Retun-World-Cup-Trophy Photograph: (OTV)
ଟିମ୍ ଇଣ୍ଡିଆକୁ ମିଳିବନି ବିଶ୍ବକପ୍ ଟ୍ରଫି । ଜିତିଥିବା କପ୍ ଫେରାଇ ଦେବ ଭାରତ । କାରଣ ଜାଣିଲେ ଉଡ଼ିଯିବ ହୋସ । ୨୦୨୫ ମହିଳା ବିଶ୍ୱକପ୍ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଭାରତ ଇତିହାସ ରଚିଥିଲା। ୫୨ ବର୍ଷ ପରେ ପ୍ରଥମ ଥର ପାଇଁ ମହିଳା ବିଶ୍ୱକପ୍ ଜିତିଥିଲେ ଭାରତର ସୁନା ଝିଅ । ଏହି ବିଜୟ ପରେ, ଟିମ୍ ଇଣ୍ଡିଆକୁ ସୁନା ଓ ରୂପାରେ ତିଆରି ବିଶ୍ୱକପ୍ ଟ୍ରଫି ମିଳିଥିଲା। କିନ୍ତୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏବେ ଜିତିଥିବା ଏହି ଟ୍ରଫିକୁ ଭାରତୀୟ ଦଳଠାରୁ ଫେରାଇ ନେବ ICC। ଆପଣଙ୍କ ମନରେ ପ୍ରଶ୍ନ ଆସିବା ସ୍ୱାଭାବିକ ଯେ କାହିଁକି ଏପରି କରିବ ICC ? ତେବେ ଏହାପଛରେ ଏକ ରୋଚକ କାରଣ ରହିଛି।
ପ୍ରାୟ୨୬ ବର୍ଷ ପୂର୍ବେ ICC ଦ୍ୱାରା ଏକ ନିୟମ ପ୍ରଣୟନ କରାଯାଇଥିଲା। ଯେ ICC ଟୁର୍ଣ୍ଣାମେଣ୍ଟ ଜିତିଥିବା କୌଣସି ବି ଦଳକୁ ମୂଳ ଟ୍ରଫି ପ୍ରଦାନ କରାଯିବ ନାହିଁ। କେବଳ ପୁରସ୍କାର ସମାରୋହ ସମୟରେ ପ୍ରକୃତ ଟ୍ରଫି ପ୍ରଦାନ କରାଯିବ ଏବଂ ଫଟୋସୁଟ୍ ପରେ ICC ଏହାକୁ ଫେରାଇ ନେବ। ମୂଳ ଟ୍ରଫିଟି ICCର ଦୁବାଇ ମୁଖ୍ୟାଳୟରେ ରଖାଯାଇଥାଏ। ଅର୍ଥାତ ବିଜୟୀ ଦଳ ପ୍ରଥମେ ଟ୍ରଫି ଗ୍ରହଣ କରିବ, ଏହାକୁ ଫଟୋ ସେସନ୍ ଏବଂ ବିଜୟ ପରେଡ୍ ପାଇଁ ବ୍ୟବହାର କରିବ, କିନ୍ତୁ ପରେ ଏହାକୁ ଫେରାଇବାକୁ ପଡିବ। ପରେ ICC ବିଜେତା ଦଳକୁ ଏକ ଡମି ଟ୍ରଫି ପ୍ରଦାନ କରିଥାଏ। ଯାହା ମୂଳ ଟ୍ରଫିର କାର୍ବନ କପି ପରି ଦେଖାଯାଇଥାଏ। ଏଥିରେ ମଧ୍ୟ ସୁନା ଏବଂ ରୂପା ବ୍ୟବହାର କରାଯାଏ। ପ୍ରକୃତ ଟ୍ରଫିକୁ ଚୋରି କିମ୍ବା କ୍ଷତିରୁ ରକ୍ଷା କରିବା ପାଇଁ ICC ଏପରି ନିୟମ ତିଆରି କରିଛି।
2025 ମହିଳା ବିଶ୍ୱକପ୍ ଟ୍ରଫିର ଓଜନ ହେଉଛି 11 କିଲୋଗ୍ରାମ ଏବଂ ଏହା ପ୍ରାୟ 60 ସେମି ଉଚ୍ଚ। ଏହା ରୂପା ଏବଂ ସୁନାରେ ତିଆରି। ଏଥିରେ ତିନୋଟି ରୂପା ସ୍ତମ୍ଭ ଷ୍ଟମ୍ପ ଏବଂ ବେଲ୍ ଆକୃତିର ରହିଛି। ଏହାର ଉପର ଭାଗରେ ଏକ ସୁନା ଗ୍ଲୋବ୍ ମଧ୍ୟ ରହିଛି। ଟ୍ରଫିର ତଳ ଭାଗରେ ସମସ୍ତ ବିଜେତାଙ୍କ ନାମ ମଧ୍ୟ ଖୋଦିତ ହୋଇଛି। ଏହି ବର୍ଷ, ପ୍ରଥମ ଥର ପାଇଁ ଟ୍ରଫିରେ ଭାରତର ନାମ ଅନ୍ତର୍ଭୁକ୍ତ ହୋଇଛି। ଆଜି ପର୍ଯ୍ୟନ୍ତ ମହିଳା ବିଶ୍ୱକପର 13ଟି ସଂସ୍କରଣ ହୋଇଛି, ଯେଉଁଥିରେ ଅଷ୍ଟ୍ରେଲିଆ ସାତ ଥର, ଇଂଲଣ୍ଡ ଚାରୋଟି ଏବଂ ନ୍ୟୁଜିଲ୍ୟାଣ୍ଡ ଏବଂ ଭାରତ ଗୋଟିଏ ଲେଖାଏଁ ଟାଇଟଲ୍ ଜିତିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/06/retun-world-cup-trophy-2025-11-06-16-52-41.jpg)