Advertisment

Visakhapatnam ODI: ବିଶାଖାପାଟଣାରେ ଭାରତର ଦମଦାର୍ ବିଜୟ , ଜୟସ୍ବାଲ କଲେ ଅପରାଜିତ ୧୧୬ରନ

ଭାରତ ପକ୍ଷରୁ କୂଳଦୀପ ଯାଦବ ଓ ପ୍ରସିଦ୍ଧ କ୍ରିଷ୍ଣା ୪ଟି ଲେଖାଏଁ ଓ୍ବିକେଟ ନେଇଥିଲେ। ଜବାବରେ ଆରମ୍ଭରୁ ଦମଦାର ବ୍ୟାଟିଂ କରିଥିଲା ଭାରତ । ଜୟସ୍ବାଲ ଶତକ କରିଥିବାବେଳେ ରୋହିତ ୭୫ ରନ କରି ପାଭିଲିୟନ ଫେରିଥିଲେ ।

INDIA-WIN

INDIA-WIN Photograph: (OTV)

Advertisment

ଦିନିକିଆରେ ଦକ୍ଷିଣ ଆଫ୍ରିକାଠାରୁ ଟେଷ୍ଟ ପରାଜୟର ପ୍ରତିଶୋଧ ନେଲା ଭାରତ। ବିଶାଖାପାଟଣାରେ ଭାରତର ଦମଦାର୍ ବିଜୟ । ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଦିନିକିଆକୁ ୯ ୱିକେଟରେ ଜିତିଲା ଟିମ୍ ଇଣ୍ଡିଆ। ଏଥିସହିତ ଦିନିକିଆ ସିରିଜକୁ ୨-୧ରେ ଜିତିନେଇଛି ଭାରତ।  

Advertisment

ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଟିମ୍ ଇଣ୍ଡିଆ। ଦକ୍ଷିଣ ଆଫ୍ରିକାର ବାଭୁମା ୪୮ ରନ କରି ଆଉଟ ହୋଇଥିବାବେଳେ ଡିକକ୍ ୧୦୬ ରନ ଶତକୀୟ ଇଂନିସ ଖେଳିଥିଲେ । ତେବେ ଦଳର ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ । ୪୭.୫ ଓଭରରେ ଦକ୍ଷିଣ ଆଫ୍ରିକା ୨୭୦ ରନରେ ଅଲଆଉଟ୍ ହୋଇଯାଇଥିଲା ।

ଭାରତ ପକ୍ଷରୁ କୂଳଦୀପ ଯାଦବ ଓ ପ୍ରସିଦ୍ଧ କ୍ରିଷ୍ଣା ୪ଟି ଲେଖାଏଁ ଓ୍ବିକେଟ ନେଇଥିଲେ। ଜବାବରେ ଆରମ୍ଭରୁ ଦମଦାର ବ୍ୟାଟିଂ କରିଥିଲା ଭାରତ । ଜୟସ୍ବାଲ ଶତକ କରିଥିବାବେଳେ ରୋହିତ ୭୫ ରନ କରି ପାଭିଲିୟନ ଫେରିଥିଲେ । ପରେ ବିରାଟ କୋହଲି ମଧ୍ୟ ଦକ୍ଷିଣ ଆଫ୍ରିକା ବୋଲରଙ୍କୁ ଧୁଲେଇ କରିଥିଲେ । ଜୟସ୍ବାଲ ଅପରାଜିତ ୧୧୬ ରନ କରିଥିବାବେଳେ କୋହଲି ୬୫ ରନ କରି ଅପରାଜିତ ରହିଛନ୍ତି। ...

Advertisment

ବିଶାଖାପାଟଣାରେ ଭାରତର ଦମଦାର୍ ବିଜୟ
ତୃତୀୟ ଦିନିକିଆକୁ ୯ ୱିକେଟରେ ଜିତିଲା ଟିମ୍ ଇଣ୍ଡିଆ
ଦିନିକିଆ ସିରିଜକୁ ୨-୧ରେ ଜିତିଲା ଭାରତ
୧୦ ଓଭର ଗୋଟିଏ ବଲ୍ ବାକି ଥାଇ ଜିତିଲା ଭାରତ
ଜୟସ୍ବାଲ କଲେ ଅପରାଜିତ ୧୧୬ରନ
କୋହଲି ଅପରାଜିତ-୬୫, ରୋହିତ୍ କଲେ ୭୫ ରନ୍
ଭାରତକୁ ୨୭୧ ରନ୍ ଟାର୍ଗେଟ୍ ଦେଇଥିଲା ସାଉଥ ଆଫ୍ରିକା 
ଟେଷ୍ଟ ପରାଜୟର ପ୍ରତିଶୋଧ ନେଲା ଭାରତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ