Advertisment

World Witnesses Pakistan’s ‘Deceptive Face’: ଏସିଆ କପ୍ ଫାଇନାଲରେ ହାଇଡ୍ରାମା, ବିଶ୍ବ ଦେଖିଲା ପାକିସ୍ତାନର ଚୋର ଚେହେରା

ଫାଇନାଲରେ ପାକିସ୍ତାନକୁ ଧୂଳି ଚଟାଇ ଭାରତ ନବମ ଥର ଏସିଆ କପ୍ ଚାମ୍ପିଅନ୍ ହେଲା। କିନ୍ତୁ ପୁରସ୍କାର ବିତରଣ ଉତ୍ସବ ବେଳେ ନକଭିଙ୍କଠାରୁ ଟ୍ରଫି ନେଲାନି ଭାରତ। ଶେଷରେ ଏମିତି ହେଲା ଯେ ନକଭି ଟ୍ରଫି ନେଇ ପଡ଼ିଆରୁ ପଳାଇଥିଲେ। ଯାହାକୁ ନେଇ ବିଶ୍ବ କ୍ରିକେଟରେ ବିବାଦ ଦେଖାଦେଇଛି ।

Asia Cup

Asia Cup Photograph: (OTV)

Advertisment

ଏସିଆ କପରେ ସବୁଠୁ ବଡ଼ ବିବାଦ। ଆପଣ କେବେ ଶୁଣି ନଥିବେ ଗୋଟିଏ ଟିମ୍ ଚାମ୍ପିଅନ୍ ହେଲା, କିନ୍ତୁ ଟ୍ରଫି ମିଳିଲାନି। ଏମିତିକି ଗାଁଗଣ୍ଡାରେ ହେଉଥିବା କ୍ରିକେଟ ମ୍ୟାଚରେ ବି ଏମିତି ଘଟଣା ଘଟି ନଥିବ। କିନ୍ତୁ ବଦମାସ ପାକିସ୍ତାନ ପାଇଁ ଏସିଆ କପରେ ଦୁବାଇରେ ଏମିତି କିଛି ହାଇଡ୍ରାମା ଓ ରୋଚକ ଘଟଣା ଦେଖିବାକୁ ମିଳିଲା।

Advertisment

 ଫାଇନାଲରେ ପାକିସ୍ତାନକୁ ଧୂଳି ଚଟାଇ ଭାରତ ନବମ ଥର ଏସିଆ କପ୍ ଚାମ୍ପିଅନ୍ ହେଲା। କିନ୍ତୁ ପୁରସ୍କାର ବିତରଣ ଉତ୍ସବ ବେଳେ ପାକିସ୍ତାନ କ୍ରିକେଟ ବୋର୍ଡ ସଭାପତି ତଥା ଏସିଆନ୍ କ୍ରିକେଟ କାଉନସିଲ୍ ଅଧ୍ୟକ୍ଷ ମୋହସିନ ନକଭିଙ୍କଠାରୁ ଟ୍ରଫି ନେଲାନି ଭାରତ। ଶେଷରେ ଏମିତି ହେଲେ ଯେ ନକଭି ଟ୍ରଫି ନେଇ ପଡ଼ିଆରୁ ପଳାଇଥିଲେ। ଯାହାକୁ ନେଇ ବିଶ୍ବ କ୍ରିକେଟରେ ବିବାଦ ଦେଖାଦେଇଥିବା ବେଳେ ବିସିସିଆଇ କଡ଼ା ଆପତ୍ତି ଉଠାଇଛି। ...

ଏସିଆ କପ୍ ଫାଇନାଲରେ ହାଇଡ୍ରାମା। ଟ୍ରଫି ଚୋର ପାକିସ୍ତାନ। କ୍ରିକେଟ ଇତିହାସରେ ପ୍ରଥମ। ଯାହା କେବେ ଘଟିନଥିଲା, କେହି ଦେଖି ନଥିଲେ କି ଶୁଣି ନଥିଲେ। ସେମିତି କିଛି ଘଟିଲା, ସେଭଳି କିଛି ଦେଖିବାକୁ ମିଳିଲା। ଫାଇନାଲରେ ପାକିସ୍ତାନକୁ ଧୂଳି ଚଟାଇ ଟିମ୍ ଇଣ୍ଡିଆ ନବମ ଥର ଚାମ୍ପିଅନ୍ ହେଲା ସତ। କିନ୍ତୁ ଟ୍ରଫି ମିଳିଲାନି। ଦୃଶ୍ୟ ନମ୍ବର ୱାନ- ଟ୍ରଫି ପ୍ରେଜେଣ୍ଟେସନ୍ ସେରିମୋନୀ। ଷ୍ଟେଜକୁ ନଆସି ପଡ଼ିଆରେ ଶୋଇ ମୋବାଇଲ୍ ଟିପିଲେ ଭାରତୀୟ ଖେଳାଳି। 

Advertisment

ଟ୍ରଫି ଦେବାକୁ ହମହମ ହୋଇ ଅନାଇ ରହିଲେ ପାକ୍ କ୍ରିକେଟ ବୋର୍ଡ ସଭାପତି ତଥା ACC ଚେୟାରମ୍ୟାନ୍ ମୋହସିନ୍ ନକଭି। ଦୃଶ୍ୟ ନମ୍ବର ଟୁ- ଅଦୃଶ୍ୟ ଟ୍ରଫି ସହ ଟିମ୍ ଇଣ୍ଡିଆର ସେଲିବ୍ରେସନ୍। ଦୃଶ୍ୟ ନମ୍ବର ଥ୍ରୀ- ଏସିଆ କପ୍ ଟ୍ରଫି ନେଇଗଲେ ମୋହସିନ୍। ଦୃଶ୍ୟ ନମ୍ବର ଫୋର- ଅନ୍ୟ ଅତିଥିଙ୍କ ହାତରୁ ପୁରସ୍କାର ନେଲେ ଭାରତୀୟ ଖେଳାଳି। ଦୁବାଇରେ ଭାରତର ରୋମାଞ୍ଚକର ବିଜୟ ପରେ ଏମିତି କିଛି ରୋମାଞ୍ଚ ଦେଖିବାକୁ ମିଳିଥିଲା। ପାକିସ୍ତାନ ମନ୍ତ୍ରୀ ତଥା ACC ଚେୟାରମ୍ୟାନ୍ ନକଭିଙ୍କ ହାତରୁ ଟ୍ରଫି ଉଠାଇବାକୁ ମନା କରିଥିଲା ଟିମ୍ ଇଣ୍ଡିଆ। 

ଅଧାରାତିରେ ପାଖାପାଖି ୨ ଘଣ୍ଟା ଏମିତି ଡ୍ରାମା ଦେଖିବାକୁ ମିଳିଥିଲା। ଶେଷରେ ରାଗ ତମତମ ହୋଇ ପ୍ରେଜେଣ୍ଟେସନ୍ ସେରିମୋନୀ ଷ୍ଟେଜରୁ ଛୁ ମାରିଥିଲେ ନକଭି। ଯିବା ବେଳେ ସାଙ୍ଗରେ ଟ୍ରଫି ନେଇ ଯାଇଥିଲେ। ଯାହାକୁ ନେଇ ଆପତ୍ତି ଉଠାଇଛି ବିସିସିଆଇ। ଯେତେଶୀଘ୍ର ଟ୍ରଫି ଓ ମେଡାଲ୍ ଫେରାଇବାକୁ ବିସିସିଆଇ ସମ୍ପାଦକ ଚେତାବନୀ ଦେଇଛନ୍ତି। ...

Advertisment

ପାକ୍ ମନ୍ତ୍ରୀ ମୋହସିନ୍ ନକଭିଙ୍କ ହାତରୁ ଟ୍ରଫି ଗ୍ରହଣ କରିବେ ନାହିଁ ବୋଲି ରୋକଠୋକ୍ ମନା କରିଥିଲା ଟିମ୍ ଇଣ୍ଡିଆ। ତଥାପି ମାନି ନଥିଲେ ପାକିସ୍ତାନର ଏହି ବେଲଜ୍ୟା ମନ୍ତ୍ରୀ। ନକଭି ଅପରେସନ୍ ସିନ୍ଦୂର ବେଳେ ଭାରତ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଉଥିଲେ। ପରମାଣୁ ଧମକ ବି ଦେଉଥିଲେ। ଆଉ ସେଭଳି ବ୍ୟକ୍ତିଙ୍କଠାରୁ ଟ୍ରଫି ନ ନେବାକୁ ଅନ ସ୍ପଟ୍ ନିଷ୍ପତ୍ତି ନେଇଥିଲେ ଖେଳାଳି। 

AI ଟ୍ରଫି ସହ କ୍ୟାପଟେନ୍ ସୂର୍ଯ୍ୟକୁମାର ଓ ଅନ୍ୟ ଖେଳାଳି ସୋସିଆଲ୍ ମିଡିଆରେ ଫଟୋ ସେୟାର କରିଛନ୍ତି। ସେପଟେ ପୁରସ୍କାର ବିତରଣ ବେଳେ ପାକିସ୍ତାନ ଖେଳାଳିଙ୍କର ହତାଶା ଭାବ ବି ଜଳଜଳ ବାହାରି ଆସିଥିଲା। ରନର୍ ଅପ୍ ପୁରସ୍କାର ରାଶି ନେବା ପରେ ଚେକକୁ ପାକିସ୍ତାନ କ୍ୟାପଟେନ୍ ଗୋଟିଏ ପାଖରୁ ପିଙ୍ଗି ଦେଇଥିଲେ। ...

ପାକିସ୍ତାନ ସହ ଏସିଆ କପ୍ ବୟକଟ ନାରା ଭିତରେ ଖେଳିଥିଲା ଭାରତ। ପଡ଼ିଆରେ ପାକିସ୍ତାନକୁ ତାର ଔକାତ ଦେଖାଇଥିଲା ଟିମ୍ ଇଣ୍ଡିଆ। ଟସ୍ ବେଳେ ନୋ ହ୍ୟାଣ୍ଡସେକ୍ ସହ ମ୍ୟାଚ୍ ଜିତିବା ପରେ ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇ ନଥିଲେ ଭାରତୀୟ ଖେଳାଳି। ଯାହାକୁ ନେଇ ପ୍ରଥମରୁ ଫଁ ଫଁ ହେଉଥିଲା ପାକିସ୍ତାନ କ୍ରିକେଟ ବୋର୍ଡ। ଆଉ ଫାଇନାଲ୍ ଲଢ଼େଇରେ ସବୁ ସୀମା ପାର କରିଥିଲେ PCB ସଭାପତି ନକଭି। 

Asia Cup
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ