିତ ଓ କୋହଲିଙ୍କ ଉପରେ ନଜର
ଆହତ କାରଣରୁ ସିରିଜରୁ ବାଦ ପଡ଼ିଲେ ଋଷଭ ପନ୍ତ

ODI Series
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ