Advertisment

India beat South Africa: ବାରବାଟୀରେ ବଡ଼ ବିଜୟ; ଦମ୍ ଦେଖାଇଲା ଭାରତ, ଇତିହାସ ରଚିଲା

ଦମ୍ ଦେଖାଇଲା ଭାରତ, ଇତିହାସ ରଚିଲା। ଦମଦାର ବୋଲିଂ ଫଳରେ ୭୪ ରନରେ ଅଲ୍ ଆଉଟ୍ ଓ ୫୦ ରନରେ ଦକ୍ଷିଣ ଆଫ୍ରିକାର ଅଧା ଖେଳାଳି ଆଉଟ୍। ୨୮ ବଲରେ ୫୯ ରନ୍ କଲେ ହାର୍ଦ୍ଦିକ ପାଣ୍ଡ୍ୟା।

Barabati Match

Barabati Match Photograph: (OTV)

Advertisment

ବାରବାଟୀରେ ବଡ଼ ବିଜୟ। ଦମ ଦେଖାଇଲା ଭାରତ, ଇତିହାସ ରଚିଲା। ଐତିହାସିକ ବାରବାଟୀ ଷ୍ଟାଡିୟମରେ ମଙ୍ଗଳବାର ଭାରତୀୟ କ୍ରିକେଟ୍ ଟିମ୍ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦମଦାର ବିଜୟ ହାସଲ କରିଛି। 

Advertisment

ବାରବାଟୀରେ ଚାଲିଲା ପାଣ୍ଡ୍ୟାଙ୍କ ଶୋ’। ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କର ବିସ୍ଫୋରକ ବ୍ୟାଟିଂ ଓ ବୋଲରଙ୍କ ଦମଦାର ବୋଲିଂ ଫଳରେ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ କୁ ମ୍ୟାନ୍ ଇନ୍ ବ୍ଲୁ ୧୦୧ ରନ୍ ରେ ଜିତିଛି। ୧୭୬ ରନର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ୧୨.୩ ଓଭରରେ ସମସ୍ତ ୱିକେଟ୍ ହରାଇ ମାତ୍ର ୭୪ ରନ୍ ହିଁ କରିପାରିଥିଲା।

ଭାରତୀୟ ବୋଲରଙ୍କ ଦମଦାର ପ୍ରଦର୍ଶନ ଫଳରେ ୫୦ ରନ୍ ରେ ଦକ୍ଷିଣ ଆଫ୍ରିକାର ଅଧା ଖେଳାଳି ଆଉଟ୍ ହୋଇଥିଲେ। ଭାରତର ଫାଷ୍ଟ ବୋଲର ଅର୍ଶଦୀପ ସିଂହଙ୍କ ବଲ୍ ଅଭିଷେକ ଶର୍ମାଙ୍କୁ କ୍ୟାଚ୍ ଦେଇ କ୍ବିଣ୍ଟନ୍ ଡି’ କକ୍  ଆଉଟ୍  ହୋଇଥିଲେ। ଦକ୍ଷିଣ ଆଫ୍ରିକା ମାତ୍ର ୧ ରନ୍ ରେ ପ୍ରଥମ ୱିକେଟ୍ ହରାଇଥିଲା।

Advertisment

ଭାରତ ଆରମ୍ଭରୁ ବିପର୍ଯ୍ୟୟ ଶିକାର ହୋଇଥିଲା। ପ୍ରାରମ୍ଭିକ ବ୍ୟାଟର ଶୁବମନ ଗିଲ ୨ଟି ବଲ୍ ସାମ୍ନା କରି ମାତ୍ର ୪ ରନ୍ ସଂଗ୍ରହ କରି ପାଭିଲିଅନ ଫେରି ଆସିଥିଲେ। ଗୋଟେ ପରେ ଗୋଟେ ୱିକେଟ୍ ହରାଇବା ପରେ ବି ଟିମ୍ ଇଣ୍ଡିଆକୁ କମ୍ ବ୍ୟାକ୍ କରାଇଥିଲେ ପାଣ୍ଡ୍ୟା। 

ସାଉଥ୍ ଆଫ୍ରିକା ବୋଲରଙ୍କୁ ଧୁଲେଇ କରିଥିଲେ। ୨୮ ବଲରେ ୪ଟି ଛକା ଓ ୬ଟି ଚୌକା ମାରି ବ୍ୟକ୍ତିଗତ ୫୯ ରନ୍ ଟିମ୍ ଇଣ୍ଡିଆକୁ ୧୭୫ ରନ୍ ରେ ପହଞ୍ଚାଇଥିଲା। ଏହି ବିଜୟ ସହିତ ଭାରତ ଶୃଙ୍ଖଳାରେ ୧-୦ରେ ଆଗୁଆ ରହିଛି।

Advertisment

•    ବାରବାଟୀରେ ବଡ଼ ବିଜୟ 
•    ଦମ୍ ଦେଖାଇଲା ଭାରତ, ଇତିହାସ ରଚିଲା 
•    ବାରବାଟୀରେ ପାଣ୍ଡ୍ୟାଙ୍କ ପାୱାର୍ ସୋ’
•    ଦମଦାର ବୋଲିଂ ଫଳରେ ୭୪ ରନରେ ଅଲ୍ ଆଉଟ୍  
•    ୫୦ ରନରେ ଦକ୍ଷିଣ ଆଫ୍ରିକାର ଅଧା ଖେଳାଳି ଆଉଟ୍ 
•    ସାଉଥ୍ ଆଫ୍ରିକା ବୋଲରଙ୍କୁ ପାଣ୍ଡ୍ୟାଙ୍କ ଧୁଲେଇ 
•    ୨୮ ବଲରେ ୪ଟି ଛକା ଓ ୬ଟି ଚୌକା ମାରି ୫୯ ରନ୍ 
•    ୨୮ ବଲରେ ୫୯ ରନ୍ କଲେ ହାର୍ଦ୍ଦିକ
•    ଗିଲ୍-୪, ଅଭିଷେକ-୧୭, ସୂର୍ଯ୍ୟକୁମାର-୧୨ ରନ୍
•    ଅଶ୍ରଦୀପ, ଜସପ୍ରୀତ, ବରୁଣ, ଅକ୍ସରଙ୍କୁ ୨ଟି ଲେଖାଏଁ ୱିକେଟ୍

barabati cricket match barabati t20 match
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ