Advertisment

ଭାରତକୁ ୮ ୱିକେଟରେ ହରାଇଲା ୱେଷ୍ଟଇଣ୍ଡିଜ୍

ଚେନ୍ନାଇ: ଶିମରନ୍ ହେଟମେୟର୍ ଓ ଶାଇ ହୋପଙ୍କ ଆକର୍ଷଣୀୟ ଶତକ ବଳରେ ୱେଷ୍ଟଇଣ୍ଡିଜ୍ ଏଠାରେ ଅନୁଷ୍ଠିତ ପ୍ରଥମ ଦିନିକିଆରେ ଭାରତକୁ ୮ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ତିନିମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ହୋଇଛି। ମିଡିଲ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ଶ୍ରେୟସ୍ ଆୟର୍ ଓ ଋଷଭ ପନ୍ତଙ୍କ ଅର୍ଦ୍ଧଶତକ ବଳରେ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ୍ ହରାଇ ୨୮୮ ରନ୍ କରିଥିଲା। ପନ୍ତ ସର୍ବାଧିକ ୭୧(୬୯ ବଲ୍‌, ୭ ଚୌକା, […]

ଭାରତକୁ ୮ ୱିକେଟରେ ହରାଇଲା ୱେଷ୍ଟଇଣ୍ଡିଜ୍

west indies

Advertisment

ଚେନ୍ନାଇ: ଶିମରନ୍ ହେଟମେୟର୍ ଓ ଶାଇ ହୋପଙ୍କ ଆକର୍ଷଣୀୟ ଶତକ ବଳରେ ୱେଷ୍ଟଇଣ୍ଡିଜ୍ ଏଠାରେ ଅନୁଷ୍ଠିତ ପ୍ରଥମ ଦିନିକିଆରେ ଭାରତକୁ ୮ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ତିନିମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ହୋଇଛି। ମିଡିଲ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ଶ୍ରେୟସ୍ ଆୟର୍ ଓ ଋଷଭ ପନ୍ତଙ୍କ ଅର୍ଦ୍ଧଶତକ ବଳରେ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ୍ ହରାଇ ୨୮୮ ରନ୍ କରିଥିଲା। ପନ୍ତ ସର୍ବାଧିକ ୭୧(୬୯ ବଲ୍‌, ୭ ଚୌକା, ୧ ଛକା) ଓ ଆୟର୍ ୭୦ (୮୮ ବଲ୍‌, ୫ ଚୌକା, ୧ ଛକା) ରନ୍ କରିଥିଲେ। ଜବାବରେ ୱେଷ୍ଟଇଣ୍ଡିଜ୍ ୪୭.୫ ଓଭରରେ ମାତ୍ର ୨ ୱିକେଟ୍ ହରାଇ ୨୯୧ ରନ୍ କରି ବିଜୟୀ ହୋଇଛି। ଇଣ୍ଡିଜ୍ ପକ୍ଷରୁ ହେଟମେୟର୍ ସର୍ବାଧିକ ୧୩୯ (୧୦୬ ବଲ୍‌, ୧୧ ଚୌକା, ୭ ଛକା) ରନ୍ କରି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି। ଶାଇ ହୋପ୍ ୧୦୨ (୧୫୧ ବଲ୍‌, ୭ ଚୌକା, ୧ ଛକା) ଓ ନିକୋଲାସ ପୁରନ୍ ୨୯ (୨୩ ବଲ୍‌, ୪ ଚୌକା) ରନ୍ କରି ଅପରାଜିତ ରହିଥିଲେ।

Advertisment

ଏମ୍‌. ଚିଦାମ୍ବରମ୍ ଷ୍ଟାଡିୟମରେ ୨୮୮ ରନର ଲକ୍ଷ୍ୟର ପିଛା କରୁଥିବା ଇଣ୍ଡିଜ୍ ଆରମ୍ଭରୁ ହିଁ ଓପ୍ନର ସୁନୀଲ ଅମ୍ବ୍ରିସଙ୍କ ୱିକେଟ୍ ହରାଇଥିଲା। ଅମ୍ବ୍ରିସ୍ ବ୍ୟକ୍ତିଗତ ୯ ରନ୍ କରିଥିବା ବେଳେ ଦୀପକ ଚହରଙ୍କ ବଲରେ ଏଲବିଡବ୍ଲ୍ୟୁ ହୋଇଥିଲେ। ତେବେ ଏହା ପରେ ହୋପ୍ ଓ ହେଟମେୟର୍ ମଜଭୁତ୍ ଭାରତୀୟ ବୋଲିଂ ଆକ୍ରମଣକୁ ଦୃଢ଼ତାର ସହ ସହ ସାମ୍ନା କରିଥିଲେ ଏବଂ ଦ୍ୱିତୀୟ ୱିକେଟ୍ ପାଇଁ ୨୧୮ ରନର ଦ୍ୱିଶତକୀୟ ଭାଗୀଦାରୀ କରି ଇଣ୍ଡିଜ୍ ବିଜୟକୁ ସୁନିଶ୍ଚିତ କରିଥିଲେ। ଏହା ମଧ୍ୟରେ ଭାରତ ଏକାଧିକ ଫିଲ୍ଡିଂ ଓ କ୍ୟାଚ୍ ହାତଛଡ଼ା କରିଛି, ଯାହା ଫାଇଦା ଉଠାଇ ୱେଷ୍ଟଇଣ୍ଡିଜ୍ ମୁକାବିଲାକୁ ୧୩ ବଲ୍ ବାକ ଥାଇ ଜିତି ନେଇଛି। ଭାରତ ପକ୍ଷରୁ ଦୀପକ ଓ ମହମ୍ମଦ ଶାମି ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।

ପୂର୍ବରୁ ଇଣ୍ଡିଜ୍ କ୍ୟାପଟେନ୍ କାଇରନ୍ ପୋଲାର୍ଡ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମରୁ ପିଚ୍ ସାମାନ୍ୟ ଧିମା ଥିବାରୁ ଭାରତର ଦୁଇ ଓପ୍ନର ଲୋକେଶ ରାହୁଲ୍ ଓ ରୋହିତ୍ ଶର୍ମାଙ୍କୁ ଖେଳିବାରେ ଅସୁବିଧା ହୋଇଥିଲା। ତେବେ ଏହାର ଫାଇଦା ଇଣ୍ଡିଜ୍ ଦଳକୁ ମିଳିଥିଲା। ଇନିଂସର ସପ୍ତମ ଓଭରରେ ଶେଲଡନ୍ କଟ୍ଟରେଲ୍ ଡବଲ୍ ସଫଳତା ଦେଇ ଭାରତକୁ ବ୍ୟାକଫୁଟକୁ ଠେଲି ଦେଇଥିଲେ। ରାହୁଲ୍ ମାତ୍ର ୬ ରନ୍ କରି ଶିମରନ୍ ହେଟମେୟରଙ୍କୁ କ୍ୟାଚ୍ ଦେଇ ବସିଥିବା ବେଳେ କୋହଲି (୪) କ୍ଲିନ୍ ବୋଲ୍ଡ ହୋଇଥିଲେ। ଏହା ପରେ ରୋହିତ୍ ଓ ଶ୍ରେୟସ ଆୟର୍ ତୃତୀୟ ୱିକେଟ୍ ପାଇଁ ୫୫ ରନ୍ ଯୋଡ଼ି ସ୍ଥିତି ସୁଧାରିଥିଲେ। କିନ୍ତୁ ସ୍କୋର ୮୦ ଥିବା ବେଳେ ରୋହିତ୍ (୩୬)ଙ୍କ ମୂଲ୍ୟବାନ୍ ୱିକେଟ୍ ନେଇ ଅଲଜାରି ଜୋସେଫ୍ ଇଣ୍ଡିଜକୁ ବଡ଼ ସଫଳତା ଦେଇଥିଲେ।

ତିନି ଟପ୍ ଅର୍ଡର ବ୍ୟାଟ୍ସମ୍ୟାନଙ୍କୁ ପ୍ୟାଭିଲିୟନ୍ ଫେରିବା ପରେ ସବୁ ଭାର ମଧ୍ୟକ୍ରମ ଉପରକୁ ଚାଲିଆସିଥିଲା। ଯେଉଁ ମଧ୍ୟକ୍ରମକୁ ନେଇ ଭାରତ ଚିନ୍ତିତ ଥିଲା, ତାକୁ ଆୟର୍ ଓ ପନ୍ତ ଏହି ମ୍ୟାଚରେ ଦୂର କରିଥିଲେ। ଦୁହେଁ ପରିପକ୍ୱ ବ୍ୟାଟ୍ସମ୍ୟାନ୍ ଭାବେ ପିଚର ସ୍ଥିତିକୁ ଦେଖି ବ୍ୟାଟିଂ କରିଥିଲେ। ଆୟର୍ ପୁଣିଥରେ ଚତୁର୍ଥ ସ୍ଥାନରେ କମାଲ୍ କରିଥିବା ବେଳେ ପନ୍ତ ଚମତ୍କାର ବ୍ୟାଟିଂ କରି ସମାଲୋଚକଙ୍କୁ ଉଚିତ୍ ଜବାବ ଦେଇଛନ୍ତି। ଆୟର୍ ୭୦ ବଲରେ ଏବଂ ପନ୍ତ ୪୯ ବଲରେ ଅର୍ଦ୍ଧଶତକ ପୂରଣ କରିଥିଲେ। ଦୁହେଁ ଚତୁର୍ଥ ୱିକେଟ୍ ପାଇଁ ୧୧୪ ରନର ଶତକୀୟ ଭାଗୀଦାରୀ କରି ଭାରତକୁ ସମ୍ମାନଜନକ ସ୍ଥିତିରେ ପହଞ୍ଚାଇଥିଲେ।

ଟିମର ସ୍କୋର ୧୯୪ ଥିବା ବେଳେ ଆୟରଙ୍କୁ ଜୋସେଫ୍ ପ୍ୟାଭିଲିୟନ୍ ପଠାଇଥିଲେ। ଏହା ପରେ ପନ୍ତ ବଡ଼ ଶଟ୍ ଖେଳିବା ପ୍ରୟାସରେ ପୋଲାର୍ଡଙ୍କ ଶିକାର ହୋଇଥିଲେ। କେଦାର ଯାଦବ ଓ ରବୀନ୍ଦ୍ର ଜାଡେଜା ଷଷ୍ଠ ୱିକେଟ୍ ପାଇଁ ୫୯ ରନର ପାର୍ଟନରଶିପ୍ କରି ଭାରତର ସମ୍ମାନ ରକ୍ଷା କରିଥିଲେ। କେଦାର ୩୫ ବଲରେ ୩ ଚୌକା ଓ ୧ ଛକା ସହ ୪୦ ରନ୍ କରି କୀମୋ ପଲଙ୍କ ବଲରେ ପୋଲାର୍ଡଙ୍କ ଦ୍ୱାରା କ୍ୟାଚ୍ ହୋଇଥିଲେ। ଏହା ପରେ ଜାଡେଜା ବ୍ୟକ୍ତିଗତ ୨୧ ରନ୍ କରି ରନଆଉଟ୍ ହୋଇଥିଲେ। ନିଜର ପଦାର୍ପଣ ମ୍ୟାଚ୍ ଖେଳୁଥିବା ଶିବମ୍ ଦୁବେ ମାତ୍ର ୯ ରନ୍ କରି ପ୍ୟାଭିଲିୟନ୍ ଫେରିଥିବା ବେଳେ ଦୀପକ ଚହର୍ ୭ ରନ୍ କରି ଅପରାଜିତ ଥିଲେ। ଇଣ୍ଡିଜ୍ ପକ୍ଷରୁ କଟ୍ଟରେଲ୍ ଓ ଜୋସେଫ୍ ଦୁଇଟି ଲେଖାଏ ୱିକେଟ୍ ନେଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ