Advertisment

ପାକିସ୍ତାନକୁ ୩୩୭ ରନର ଟାର୍ଗେଟ୍

ମାଞ୍ଚେଷ୍ଟର: ରବିବାର ଓଲ୍ଡ ଟ୍ରାଫର୍ଡରେ ଖେଳାଯାଇଥିବା ହାଇଭୋଲଟେଜ୍ ଭାରତ ଓ ପାକିସ୍ତାନ ବିଶ୍ୱକପ୍ ମ୍ୟାଚରେ ଟିମ୍ ଇଣ୍ଡିଆ ନିର୍ଦ୍ଧାରିତ ୫୦ ଓଭରରେ ୫ ୱିକେଟ୍ ହରାଇ ୩୩୬ ରନ୍ କରିଛି। ଫଳରେ ଏହି ମହାମୁକାବିଲାକୁ ଜିତିବା ପାଇଁ ପାକିସ୍ତାନକୁ ୩୩୭ ରନ୍ କରିବାକୁ ପଡ଼ିବ। ଭାରତ ପକ୍ଷରୁ ଆଜି ଭାଇସ୍ କ୍ୟାପଟେନ୍ ରୋହିତ୍ ଶର୍ମା ଓ କ୍ୟାପଟେନ୍ ବିରାଟ୍ କୋହଲି ଦମଦାର ବ୍ୟାଟିଂ କରିଛନ୍ତି। ରୋହିତ୍ ପାକିସ୍ତାନ ବୋଲରଙ୍କୁ ନିର୍ମମ ପ୍ରହାର କରି ନିଜର ୨୪ତମ ଦିନିକିଆ […]

ପାକିସ୍ତାନକୁ ୩୩୭ ରନର ଟାର୍ଗେଟ୍

Cricket

Advertisment

ମାଞ୍ଚେଷ୍ଟର: ରବିବାର ଓଲ୍ଡ ଟ୍ରାଫର୍ଡରେ ଖେଳାଯାଇଥିବା ହାଇଭୋଲଟେଜ୍ ଭାରତ ଓ ପାକିସ୍ତାନ ବିଶ୍ୱକପ୍ ମ୍ୟାଚରେ ଟିମ୍ ଇଣ୍ଡିଆ ନିର୍ଦ୍ଧାରିତ ୫୦ ଓଭରରେ ୫ ୱିକେଟ୍ ହରାଇ ୩୩୬ ରନ୍ କରିଛି। ଫଳରେ ଏହି ମହାମୁକାବିଲାକୁ ଜିତିବା ପାଇଁ ପାକିସ୍ତାନକୁ ୩୩୭ ରନ୍ କରିବାକୁ ପଡ଼ିବ।

Advertisment

ଭାରତ ପକ୍ଷରୁ ଆଜି ଭାଇସ୍ କ୍ୟାପଟେନ୍ ରୋହିତ୍ ଶର୍ମା ଓ କ୍ୟାପଟେନ୍ ବିରାଟ୍ କୋହଲି ଦମଦାର ବ୍ୟାଟିଂ କରିଛନ୍ତି। ରୋହିତ୍ ପାକିସ୍ତାନ ବୋଲରଙ୍କୁ ନିର୍ମମ ପ୍ରହାର କରି ନିଜର ୨୪ତମ ଦିନିକିଆ ଶତକ ମାରିଥିବା ବେଳେ ବିରାଟ୍ ଦ୍ରୁତ ରନ୍ ସଂଗ୍ରହ କରି ଭାରତର ସ୍କୋରକୁ ୩୦୦ ଅତିକ୍ରମ କରାଇଛନ୍ତି। ରୋହିତ୍ ୧୧୩ ବଲରେ ୧୪ ଚୌକା ଓ ୩ ଛକା ସହ ୧୪୦ ଓ ବିରାଟ୍ ୬୫ ବଲରେ ୭ ଚୌକା ସହ ୭୭ ରନ୍ କରି ଆଉଟ୍ ହୋଇଥିଲେ। ସେହିପରି ଓପନ୍ କରିବାକୁ ଆସିଥିବା ଲୋକେଶ ରାହୁଲ ଅର୍ଦ୍ଧଶତକୀୟ ଇନିଂସର ଯୋଗଦାନ କରିଥିଲେ।

ଉକ୍ତ ମ୍ୟାଚରେ ପାକିସ୍ତାନ କ୍ୟାପଟେନ୍ ସର୍ଫରାଜ ଅହମ୍ମଦ ପିଚକୁ ଅନୁଧ୍ୟାନ କରି ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ଟିମ୍ ଇଣ୍ଡିଆ ପକ୍ଷରୁ ରୋହିତ୍ ଓ ରାହୁଲ ଓପନ୍ କରିବାକୁ ଆସିଥିଲେ। ଦୁହେଁ ପାକିସ୍ତାନର ମୁଖ୍ୟ ଷ୍ଟ୍ରାଇକ୍ ବୋଲର ମହମ୍ମଦ ଆମୀରଙ୍କୁ ସତର୍କତାର ସହ ଖେଳିଥିଲେ।

Advertisment

ଆମୀର ପିଚର ଫାଇଦା ଉଠାଇ ଚମତ୍କାର ସୁଇଂ ବୋଲିଂ କରିଥିଲେ। ସେ ବିଶେଷକରି ରାହୁଲଙ୍କୁ ନିଜ ସୁଇଂରେ ନଚାଇଥିଲେ। କିନ୍ତୁ ଅନ୍ୟପଟେ ଇନଫର୍ମ ଓପ୍ନର ରୋହିତ୍ ଶର୍ମା ଖୋଲା ଶଟ୍ ମାରି ଭାରତକୁ ଭଲ ଆରମ୍ଭ ଦେଇଥିଲେ। ଦୁହେଁ ପ୍ରଥମ ୧୦ ଓଭରରେ ଭାରତର ସ୍କୋରକୁ ୫୦ ରନରେ ପହଞ୍ଚାଇଥିଲେ। ଏହା ପରେ ରୋହିତ୍ ଆକ୍ରମଣ ଜାରି ରଖି ୩୪ ବଲରେ ଅର୍ଦ୍ଧଶତକ ପୂରଣ କରିଥିଲେ। ତାଙ୍କୁ ରାହୁଲ ଭରପୂର ସହଯୋଗ କରିଥିଲେ, ଯିଏ ୬୯ ବଲରେ ଧୈର୍ଯ୍ୟପୂର୍ଣ୍ଣ ଅର୍ଦ୍ଧଶତକ ହାସଲ କରିଥିଲେ।

ଦୁହେଁ ୧୭.୩ ଓଭରରେ ଭାରତର ସ୍କୋରକୁ ୧୦୦ ରନରେ ପହଞ୍ଚାଇଥିଲେ। ଭାରତର ସ୍କୋର ୧୩୭ ଥିବା ବେଳେ ରାହୁଲ୍ ନିଜ ୱିକେଟ୍ ହରାଇ ବସିଥିଲେ। ତାଙ୍କୁ ୱହାବ ରିଆଜ ଆଉଟ୍ କରିଥିଲେ। ଆଉଟ୍ ହେବା ପୂର୍ବରୁ ସେ ୭୮ ବଲରେ ୩ ଚୌକା ଓ ୨ ଛକା ମାରିଥିଲେ। ରାହୁଲଙ୍କ ସ୍ଥାନ ନେବାକୁ ଆସିଥିବା ଅଧିନାୟକ ବିରାଟ ଆରମ୍ଭରୁ ଧିମା ବ୍ୟାଟିଂ କରି ରୋହିତଙ୍କୁ ଷ୍ଟ୍ରାଇକ୍ ଦେବା ପାଇଁ ପ୍ରୟାସ କରିଥିଲେ। ରୋହିତ୍ ନିଜର ଆକ୍ରମଣାତ୍ମକ ବ୍ୟାଟିଂ କରି ୮୫ ବଲରେ କ୍ୟାରିୟରର ୨୪ତମ ଶତକ ପୂରଣ କରିଥିଲେ।

Advertisment

ଦୁହେଁ ୩୪.୨ ଓଭରରେ ସ୍କୋର ୨୦୦ରେ ପହଞ୍ଚାଇଥିଲେ। ଦୁହେଁ ଦ୍ୱିତୀୟ ୱିକେଟ୍ ପାଇଁ ୯୮ ରନର ମହତ୍ତ୍ୱପୂର୍ଣ୍ଣ ଭାଗୀଦାରୀ କରି ଭାରତକୁ ବଡ଼ ସ୍କୋର ଅଭିମୁଖେ ନେଇଥିଲେ । ଟିମର ସ୍କୋର ୨୩୪ ଥିବା ବେଳେ ରୋହିତଙ୍କ ଦମଦାର ଇନିଂସରେ ବ୍ରେକ୍ ଲଗାଇଥିଲେ ହାସନ୍ ଅଲୀ। ରୋହିତଙ୍କ ଯିବା ପରେ ହାର୍ଦ୍ଦିକ ପାଣ୍ଡ୍ୟା ନିଜର ଚିରାଚରିତ ଢ଼ଙ୍ଗରେ ବ୍ୟାଟିଂ କରିଥିଲେ ଏବଂ ସ୍କୋରକୁ ୩୦୦ ନିକଟତର କରାଇଥିଲେ।

ପାଣ୍ଡ୍ୟା ୧୯ ବଲରେ ୨ ଚୌକା ଓ ୧ ଛକା ସହ ୨୬ ରନ୍ କରିଥିବା ବେଳେ ମହମ୍ମଦ ଆମୀରଙ୍କ ବଲରେ ବାବର ଆଜମଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲା। ଏହା ପରେ ନିଜର ରେକର୍ଡ ମ୍ୟାଚ୍ ଖେଳୁଥିବା ମହେନ୍ଦ୍ର ସିଂହ ମାତ୍ର ୧ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ତାଙ୍କୁ ମଧ୍ୟ ଆମୀର ଆଉଟ୍ କରିଥିଲେ। ଭାରତର ସ୍କୋର ୪୬.୪ ଓଭରରେ ୩୦୫ ରନରେ ଥିବା ବେଳେ ବର୍ଷା ଆରମ୍ଭ ହୋଇଥିଲା, ଯେଉଁ କାରଣରୁ ପ୍ରାୟ ୪୫ ମିନିଟ୍ ଖେଳ ବନ୍ଦ ହୋଇଥିଲା।

ଏହା ପରେ ଭାରତ ପୁନର୍ବାର ବ୍ୟାଟିଂ କରିଥିଲା, କିନ୍ତୁ ବାକି ୨୦ ବଲରେ ଭାରତ ମାତ୍ର ୩୧ ରନ୍ କରିବାକୁ ସକ୍ଷମ ହୋଇଥିଲା। ଶେଷଭାଗରେ ବିଜୟ ଶଙ୍କର ୧୫ ଓ କେଦାର ଯାଦବ ୯ ରନ୍ କରି ଅପରାଜିତ ଥିଲେ। ପାକିସ୍ତାନର ସଫଳ ବୋଲର ଭାବେ ମହମ୍ମଦ ଆମୀର ୪୭ ରନ୍ ଦେଇ ୩ଟି, ହାସନ୍ ଓ ରିଆଜ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।

Left Top
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ