Advertisment

ICC Announces Record Prize Money: କିଏ ଜିତିବ T-20 ବିଶ୍ୱକପ୍? ବିଜେତାଙ୍କ ଉପରେ ହେବ ଟଙ୍କାର ବର୍ଷା

T-20 ବିଶ୍ୱକପ୍ ବିଜେତାଙ୍କ ଉପରେ ହେବ ଟଙ୍କାର ବର୍ଷା। ରେକର୍ଡ ଭାଙ୍ଗି ପୁରସ୍କାର ରାଶି ପ୍ରଦାନ କରିବ ICC। ୱିନିଂ ଟିମ୍ କୁ ମିଳିବ ୨୭.୫୦ କୋଟି। ଉପବିଜେତାଙ୍କୁ ମିଳିବ ୧୪.୬୭ କୋଟି।

T-20 World Cup Winner

T-20 World Cup Winner Photograph: (OTV)

Advertisment

ଏଥର T-20 ବିଶ୍ୱକପ୍ ବିଜେତାଙ୍କ ଉପରେ ଟଙ୍କାର ବର୍ଷା କରିବ ICC। କେବଳ ବିଜେତା ନୁହଁନ୍ତି ଉପବିଜେତା, ସେମିଫାଇନାଲରେ ପରାଜିତ ଟିମ୍ ଉପରେ ଟଙ୍କାର ବର୍ଷା ହେବ। ତେବେ ଆସନ୍ତା କାଲି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଟାଇଟଲ ପାଇଁ ମୁହାଁମୁହିଁ ହେବେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ। ତେବେ କିଏ ଜିତିବ। ଭାରତ ନା ନ୍ୟୁଜିଲ୍ୟାଣ୍ଡ, ତା ଉପରେ କ୍ରିକେଟ ଫ୍ୟାନ୍ସଙ୍କର ନଜର ରହିଛି। 

Advertisment

ଏହାରି ଭିତରେ ଏଥର ICC ରେକର୍ଡ ଭାଙ୍ଗି ପୁରସ୍କାର ରାଶି ବଣ୍ଟନ କରୁଛି। ରିପୋର୍ଟ ଅନୁଯାୟୀ, T20 ବିଶ୍ୱକପ୍ ୨୦୨୬ର ୱିନିଂ ଟିମ୍ କୁ ୩ ମିଲିୟନ ଡଲାର ଅର୍ଥାତ ପ୍ରାୟ ୨୭ କୋଟି ୫୦ ଲକ୍ଷ ଟଙ୍କା ମିଳିବ। ସେହିପରି ଉପବିଜେତା ୧.୬ ମିଲିୟନ ଡଲାର, ଅର୍ଥାତ୍ ପ୍ରାୟ ୧୪ କୋଟି ୬୭ ଲକ୍ଷ ଟଙ୍କା ଦିଆଯିବ। 

ଯେଉଁ ଦଳ ସେମିଫାଇନାଲରେ ପରାଜିତ ହୋଇଥିଲେ ସେମାନଙ୍କୁ ପ୍ରାୟ ୭ କୋଟି ୨୪ ଲକ୍ଷ, ପଞ୍ଚମରୁ ଦ୍ୱାଦଶ ସ୍ଥାନ ଅଧିକାର କରିଥିବା ଟିମ୍ କୁ ପ୍ରାୟ ୩ କୋଟି ୪୮ ଲକ୍ଷ ଏବଂ ୧୩ ରୁ ୨୦ତମ ସ୍ଥାନରେ ଥିବା ଦଳକୁ ପ୍ରାୟ ୨ କୋଟି ୨୯ ଲକ୍ଷ ପୁରସ୍କାର ରାଶି ପ୍ରଦାନ କରାଯିବ। ତେବେ ସମୁଦାୟ ୧୩.୫ ମିଲିୟନ ଡଲାର, ଅର୍ଥାତ୍ ପ୍ରାୟ ୧୨୩ କୋଟି ୭୭ ଲକ୍ଷ ଟଙ୍କା ପୁରସ୍କାର ରାଶି ରଖାଯାଇଛି, ଯାହା ୨୦୨୪ ଟି-୨୦ ବିଶ୍ୱକପ୍ ତୁଳନାରେ ପ୍ରାୟ ୨୦ ପ୍ରତିଶତ ଅଧିକ।

Advertisment

T20 World Cup ICC
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ