Advertisment

High Demand Fewer Seats: ବାରବାଟୀରେ କ୍ରିକେଟ୍ , ଚାହିଦା ବେଶୀ ସିଟ୍ କମ୍ ...ଷ୍ଟାଡିୟମ୍ ସଂପ୍ରସାରଣ ନେଇ ମୁଖ୍ୟମନ୍ତ୍ରୀଙ୍କ ସୂଚନା

ବଢ଼ିବ ବାରବାଟୀର କଳେବର। ଖୁସି ହେବେ କ୍ରିକେଟ୍ ପ୍ରେମୀ। ଖୁବଶୀଘ୍ର ସଂପ୍ରସାରଣ ହେବ କଟକ ବାରବାଟୀ କ୍ରିକେଟ୍ ଷ୍ଟାଡିୟମ୍। ସବୁ ମ୍ୟାଚ୍ ଭଳି ଏଥର ବି, ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ ଟିକେଟ୍ ନପାଇ ଅନେକ ଫ୍ୟାନ୍ ଙ୍କ ନିରାଶ ଖବର ରାଜ୍ୟ ସରକାରଙ୍କୁ ନିଦରୁ ଉଠାଇଛି।

High Demand, Fewer Seats:

High Demand, Fewer Seats: Photograph: (OTV)

Advertisment

ବଢ଼ିବ ବାରବାଟୀର କଳେବର। ଖୁସି ହେବେ କ୍ରିକେଟ୍ ପ୍ରେମୀ। ଖୁବଶୀଘ୍ର ସଂପ୍ରସାରଣ ହେବ କଟକ ବାରବାଟୀ କ୍ରିକେଟ୍ ଷ୍ଟାଡିୟମ୍। ସବୁ ମ୍ୟାଚ୍ ଭଳି ଏଥର ବି, ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ ଟିକେଟ୍ ନପାଇ ଅନେକ ଫ୍ୟାନ୍ ଙ୍କ ନିରାଶ ଖବର ରାଜ୍ୟ ସରକାରଙ୍କୁ ନିଦରୁ ଉଠାଇଛି। ଗତକାଲିର ମ୍ୟାଚ୍ ପରେ ନିଜେ ମୁଖ୍ୟମନ୍ତ୍ରୀ କହିଛନ୍ତି ବାରବାଟୀର ନବୀନକରଣ ଓ ଦର୍ଶକ କ୍ଷମତା ବଢ଼ାଇବାକୁ ଓସିଏ ଓ ଲୋକଙ୍କଠୁ ପ୍ରସ୍ତାବ ଆସିଛି। ସରକାର ବି ଏ ଦିଗରେ ବିଚାର କରୁଛନ୍ତି। ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ। ଖୋଦ୍ ବାରାବାଟୀ ପଡିଆରୁ ସିଏମ୍ଙ୍କ ଏ ଗ୍ରୀନ୍ ସିଗନାଲ ପରେ, ଓସିଏ, କ୍ରିକେଟ୍ ପ୍ରେମୀ ଓ ସାଧାରଣ ଦର୍ଶକଙ୍କ ମଧ୍ୟରେ ଉତ୍ସାହ।....

Advertisment



କେବେ ହେବ ବାରବାଟୀର ସଂପ୍ରସାରଣ ? କେତେ ବଢ଼ିବ ସିଟ୍ ସଂଖ୍ୟା ? ୟାକୁ ନେଇ ସଂଶୟ ଥିବାବେଳେ ବାରବାଟୀର ଦର୍ଶକ କ୍ଷମତା ଏବେ ମାତ୍ର ୪୫ ହଜାର। ମ୍ୟାଚ୍ ସମୟରେ ସେଥିରୁ ଅଧାରୁ ଅଧିକ ଟିକେଟ୍ ଓସିଏ ଅନୁବନ୍ଧିତ କ୍ଲବ୍ ଓ ସଂସ୍ଥାଙ୍କ ପାଇଁ ରିଜର୍ଭ ରହୁଛି। ତେଣୁ ସାଧାରଣ ଦର୍ଶକ ପାଉଛନ୍ତି ମାତ୍ର ୧୪ ହଜାର ଟିକେଟ୍। ବହୁ ଫ୍ୟାନ୍ ଟିକେଟ୍ ଟିଏ ନପାଇ ନିରାଶ ହେଉଛନ୍ତି। ଏମିତିକି ୭ଶହ ଟଙ୍କାର ଟିକେଟ୍ ୭ ହଜାରରେ ବ୍ଲାକ୍ ହେଉଛି। ସିଟ୍ କମ୍ କାରଣରୁ ଟିକେଟ୍ ବିକ୍ରିରେ କାଣ୍ଟଛାଣ୍ଟ କରିବାକୁ ପଡୁଥିବାରୁ ଏ ରୀତମତ ସମସ୍ୟା ଦୂର ଲାଗି ବାରମ୍ବାର ଦାବି କରି ଆସୁଛନ୍ତି ଓସିଏ, କ୍ରିକେଟର ଓ ସ୍ଥାନୀୟ  ଲୋକ ପ୍ରତିନିଧି।...

ବାରବାଟୀ ହେଉଛି ଓଡ଼ିଶାର ଏକ ମାତ୍ର ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମ୍। ଏଣେ ପଡ଼ୋଶୀ ରାଜ୍ୟରେ ଥିବା ଷ୍ଟାଡିୟମଗୁଡ଼ିକରେ କିନ୍ତୁ ଦର୍ଶକଙ୍କ କ୍ଷମତା ଉଣା ଅଧିକେ କଟକ ତୁଳନାରେ ବହୁତ ବେଶୀ। ଝାଡ଼ଖଣ୍ଡର ରାଞ୍ଚିରେ ୫୦ ହଜାର ଦର୍ଶକ ବସୁଥିବା ବେଳେ ଛତିଶଗଡ଼ ରାୟପୁରର କ୍ଷମତା ୬୫ ହଜାର। ସେମିତି ପଶ୍ଚିମବଙ୍ଗ ଇଡେନଗାର୍ଡେନର କ୍ଷମତା ପ୍ରାୟ ୭୦ ହଜାର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ