BARABATI
କଟକ : ଚଳିତ ମାସ ୨୨ ତାରିଖରେ କଟକ ବାରବାଟୀରେ ହେବାକୁ ଥିବା ଇଣ୍ଡିଆ-ଇଣ୍ଡିଜ୍ ଦିନିକିଆ ପାଇଁ ଦର୍ଶକଙ୍କୁ ବିନା ପରିଚୟ ପତ୍ରରେ ଦିଆଯିବନି ଟିକେଟ । ଯେ କୌଣସି ପରିଚୟପତ୍ର ଦେଖାଇଲେ ହିଁ କାଉଣ୍ଟରରେ ଟିକେଟ୍ ଦିଆଯିବ ଦର୍ଶକଙ୍କୁ । ଓଡ଼ିଶା କ୍ରିକେଟ୍ ଆସୋସିଏନ୍ ପକ୍ଷରୁ ଏକ ପ୍ରେସ୍ମିଟ୍ କରି ଏହି ସୂଚନା ଦିଆଯାଇଛି । କାଉଣ୍ଟରରୁ ଜଣେ କେବଳ ୨ଟି ଟିକେଟ୍ ହିଁ କିଣିପାରିବେ ବୋଲି ଓସିଏ କହିଛି ।
ଆସନ୍ତା ୧୬ ଓ ୧୭ ତାରିଖରେ ଅନୁମୋଦିତ ସଂସ୍ଥା, ସ୍କୁଲ, କ୍ଲବକୁ ଟିକେଟ୍ ଦିଆଯିବ । ଏହାପରେ ଅର୍ଥାତ ୧୯ ଓ ୨୦ ତାରିଖରେ ବାରବାଟୀ ଷ୍ଟାଡିୟମ କାଉଣ୍ଟରରେ ମିଳିବ ଟିକେଟ । ଗ୍ୟାଲେରୀ ଦର୍ଶକଙ୍କ ପାଇଁ ହେଲ୍ପ୍ ଡେସ୍କର ବ୍ୟବସ୍ଥା ରହିବ ବୋଲି ଓସିଏ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/BARABATI1_1626686983.jpg)