Hockey India League Photograph: (OTV)
ଆଜିଠୁ କଳିଙ୍ଗରେ ହକି ଇଣ୍ଡିଆ ଲିଗ୍ ଲଢ଼େଇ। ଶୀତୁଆ ସନ୍ଧ୍ୟାରେ କଳିଙ୍ଗ ଷ୍ଟାଡିୟମରେ ହେବ ଜୋରଦାର ଫାଇଟ୍। ପୁରୁଷ ହକି ଇଣ୍ଡିଆ ଲିଗର ଶେଷ ପର୍ଯ୍ୟାୟ ମ୍ୟାଚ୍ ପାଇଁ ପ୍ରସ୍ତୁତି ଶେଷ ହୋଇଛି। ଏଥିପାଇଁ ବିଭିନ୍ନ ଦଳ ଭୁବନେଶ୍ବରରେ ପହଞ୍ଚିଛନ୍ତି। ପ୍ରଥମ ଦିନରେ ଆଜି ୨ଟି ମ୍ୟାଚ ଖେଳାଯିବ।
ପ୍ରଥମ ମ୍ୟାଚ୍ ସଂଧ୍ୟା ୫ଟାରେ ବେଙ୍ଗଲ ଟାଇଗର୍ସ ଓ ହାଇଦ୍ରାବାଦ ତୁଫାନ୍ସ ମଧ୍ୟରେ ମୁକାବିଲା ହେବ। ଦ୍ୱିତୀୟ ମ୍ୟାଚ ରାତି ୭ଟାରେ ଘରୋଇ ଦଳ କଳିଙ୍ଗ ଲାନସର୍ସ ଓ ଦିଲ୍ଲୀ ଏସଜି ପାଇପର୍ସ ମଧ୍ୟରେ ଖେଳାଯିବ। କଳିଙ୍ଗ ଷ୍ଟାଡିୟମରେ ଆଜିଠୁ ୨୨ ତାରିଖ ପର୍ଯ୍ୟନ୍ତ ଗ୍ରୁପ୍ ପର୍ଯ୍ୟାୟ, ୨୩ରୁ ୨୫ ନକ୍ ଆଉଟ୍ ଏବଂ ୨୬ ତାରିଖରେ ଫାଇନାଲ ମ୍ୟାଚ ରହିଛି।
ଗତବର୍ଷ ଭୁବନେଶ୍ୱର ପରିବର୍ତ୍ତେ ରାଉରକେଲାରେ ଏଚ୍ଆଇଏଲର ମ୍ୟାଚ ଗୁଡ଼ିକ ଖେଳାଯାଇଥିଲା। କିନ୍ତୁ ଏଥର କେବଳ ଭୁବନେଶ୍ୱରରେ ଖେଳାଯିବ। କଳିଙ୍ଗ ଲାନସର୍ସ ଏପର୍ଯ୍ୟନ୍ତ ୪ଟି ମ୍ୟାଚ ଖେଳି ୧୧ ପଏଣ୍ଟ ପାଇ ଟେବୁଲରେ ଶୀର୍ଷ ସ୍ଥାନରେ ରହିଛି।
ଆଜିଠୁ କଳିଙ୍ଗରେ ହକି ଇଣ୍ଡିଆ ଲିଗ୍ ଲଢ଼େଇ
କଳିଙ୍ଗ ଷ୍ଟାଡିୟମରେ ହେବ ଜୋରଦାର ଫାଇଟ୍
ପ୍ରଥମ ଦିନରେ ଖେଳାଯିବ ୨ଟି ମ୍ୟାଚ୍
ବେଙ୍ଗଲ ଟାଇଗର୍ସ ବନାମ ହାଇଦ୍ରାବାଦ ତୁଫାନ୍ସ
କଳିଙ୍ଗ ଲାନସର୍ସ ଭର୍ସେସ୍ ଦିଲ୍ଲୀ ଏସଜି ପାଇପର୍ସ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/17/hockey-india-league-2026-01-17-09-38-14.jpg)