TEAM INDIA Photograph: (OTV)
ବିଶ୍ବକପରେ ସୂର୍ଯ୍ୟସେନା ପାଇଁ ଅଗ୍ନିପରୀକ୍ଷା
ବଡ଼ ବିଜୟ ହେଲେ ସେମି ଆଶା ବଢିବ
ହାରିଲେ ସୁପର୍ ଏଇଟରୁ ବିଦାୟ ନେବ !
ଚାପରେ ଟିମ୍ ଇଣ୍ଡିଆ
ଚର୍ଚ୍ଚାରେ ଜିମ୍ବାୱେ
ଟି-ଟ୍ବେଣ୍ଟି ବିଶ୍ବକପ ସୁପର୍ ଏଇଟ୍ ଟକ୍କରରେ ଆଜି ଭାରତ ପାଇଁ କର ବା ମର ସ୍ଥିତି। ଚେନ୍ନାଇରେ ସାଇଲେଣ୍ଟ କିଲର୍ ଜିମ୍ବାୱେ ସହ ଟିମ୍ ଇଣ୍ଡିଆର କଡ଼ା ମୁକାବିଲା। ପଏଣ୍ଟ ଟେବୁଲରେ ଜିମ୍ବାୱେ ନେଟ୍ ରନ ଭାରତଠୁ ଖରାପ ଥିଲେ ମଧ୍ୟ ମେନ୍ ଇନ୍ ବ୍ଲୁର ସେମି ରାସ୍ତାରେ ସାଜିପାରେ ବଡ଼ କଣ୍ଟା। ଲିଗ୍ ପର୍ଯ୍ୟାୟରେ ଦୁଇ ଶକ୍ତିଶାଳୀ ଦଳ ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କାକୁ ହରାଇ ଜାଏଣ୍ଟ୍ କିଲର ଭାବେ ଉଭା ହୋଇଥିବାରୁ ଜିମ୍ବାୱେକୁ ହାଲୁକା ଭାବେ ନେଉନି ଭାରତ।
ଏପଟେ ମାଇନସ୍ ନେଟ୍ ରନ୍ ସହ ଯୁଝିହେଉଥିବା ଟିମ୍ ଇଣ୍ଡିଆ ଖାଲି ଆଜିର ମ୍ୟାଚ୍ ନୁହେଁ ବରଂ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ବି ବଡ଼ ବିଜୟ ହାସଲ କରିବାକୁ ପଡ଼ିବ। ସେପଟେ ସାଉଥ ଆଫ୍ରିକାଠାରୁ ୱେଷ୍ଟଇଣ୍ଡିଜର ପରାଜୟ ପଏଣ୍ଟ ଟେବୁଲ ଉପରେ ବଡ଼ ପ୍ରଭାବ ପକାଉଛି। ଏଣୁ ଜିମ୍ବାୱେ ବିପକ୍ଷରେ ଜବରଦସ୍ତ ବିଜୟ ସହ ସେମି ରାସ୍ତାକୁ ସହଜ କରିବା ଲକ୍ଷ୍ୟରେ ରହିଛି ଭାରତ
ବାଇଟ୍ ପ୍ରବୀଣ ଆମ୍ରେ, ପୂର୍ବତନ ଟିମ୍ ଇଣ୍ଡିଆ କ୍ରିକେଟର
ଆଜିର ମ୍ୟାଚ୍ ଜିତିଲେ ମଧ୍ୟ ୱେଷ୍ଟଇଣ୍ଡିଜ୍ ସହ ମୁକାବିଲା ଭାରତର ପାଇଁ ଅତି ଗୁରୁତ୍ବପୂର୍ଣ୍ଣ । ସେହି ମ୍ୟାଚ୍ ଯିଏ ଜିତିବ ସିଏ ସେମି ଫାଇନାଲରେ ପ୍ରବେଶ କରିବ । ଏଣୁ ତା ଆଗରୁ ଜିମ୍ବାୱେ ବିପକ୍ଷରେ ବୃହତ ବିଜୟ ସହ ବିଯୁକ୍ତ ନେଟ୍ ରନରେ ସୁଧାର ଆଣିବା ଟିମ୍ ସ୍କାଏ ପାଇଁ ବଡ଼ ଆହ୍ବାନ।
ଆଜି ଟିମ୍ ଇଣ୍ଡିଆ ଆଗରେ ରହିଛି ଏହି ଚ୍ୟାଲେଞ୍ଜ
୧- ଭାରତ ଜିମ୍ବାୱେକୁ ଅତି କମରେ ୭୭ ରନରେ ପରାଜିତ କରିଲେ ହେଁ, ନେଟ୍ ରନ୍ +୦.୧କୁ ଆସିବ। ସମାନ ରଣନୀତି ୱେଷ୍ଟଇଣ୍ଡିଜ ବିପକ୍ଷରେ ମଧ୍ୟ କରିବାକୁ ପଡ଼ିବ।
୨- ଯଦି ଭାରତ ୧୮୦ ରନ କରୁଛି, ତା’ହେଲେ ଜିମ୍ବାୱେକୁ ୧୦୩ କିମ୍ବା ତା’ଠାରୁ କମରେ ରଖିବାକୁ ପଡ଼ିବ
୩- ଯଦି ଭାରତ ୧୯୦ ରନ କରୁଛି, ତା’ହେଲେ ଜିମ୍ବାୱେକୁ ୧୧୩ କିମ୍ବା ତା’ଠାରୁ କମରେ ରଖିବାକୁ ପଡ଼ିବ
୪- କିମ୍ବା ଯଦି ଭାରତ ୨୦୦ ରନ କରୁଛି, ତା’ହେଲେ ଜିମ୍ବାୱେକୁ ୧୨୩ କିମ୍ବା ତା’ଠାରୁ କମରେ ରଖିବାକୁ ପଡ଼ିବ
ତେବେ ଭାରତ ଯଦି ଦ୍ୱିତୀୟରେ ବ୍ୟାଟିଂ କରିଥାଆନ୍ତା
୧୬ କିମ୍ବା ୧୭ ଓଭର ରେ ଟାର୍ଗେଟ ପୂରଣ କଲେ ହିଁ ନେଟ୍ ରନରେ ସୁଧାର ଆସିବ।
ଜିମ୍ବାୱେ ୧୪୦ ରନ କଲେ, ଭାରତ ୧୦.୪ ଓଭରରେ ୧୪୧ ରନର ଟାର୍ଗେଟକୁ ହାସଲ କରିବାକୁ ହେବ ।
ଯଦି ଜିମ୍ବାୱେ ୨୦୦ ରନ କରୁଛି, ତା’ହେଲେ ଭାରତ ୨୦୧ ରନର ଟାର୍ଗେଟକୁ ୧୨.୧ ଓଭରରେ ହାସଲ କରିବାକୁ ପଡ଼ିବ ।
ଟ୍ବେଣ୍ଟି-୨୦ରେ ଭାରତ ଓ ଜିମ୍ବାୱେ ପରସ୍ପରକୁ ୧୩ଥର ଭେଟିଛନ୍ତି। ଭାରତ ସେଥିମଧ୍ୟରୁ ୧୦ଟି ଜିତିଥିଲା ବେଳେ ଜିମ୍ବାୱେ ମାତ୍ର ୩ଟିରେ ବିଜୟର ସ୍ବାଦ ଚାଖିଛି। ଶେଷ ଥର ଲାଗି ଉଭୟ ଦଳ ୨୦୨୪ ଜୁଲାଇରେ ଖେଳିଥିଲା ୫ଟିକିଆ ସିରିଜକୁ ୪-୧ରେ ଜିତିଥିଲା ଟିମ୍ ଇଣ୍ଡିଆ । ଜିମ୍ବାୱେ ବିପକ୍ଷରେ ଭାରତ ପାଇଁ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ସର୍ବାଧିକ ରନ୍ କରିଛନ୍ତି। ରେକର୍ଡ ଦୃଷ୍ଟିରୁ ଭାରତ ଅଧିକ ସୁଦୃଢ ଥିଲେ ମଧ୍ୟ ମ୍ୟାଚ୍ ଓଲଟପାଲଟର କ୍ଷମତା ରଖିଛି ଏହି ଆଫ୍ରିକାନ ଟିମ୍।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/26/team-india-2026-02-26-19-18-34.jpg)