Advertisment

FIH ପ୍ରୋ ହକି ଲିଗ୍‌ : ପ୍ରଥମ ମ୍ୟାଚରେ ଜିତିଲା ଭାରତ

ଭୁନେଶ୍ୱର : ପ୍ରଥମଥର ପାଇଁ ଏଫଆଇଏଚ୍‌ ପ୍ରୋ ହକି ଲିଗ ଖେଳୁଥିବା ଭାରତୀୟ ପୁରୁଷ ଦଳ ଓଡ଼ିଶାର କଳିଙ୍ଗ ଷ୍ଟାଡିୟମରେ ନିଜର ଦବଦବା ଦେଖାଇଛି। ୟୁରୋପିଆନ ଚାମ୍ପିୟନଶିପ୍‌ରେ ବ୍ରୋଞ୍ଜ ପଦକ ବିଜେତା ଶକ୍ତିଶାଳୀ ନେଦରଲ୍ୟାଣ୍ଡସକୁ ଟିମ୍‌ ଇଣ୍ଡିଆ ୫-୨ରେ ପରାସ୍ତ କରି ବିଜୟରୁ ଅଭିଯାନ ଆରମ୍ଭ କରିଛି। ଭାରତ ପକ୍ଷରୁ ପେନାଲିଟ କର୍ଣ୍ଣର ସ୍ପେଶାଲିଷ୍ଟ ରୁପିନ୍ଦରପାଲ ସିଂହ ଦୁଇଟି ଗୋଲ ଦେଇଥିବା ବେଳେ ମନଦୀପ ସିଂହ, ଲଳିତ ଉପାଧ୍ୟୟ ଓ ଗୁରଜନ୍ତ ସିଂହ ଗୋଟିଏ ଲେଖାଏ ଗୋଲ […]

FIH ପ୍ରୋ ହକି ଲିଗ୍‌ : ପ୍ରଥମ ମ୍ୟାଚରେ ଜିତିଲା ଭାରତ

fih

Advertisment

ଭୁନେଶ୍ୱର : ପ୍ରଥମଥର ପାଇଁ ଏଫଆଇଏଚ୍‌ ପ୍ରୋ ହକି ଲିଗ ଖେଳୁଥିବା ଭାରତୀୟ ପୁରୁଷ ଦଳ ଓଡ଼ିଶାର କଳିଙ୍ଗ ଷ୍ଟାଡିୟମରେ ନିଜର ଦବଦବା ଦେଖାଇଛି। ୟୁରୋପିଆନ ଚାମ୍ପିୟନଶିପ୍‌ରେ ବ୍ରୋଞ୍ଜ ପଦକ ବିଜେତା ଶକ୍ତିଶାଳୀ ନେଦରଲ୍ୟାଣ୍ଡସକୁ ଟିମ୍‌ ଇଣ୍ଡିଆ ୫-୨ରେ ପରାସ୍ତ କରି ବିଜୟରୁ ଅଭିଯାନ ଆରମ୍ଭ କରିଛି।

Advertisment

ଭାରତ ପକ୍ଷରୁ ପେନାଲିଟ କର୍ଣ୍ଣର ସ୍ପେଶାଲିଷ୍ଟ ରୁପିନ୍ଦରପାଲ ସିଂହ ଦୁଇଟି ଗୋଲ ଦେଇଥିବା ବେଳେ ମନଦୀପ ସିଂହ, ଲଳିତ ଉପାଧ୍ୟୟ ଓ ଗୁରଜନ୍ତ ସିଂହ ଗୋଟିଏ ଲେଖାଏ ଗୋଲ ସ୍କୋର କରିଛନ୍ତି। ସେହିପରି ନେଦରଲ୍ୟାଣ୍ଡସ ପକ୍ଷରୁ ଜିପ ଜାନସେନ ଓ ଜେରୋନ ହେରଟଜବେରଗର ଗୋଟିଏ ଲେଖାଏ ଗୋଲ ସ୍କୋର କରିଛନ୍ତି।

ଆଜିର ମ୍ୟାଚ୍‌ ସଂଘର୍ଷପୂର୍ଣ୍ଣ ହେବ ବୋଲି କଳିଙ୍ଗ ଷ୍ଟାଡିୟମର ଦର୍ଶକେ ଭଲ ଭାବେ ଜାଣିଥିଲେ। ମ୍ୟାଚ୍‌ ଆରମ୍ଭରୁ ହିଁ ଭାରତ ଘରୋଇ ପରିବେଶର ଫାଇଦା ଉଠାଇ ଆକ୍ରମଣ ଆରମ୍ଭ କରିଥିଲା। ମନଦୀପ ସିଂହ ଓ ଗୁରଜନ୍ତ ସିଂହଙ୍କ ସଠିକ ତାଳମେଳ ଯୋଗୁ ଭାରତ ପ୍ରତିପକ୍ଷ ନେଦରଲ୍ୟାଣ୍ଡସ ଉପରେ ଚାପ ପକାଇଥିଲା। ଏହାର ଫାଇଦା ଉଠାଇ ମ୍ୟାଚ୍‌ ପ୍ରଥମ ମିନିଟ୍‌ରେ ଗୁରଜନ୍ତ ସିଂହ ଭାରତ ପାଇଁ ପ୍ରଥମ ଗୋଲ ସ୍କୋର କରିଥିଲେ। ଏଥିସହ ଟିମ୍‌ ଇଣ୍ଡିଆ ୧-୦ରେ ଆଗୁଆ ହୋଇଯାଇଥିଲା।

Advertisment

ମ୍ୟାଚ୍‌ର ୮ମ ମିନିଟ୍‌ରେ ଏସଭି ସୁନୀଲ ଗୋଲ କରିବାର ସୁଯୋଗ ପାଇଥିଲେ ହେଁ ଏହାର ଫାଇଦା ଉଠାଇ ପାରି ନଥିଲେ। ୧୧ ତମ ମିନିଟରେ ଟିମ ଇଣ୍ଡିଆ ଭିଡିଓ ରେଫରାଲ ମାଧ୍ୟମରେ ପେନାଲ୍ଟି କର୍ଣ୍ଣର ପାଇଥିଲା। ଏହାକୁ ରୁପିନ୍ଦର ପାଲ ସିଂହ ଗୋଲରେ ପରିଣତ କରି ଭାରତକୁ ୨-୦ରେ ଆଗୁଆ କରିଦେଇଥିଲେ।

୧୩ତମ ମିନିଟ୍‌ରେ ନେଦରଲ୍ୟାଣ୍ଡସ ପେନାଲ୍ଟି କର୍ଣ୍ଣର ପାଇଥିଲା। ଏହାକୁ ଜାନେସନ ଜିପ ଗୋଲରେ ପରିଣତ କରି ସ୍ଥିତି ୨-୧ କରିଦେଇଥିଲେ। ପ୍ରଥମ କ୍ୱାର୍ଟର ସୁଦ୍ଧା ସ୍ଥିତି ୨-୧ ରହିଥିଲା। ଦ୍ୱିତୀୟ କ୍ୱାର୍ଟର ଆରମ୍ଭରୁ ନେଦରଲ୍ୟାଣ୍ଡସ ରଣନୀତି ବଦଳାଇ ଆକ୍ରମଣ କରିଥିଲା। ୨୦ତମ ମିନିଟରେ ନେଦରଲ୍ୟାଣ୍ଡସ ବ୍ୟାକଟୁ ବ୍ୟାକ ୩ଟି ପେନାଲ୍ଟି କର୍ଣ୍ଣର ପାଇଥିଲା। ହେଲେ ଏହାକୁ ଗୋଲରେ ପରିଣତ କରିପାରି ନଥିଲା।

Advertisment

୨୮ତମ ମିନିଟ୍‌ରେ କିନ୍ତୁ ଜେରୋନ ହେରଟଜବେରଗର ଫିଲ୍ଡ ଗୋଲ କରି ସ୍ଥିତି ବରାବର କରିଦେଇଥିଲେ। ହାଫ ଟାଇମ ସୁଦ୍ଧା ସ୍ଥିତି ୨-୨ ରହିଥିଲା। ୩୪ତମ ମିନିଟ୍‌ରେ ମନଦୀପ ସିଂହ ଫିଲ୍ଡ ଗୋଲ କରି ସ୍ଥିତି ୩-୨ କରିଥିଲେ। ଏହାପରେ ୩୬ତମ ମିନିଟ୍‌ରେ ଲଳିତ ଉପାଧ୍ୟୟ ଭାରତ ପାଇଁ ୪ର୍ଥ ଗୋଲ ସ୍କୋର କରିଥିଲେ।

ନେଦରଲ୍ୟାଣ୍ଡସ କମବ୍ୟାକ କରିବାକୁ ଚେଷ୍ଟା କରିଥିଲେ ହେଁ ଏହାକୁ ଭାରତୀୟ ରକ୍ଷଣ ବିଭାଗ ଭଣ୍ଡୁର କରିଦେଇଥିଲା। ଭାରତ କାଉଣ୍ଟର ଆଟାକ କରିବାରୁ ୪୬ତମ ମିନିଟରେ ଦଳକୁ ପେନାଲ୍ଟି କର୍ଣ୍ଣର ମିଳିଥିଲା। ପୁଣିଥରେ ରୁପିନ୍ଦରପାଲ ସିଂହ ଏହାକୁ ଗୋଲରେ ପରିଣତ କରି ଦଳକୁ ୫-୨ରେ ଆଗୁଆ କରିଦେଇଥିଲେ।

ଶେଷ ଭାଗରେ ଦୁଇ ଦଳ ପୁଣି ପରସ୍ପରକୁ ଗୋଲ ଦେବାକୁ ସଂଘର୍ଷ କରିଥିଲେ। ହେଲେ କେହି ବି ସଫଳତା ପାଇ ନଥିଲେ। ଶେଷରେ ଟିମ୍‌ ଇଣ୍ଡିଆ ୫-୨ରେ ମ୍ୟାଚ୍‌ଟି ଜିତି ନେଇଥିଲା। ଆସନ୍ତାକାଲି ପୁଣି ଭାରତ ଓ ନେଦରଲ୍ୟାଣ୍ଡସ ମଧ୍ୟରେ ମ୍ୟାଚ୍‌ ଖେଳାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ