Advertisment

India vs New Zealand T20 World Cup Final Clash: ୱାର୍ଲଡ କପ୍ ଫାଇନାଲ୍ ଲଢ଼େଇ, ଭାରତର ରନ୍ ବର୍ଷା

ୱାର୍ଲଡ କପ୍ ଫାଇନାଲ୍ ଲଢ଼େଇ। T-20 ବିଶ୍ବକପ୍ ଫାଇନାଲ୍ ମୁକାବିଲା। ଅହମ୍ମଦାବାଦରେ ଭାରତ-ନ୍ୟୁଜିଲାଣ୍ଡ ମୁହାଁମୁହିଁ। ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଛି ଟିମ୍ ଇଣ୍ଡିଆ। ପ୍ଲେଇଂ ଇଲେଭେନରେ ପରିବର୍ତ୍ତନ କରିନି ଭାରତ।

India vs New Zealand T20 World Cup Final Clash

ୱାର୍ଲଡ କପ୍ ଫାଇନାଲ୍ ଲଢ଼େଇ, ଭାରତର ରନ୍ ବର୍ଷା Photograph: (OTV)

Advertisment

କିଏ ମାରିବ ବାଜି ? କାହା ହାତକୁ ଯିବ T-20 ବିଶ୍ବକପ୍ ଟ୍ରଫି। ଟାଇଟଲ ଲଢ଼େଇରେ ଆମନା ସାମନି ଟିମ୍ ଇଣ୍ଡିଆ ଓ ନ୍ୟୁଜିଲାଣ୍ଡ। ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯାଉଛି। ନ୍ୟୁଜିଲାଣ୍ଡ ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ଡାକିଛି। ଫାଇନାଲ୍ ପାଇଁ ପ୍ଲେଇଂ ଇଲେଭେନରେ କୌଣସି ପରିବର୍ତ୍ତନ କରିନି ଟିମ୍ ଇଣ୍ଡିଆ। 

Advertisment

ସୁପର-୮ ଓ ସେମି ଭଳି ଫାଇନାଲରେ ସଞ୍ଜୁ ସାମସନଙ୍କ ବ୍ୟାଟରୁ ବଡ଼ ଇନିଂସ ଆଶା ରଖିଛନ୍ତି କ୍ରିକେଟ ପ୍ରେମୀ। ତାଙ୍କ ସହ ଇନଫର୍ମ ଇଶାନ୍ ଓ ଅଲରାଉଣ୍ଡର ଶିବମ ଦୁବେଙ୍କଠାରୁ ବି ଧୂଆଁଧାର ବ୍ୟାଟିଂ ଆଶା କରାଯାଉଛି। ଏମାନଙ୍କ ବ୍ୟାଟ ଚାଲିଲେ ଭାରତ ବଡ଼ ସ୍କୋର ଠିଆ କରିବା ନିଶ୍ଚିତ। ସେପଟେ ଦକ୍ଷିଣ ଆଫ୍ରିକାକୁ ଏକତରଫା ଭାବେ ୯ ୱିକେଟରେ ହରାଇ ଫାଇନାଲ୍ ଆସିଛି ନ୍ୟୁଜିଲାଣ୍ଡ। ଓପନର୍ ଫିନ୍ ଆଲେନ୍ ମାତ୍ର ୩୩ ବଲରେ ଶତକ ହାସଲ କରି ନିଜର ଫର୍ମ ପ୍ରଦର୍ଶନ କରିଛନ୍ତି। ଯାହା ଭାରତୀୟ ବୋଲରଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହେବ।

ସେହିପରି ଘାତକ ସାଜି ପାରନ୍ତି ଡାରେଲ୍ ମିଚେଲ୍। ଏମାନଙ୍କୁ ଅଟକାଇବାକୁ ବୋଲିଂ ରଣନୀତି କରିଛି ଟିମ୍ ଇଣ୍ଡିଆ। ଭାରତ ଲଗାତାର ଦ୍ୱିତୀୟ ଥର ପାଇଁ ଟାଇଟଲ୍ ଜିତିବା ଲକ୍ଷ୍ୟରେ ରହିଛି। ତେବେ ରେକର୍ଡ କହୁଛି ଟି-ଟ୍ବେଣ୍ଟି ବିଶ୍ବକପରେ କେବେ ବି କିୱି ବାହିନୀକୁ ହରାଇନି ଭାରତ। ଏଥର ଇତିହାସ ବଦଳାଇବା ଲକ୍ଷ୍ୟ ନେଇ ଖେଳିବ ସୂର୍ଯ୍ୟସେନା।

Advertisment

  • ୱାର୍ଲଡ କପ୍ ଫାଇନାଲ୍ ଲଢ଼େଇ
  • T-20 ବିଶ୍ବକପ୍ ଫାଇନାଲ୍ ମୁକାବିଲା
  • ଅହମ୍ମଦାବାଦରେ ଭାରତ-ନ୍ୟୁଜିଲାଣ୍ଡ ମୁହାଁମୁହିଁ
  • ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଛି ଟିମ୍ ଇଣ୍ଡିଆ
  • ପ୍ଲେଇଂ ଇଲେଭେନରେ ପରିବର୍ତ୍ତନ କରିନି ଭାରତ
  • ଫାଇନାଲରେ କିଏ ମାରିବ ବାଜି ?
  • କାହା ହାତକୁ ଯିବ ବିଶ୍ୱକପ୍ ଟ୍ରଫି ?
  • ସଞ୍ଜୁ ସାମସନଙ୍କ ବ୍ୟାଟରୁ ବଡ଼ ଇନିଂସ ଆଶା
  • ଇଶାନ୍ ଓ ଶିବମ ଦୁବେଙ୍କଠାରୁ ଧୂଆଁଧାର ବ୍ୟାଟିଂ ଆଶା
  • ମ୍ୟାଚ୍ ମୋଡ଼ ବଦଳାଇବାରେ ମାହିର ନ୍ୟୁଜିଲାଣ୍ଡ
  • ଫିନ୍ ଆଲେନ୍, ଡାରେଲ୍ ମିଚେଲ୍ ଘାତକ ସାଜିପାରନ୍ତି
  • ଲଗାତାର ଦ୍ୱିତୀୟ ଥର ଟାଇଟଲ୍ ଜିତିବା ଲକ୍ଷ୍ୟରେ ଭାରତ
Cricket World Cup Team India ICC Women's T20 World Cup Final
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ