cricket
ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ର ୧୩ଶ ସଂସ୍କରଣ ଚଳିତ ବର୍ଷ ୟୁଏଇରେ ଆୟୋଜିତ ହେବ। କିନ୍ତୁ ସେହି ଦେଶରୁ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ୟୁଏଇର ଦୁଇଜଣ ଖେଳାଳି ଆଇସିସି ଆଣ୍ଟି-କରପସନ୍ ଆକ୍ଟ ଉଲ୍ଲଙ୍ଘନ କରି ସସପେଣ୍ଡ ହୋଇଛନ୍ତି। ଆଇସିସି ୟୁଏଇ ଟିମର ପେସ୍ ବୋଲର ଆମୀର ହୟାତ୍ ଓ ବ୍ୟାଟ୍ସମ୍ୟାନ୍ ଅଶଫାକ୍ ଅହମ୍ମଦଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ନେଇଛି। ଏହି ଦୁଇ କ୍ରିକେଟରଙ୍କୁ ଜବାବ ଦେବା ପାଇଁ ୨ ସପ୍ତାହ ସମୟ ଦିଆଯାଇଛି।
/odishatv-khabar/media/post_attachments/post_image/post_image_cb9b638.jpg)
ଏହି ଦୁଇ ଖେଳାଳିଙ୍କ ଉପରେ ଆଇସିସି ଆଣ୍ଟି କରପସନ ନିୟମ-୫ର ଉଲ୍ଲଙ୍ଘନ କରିବାର ଅଭିଯୋଗ ଲାଗିଛି। ଏମାନଙ୍କ ଉପରେ ଅର୍ଥ ବା ଉପହାର ନେଇ ମ୍ୟାଚର ଫଳାଫଳକୁ ପ୍ରଭାବିତ କରିବାର ଗୁରୁତର ଅଭିଯୋଗ ଲାଗିଛି। ଅର୍ଥାତ୍ ଦୁହିଁଙ୍କ ଉପରେ ଫିକ୍ସିଂର ଅଭିଯୋଗ ମଧ୍ୟ ଲଗାଯାଇଛି। ତେବେ ତଦନ୍ତରେ ଦୁହେଁ ଟଙ୍କା ନେଣତେଣ ଏବଂ ଉପହାରକୁ ନେଇ କୌଣସି ସୂଚନା ଦେଇନାହାନ୍ତି।
ଆମୀର ହୟାତ୍ ପାକିସ୍ତାନର ଲାହୋରରେ ଜନ୍ମ ହୋଇଥିଲେ ହେଁ ୟୁଏଇ ପକ୍ଷରୁ କ୍ରିକେଟ୍ ଖେଳନ୍ତି। ସେ ୟୁଏଇ ପକ୍ଷରୁ ୯ ଦିନିକିଆ ଖେଳି ୧୧ ୱିକେଟ୍ ଏବଂ ୪ ଟି-୨୦ ମ୍ୟାଚ୍ ଖେଳି ୬ ୱିକେଟ୍ ହାସଲ କରିଛନ୍ତି। ସେହିପରି ଅଶଫାକ୍ ମଧ୍ୟ ପାକିସ୍ତାନ ଲାହୋରରେ ଜନ୍ମ ହୋଇଛନ୍ତି। ସେ ୟୁଏଇ ପକ୍ଷରୁ ୧୬ ଦିନିକିଆ ଖେଳି ୩୪୪ ରନ୍ ଏବ ୧୨ ଟି-୨୦ ମ୍ୟାଚରେ ୨୩୮ ରନ୍ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/cricket_1625334092.jpg)