CRICKET Photograph: (OTV)
ସୁପର ସନଡେରେ ବିଗ ଫାଇଟ୍। ଏସିଆ କପ ଫାଇନାଲରେ ହାଇଭୋଲଟେଜ୍ ଲଢ଼େଇ। ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ-ପାକିସ୍ତାନ। କିଏ ଜିତିବ ବାଜି ? କାହାକୁ ମିଳିବ ଚାମ୍ପିଅନ୍ ମୁକୁଟ। ରେକର୍ଡ ଦେଖିଲେ ଭାରତର ପଲ୍ଲା ଭାରି ରହିଛି। ଜବରଦସ୍ତ ଫର୍ମ ସହ ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ରହିଛି ସୂର୍ଯ୍ୟ ବାହିନୀ। ସମସ୍ତ ୬ଟି ଯାକ ମ୍ୟାଚ୍ ଜିତିଛି।
ଓପନର ଅଭିଷେକ ବର୍ମା ଓ ଶୁବମନ୍ ଗିଲ୍ ଜବରଦସ୍ତ ଫର୍ମରେ ରହିଥିବା ବେଳେ ଟପ୍ ଅର୍ଡର ସମ୍ଭାଳିବେ ସୂର୍ଯ୍ୟକୁମାର, ତିଲକ ବର୍ମା, ସଞ୍ଜୁ ସାମସନ୍। ମିଡିଲ ଅର୍ଡର ଭାର ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ ଓ ଅକ୍ଷର ପଟେଲ୍ ତୁଲାଇବେ। ଭାରତର ଆଠ ନମ୍ବର ଯାଏ ଖେଳାଳି ବ୍ୟାଟିଂରେ ଦମ୍ ଦେଖାଇବାକୁ ତୟାର। ଉଭୟ ବୋଲିଂ ଓ ବ୍ୟାଟିଂରେ ଭାରତ ଶକ୍ତିଶାଳୀ ରହିଛି। ସ୍ପିନରେ ଘାଇଲା କରୁଛନ୍ତି କୁଳଦୀପ ଯାବଦ, ବରୁଣ ଚକ୍ରବର୍ତ୍ତୀ ଓ ଅକ୍ଷର ପଟେଲ୍।
ଭାରତ ଏସିଆ କପର ଦୁଇଟି ମ୍ୟାଚରେ ପାକିସ୍ତାନକୁ ଧୂଳି ଚଟାଇଛି। ତେଣୁ ଆଜିର ମ୍ୟାଚରେ ପାକିସ୍ତାନ ଉପରେ ପ୍ରବଳ ଚାପ ରହିବ। ଅନ୍ୟପଟେ ପାକିସ୍ତାନ ବି ପରାଜୟ ବଦଲା ସହ ଚାମ୍ପିଅନ୍ ଲକ୍ଷ୍ୟରେ ମୈଦନାକୁ ଓହ୍ଲାଇବ। ଏସିଆ କପ ଇତିହାସରେ ପ୍ରଥମ ଥର ଉଭୟ ମୁହାଁମୁହିଁ ହେଉଥିବା ବେଳେ ନବମ ଥର ଚାମ୍ପିଅନ୍ ଲକ୍ଷ୍ୟରେ ଖେଳିବ ଟିମ୍ ଇଣ୍ଡିଆ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/09/28/cricket-2025-09-28-09-27-08.jpg)