T2O World Cup Photograph: (OTV)
ଆସନ୍ତାକାଲି ହାଇଭୋଲଟେଜ୍ ଟକ୍କର୍। ମୁହାଁମୁହିଁ ହେବେ ଦୁଇ ପାରମ୍ପାରିକ ପ୍ରତିଦ୍ବନ୍ଦ୍ବୀ ଭାରତ-ପାକିସ୍ତାନ। ଏଥିପାଇଁ କଲମ୍ବୋରେ ପହଞ୍ଚିଛି ଭାରତୀୟ ଦଳ। ପୂର୍ବରୁ ପାକିସ୍ତାନ କଲମ୍ବୋରେ ପ୍ରାକ୍ଟିସ କରିଛି।
ବିବାଦ ପରେ ବଡ଼ ବ୍ୟାଟେଲ୍ । ଭାରତ ସହ ମ୍ୟାଚ୍ ଖେଳିବାକୁ ପ୍ରଥମେ ମନା କରିଥିଲା ପାକିସ୍ତାନ । ମ୍ୟାଚ୍ ବୟକଟ୍ ନେଇ ଚାପ ପକାଇଥିଲେ ପାକିସ୍ତାନ ସରକାର । ସରକାରଙ୍କ ନିଷ୍ପତ୍ତିକୁ ସମର୍ଥନ କରିଥିଲେ ପାକ୍ ଖେଳାଳି । ପିସିବି, ବିସିବି ଓ ଆଇସିସି ମଧ୍ୟରେ ହୋଇଥିଲା ବୈଠକ ।
ମ୍ୟାଚ୍ ଖେଳିବାକୁ ୩ଟି ସର୍ତ୍ତ ରଖିଥିଲା ପାକିସ୍ତାନ । ସର୍ତ୍ତ ଖାରଜ ହୋଇଥିଲେ ବି ମ୍ୟାଚ୍ ଖେଳିବାକୁ ରାଜି ହୋଇଥିଲା ପାକ୍ ।
କାହା ବିଜୟ ରଥରେ ଲାଗିବ ବ୍ରେକ୍ ?
ଚଳିତ ବିଶ୍ୱକପରେ ଉଭୟ ଦଳ ଏଯାଏଁ ଅପରାଜେୟ । ପାକିସ୍ତାନ ପ୍ରଥମ ମ୍ୟାଚରେ ନେଦରଲ୍ୟାଣ୍ଡସଠୁ ୩ ୱିକେଟରେ ବିଜୟୀ ହୋଇଛି ।
ଭାରତ ପ୍ରଥମ ମ୍ୟାଚରେ ଯୁଏସଏ ବିପକ୍ଷରେ ୨୯ ରନରେ ବିଜୟୀ ହୋଇଛି ।
ପାକିସ୍ତାନ ଦ୍ୱିତୀୟ ମ୍ୟାଚରେ ୟୁଏସଏକୁ ୩୨ ରନରେ ପରାସ୍ତ କରିଛି । ଭାରତ ଦ୍ୱିତୀୟ ମ୍ୟାଚରେ ନାମିବ୍ୟା ବିପକ୍ଷରେ ୯୩ ରନରେ ବିଜୟୀ ହୋଇଛି । ଟେବୁଲ୍ ଟପ୍ ପାଇଁ ହେବ ହାଇଭୋଲଟେଜ୍ ଫାଇଟ୍ ।
ଭାରତ ବ୍ୟାଟିଂ Vs ପାକିସ୍ତାନ ବୋଲିଂ
- ଭାରତର ଶକ୍ତିଶାଳୀ ବ୍ୟାଟିଂ ବାହିନୀ
- ପାକିସ୍ତାନ ବୋଲିଂର ସହ ହେବ ଟକ୍କର
- ଦମଦାର ଫର୍ମରେ ଅଛନ୍ତି ଭାରତୀୟ ବ୍ୟାଟର
- ଭାରତ ପାଇଁ ସ୍ପିନ୍ ଚକ୍ରବ୍ୟୁହ ରଚିପାରେ ପାକିସ୍ତାନ
- ୨ଟି ମ୍ୟାଚରେ ସ୍ପିନ୍ ଖେଳିବାରେ ବିଫଳ ହୋଇଛି ଭାରତ
- ସ୍ପଟଲାଇଟରେ ପାକ୍ ରହସ୍ୟମୟ ସ୍ପିନର ଉସମାନ୍ ତାରିକ୍
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/14/t2o-world-cup-2026-02-14-18-12-01.jpg)