Advertisment

India faces South Africa: T-20 ବିଶ୍ବକପ୍ ସୁପର-୮ ମୁକାବିଲା, ଆଜି ଭାରତ-ଦକ୍ଷିଣ ଆଫ୍ରିକା ଟକ୍କର

T-20 ବିଶ୍ବକପ୍ ସୁପର-୮ ମୁକାବିଲା। ଆଜି ଭାରତ-ଦକ୍ଷିଣ ଆଫ୍ରିକା ଟକ୍କର। ଅହମ୍ମଦାବାଦରେ ହାଇଭୋଲଟେଜ୍ ମ୍ୟାଚ୍। ଗ୍ରୁପ୍ ପର୍ଯ୍ୟାୟରେ ଉଭୟ ଦଳ ଅପରାଜେୟ। ଭାରତୀୟ ବ୍ୟାଟରଙ୍କ ହେବ ଅସଲ ପରୀକ୍ଷା।ବୋଲିଂକୁ ଅସ୍ତ୍ର କରିବାକୁ ଦକ୍ଷିଣ ଆଫ୍ରିକାର ଯୋଜନା।

India faces South Africa

T-20 ବିଶ୍ବକପ୍ ସୁପର-୮ ମୁକାବିଲା Photograph: (OTV)

Advertisment

ଟି-୨୦ ବିଶ୍ବକପ୍ ସୁପର-୮ରେ ଆଜି ଭାରତର-ଦକ୍ଷିଣ ଆଫ୍ରିକା ଟକ୍କର। ଅହମ୍ମଦାବରେ ରାତି ୭ଟାରେ ହାଇଭୋଲଟେଜ୍ ମ୍ୟାଚ୍ ରହିଛି। ଗ୍ରୁପ୍ ପର୍ଯ୍ୟାୟରେ ଉଭୟ ଦଳ ୪ଟି ଲେଖାଏଁ ମ୍ୟାଚ୍ ଜିତି ସୁପର-୮କୁ ପ୍ରବେଶ କରିଛନ୍ତି। ଏଣୁ ଉଭୟ ଦଳ ମଧ୍ୟରେ ଜୋରଦାର ଲଢ଼େଇ ହେବ ବୋଲି ଆଶା କରାଯାଉଛି। 

Advertisment

ଭାରତୀୟ ବ୍ୟାଟିଂର ଅସଲ ପରୀକ୍ଷା ଦକ୍ଷିଣ ଆଫ୍ରିକାର ଶକ୍ତିଶାଳୀ ବୋଲିଂ ବିପକ୍ଷରେ ଦେଖିବାକୁ ମିଳିବ। ଟିମ୍ ଇଣ୍ଡିଆ ପାଇଁ ଚିନ୍ତା ଅଭିଷେକଙ୍କ ଖରାପ୍ ଫର୍ମ। ଗତ ୩ଟି ମ୍ୟାଚରେ ସେ ଭଲ ଖେଳି ନାହାନ୍ତି। ତାସତ୍ତ୍ବେ ପ୍ଲେଇଂ ଇଲେଭେନରେ ପରିବର୍ତ୍ତନ କରି ନପାରନ୍ତି ସୂର୍ଯ୍ୟକୁମାର। ଗତକାଲି ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଓ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଢେର ସମୟ ନରେନ୍ଦ୍ର ମୋଦି ଷ୍ଟାଡିୟମ୍ ପିଚକୁ ଅନୁଧ୍ୟାନ କରିଛନ୍ତି। 

ସେପଟେ ଦକ୍ଷିଣ ଆଫ୍ରିକା ଭାରତ ବିପକ୍ଷରେ ସବୁବେଳେ ଭଲ ପ୍ରଦର୍ଶନ କରୁଥିବା ଓପନର୍ ତଥା ୱିକେଟ୍ ରକ୍ଷକ କ୍ବିଣ୍ଟନ୍ ଡି’କକ୍ ଙ୍କୁ ଅସ୍ତ୍ର କରିବ ବୋଲି ସଙ୍କେତ ଦେଇଛି। ଦୁଇ ଦଳ ଗତ ଦୁଇ ମାସ ମଧ୍ୟରେ ପରସ୍ପରକୁ ଷଷ୍ଠ ଥର ପାଇଁ ଭେଟିବାକୁ ଯାଉଛନ୍ତି। ସେହିପରି ଗତ ସଂସ୍କରଣ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ରୋମାଞ୍ଚକର ଲଢ଼େଇରେ ହରାଇଥିଲା ଟିମ୍ ଇଣ୍ଡିଆ। ଏଥର ପରାଜୟର ପ୍ରତିଶୋଧ ଲକ୍ଷ୍ୟରେ ରହିଛି ଦକ୍ଷିଣ ଆଫ୍ରିକା।

Advertisment
  • T-20 ବିଶ୍ବକପ୍ ସୁପର-୮ ମୁକାବିଲା
  • ଆଜି ଭାରତ-ଦକ୍ଷିଣ ଆଫ୍ରିକା ଟକ୍କର
  • ଅହମ୍ମଦାବାଦରେ ହାଇଭୋଲଟେଜ୍ ମ୍ୟାଚ୍
  • ଗ୍ରୁପ୍ ପର୍ଯ୍ୟାୟରେ ଉଭୟ ଦଳ ଅପରାଜେୟ
  • ଭାରତୀୟ ବ୍ୟାଟରଙ୍କ ହେବ ଅସଲ ପରୀକ୍ଷା
  • ବୋଲିଂକୁ ଅସ୍ତ୍ର କରିବାକୁ ଦକ୍ଷିଣ ଆଫ୍ରିକାର ଯୋଜନା
  • ସ୍କ୍ବାଡରେ ପରିବର୍ତ୍ତନ କରି ନପାରେ ଭାରତ
India Vs South Africa T20 World Cup Indian Cricket Team
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ