Advertisment

Meet Mahika Sharma: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦମଦାର ପ୍ରଦର୍ଶନ ପଛରେ ମାହିକା , ବାରବାଟୀର ଶ୍ରେୟ ନେଲେ ନୂଆ ଗର୍ଲଫ୍ରେଣ୍ଡ

ବାରବାଟୀରେ ହାର୍ଦ୍ଦିକଙ୍କ ଦମଦାର ପ୍ରଦର୍ଶନ ପଛରେ ଗର୍ଲଫ୍ରେଣ୍ଡ। ଲମ୍ବା ସମୟର ବ୍ୟବଧାନ ପରେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ଯେଉଁଭଳି କମବ୍ୟାକ କଲେ ତାପଛରେ ଅଛନ୍ତି ପାଣ୍ଡ୍ୟାଙ୍କ ହାଫ ଗର୍ଲଫ୍ରେଣ୍ଡ।

MAHIKA

MAHIKA Photograph: (OTV)

Advertisment

ବାରବାଟୀ ବିଜୟ ପଛରେ ମାହିକା ! ସାମନାକୁ ଆସିଲେ ପାଣ୍ଡ୍ୟାଙ୍କ ନୂଆ ଗର୍ଲଫ୍ରେଣ୍ଡ ।  ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦମଦାର ପ୍ରଦର୍ଶନ ପଛରେ ମାହିକା । ଫଟୋ, ଭିଡିଓ ପୋଷ୍ଟ କରି ଖୁଲାସା କଲେ ହାର୍ଦ୍ଦିକ । ବାରବାଟୀର ଶ୍ରେୟ ନେଲେ ନୂଆ ଗର୍ଲଫ୍ରେଣ୍ଡ । 

Advertisment

ବାରବାଟୀରେ ହାର୍ଦ୍ଦିକଙ୍କ ଦମଦାର ପ୍ରଦର୍ଶନ ପଛରେ ଗର୍ଲଫ୍ରେଣ୍ଡ। ଲମ୍ବା ସମୟର ବ୍ୟବଧାନ ପରେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ଯେଉଁଭଳି କମବ୍ୟାକ କଲେ ତାପଛରେ ଅଛନ୍ତି ପାଣ୍ଡ୍ୟାଙ୍କ ହାଫ ଗର୍ଲଫ୍ରେଣ୍ଡ। ଏକଥା ନିଜେ ପାଣ୍ଡ୍ୟା ସ୍ପଷ୍ଟ କରିବା ପରେ ପୁରା ଚିତ୍ର ସାମନାକୁ ଆସିଛି। ବାରବାଟୀ ବିଜୟ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରଦର୍ଶନ ଏକ ବଡ ଭୂମିକା ରହିଛି। ଯେତେବେଳେ ଟିମ ଇଣ୍ଡିଆର ବ୍ୟାଟିଂ ଅର୍ଡର ଏକପ୍ରକାର ଧରାଶାୟୀ ହୋଇପଡିଥିଲା ସେତିକିବେଳେ ସଙ୍କଟମୋଚକ ଭାବରେ ଆସିଥିଲେ ପାଣ୍ଡ୍ୟା। ଆଉ ୨୮ ବଲରେ ୫୯ ରନ କରି ଭାରତର ସ୍କୋରକୁ ୧୭୪ରେ ପହଞ୍ଚାଇଥିଲେ। ଏହାପରେ ବୋଲିଂ କରି ଦକ୍ଷିଣ ଆଫ୍ରିକାର ଖତରନାକ ବ୍ୟାଟ୍ସମ୍ୟାନ ଡାଭିଡ ମିଲରଙ୍କ ଉଇକେଟ ବି ହାତେଇଥିଲେ।

ତେବେ ପୁରା ପ୍ରଦର୍ଶନର ଶ୍ରେୟ ସେ ତାଙ୍କ ନୂଆ ଗର୍ଲଫ୍ରେଣ୍ଡ ମାହିକା ଶର୍ମାଙ୍କୁ ଦେଇଛନ୍ତି। ଯେତେବେଳେ ସେ ଆହତ ଥିଲେ ସେହି ସମୟରେ ମାହିକା ବଡ ସପୋର୍ଟ ଦେଇଥିଲେ ବୋଲି ପାଣ୍ଡ୍ୟା କହିଛନ୍ତି। ଯେବେଠାରୁ ସେ ମୋ ଲାଇଫରେ ଆସିଛନ୍ତି ଅନେକ କିଛି ପରିବର୍ତ୍ତନ ଘଟିଛି। ନିଜ ପାର୍ଟନରକୁ ନେଇ ଏମିତି କିଛି ଖୁଲାସା କରିଛନ୍ତି ପାଣ୍ଡ୍ୟା।

Advertisment

ଏସିଆ କପ ବେଳେ ଇଞ୍ଜୁରୀ ପରଠାରୁ ପାଣ୍ଡ୍ୟା ନିଜ ପରିବାର ଓ ଗର୍ଲଫ୍ରେଣ୍ଡ ମହୈକା ସହ ସମୟ ବତାଇଥିଲେ। ଏହି ସମୟରେ ଉଭୟଙ୍କର କିଛି ଫଟୋ ଓ ଭିଡିଓ ଭାଇରାଲ ହୋଇଥିଲା। ଗତ ଅକ୍ଟୋବରରେ ମୁମ୍ବାଇ ଏୟାରପୋର୍ଟରେ ଉଭୟ ନଜରରେ ଆସିବା ପରେ ଏହାକୁ ନେଇ ଚର୍ଚ୍ଚା ବଢିଥିଲା। ତେବେ ଏହାକୁ କିନ୍ତୁ ସ୍ବୀକାର କରି କେହି ସାମନାକୁ ଆସିନଥିଲେ । ଏହାପରେ କିନ୍ତୁ ନିଜେ ହାର୍ଦ୍ଦିକ ପାଣ୍ଡ୍ୟା ହଲିଡେ ପାଇଁ ଯାଇଥିବା ବିଚ୍ ର ଫଟୋ ଶେୟାର କରିଥିଲେ। ଟି୨୦ ସିରିଜର ପ୍ରଥମ ମ୍ୟାଚ ପୂର୍ବରୁ ନିଜେ ପାଣ୍ଡ୍ୟା ନୂଆ ଗର୍ଲଫ୍ରେଣ୍ଡଙ୍କ ସହ ବିତାଇଥିବା ସମୟର ଭିଡିଓ ଓ ଫଟୋ ଶେୟାର କରିଥିଲେ। ନିଜ ୩୨ ତମ ଜନ୍ମ ଦିନ ପୂର୍ବରୁ ଉଭୟଙ୍କ ଫଟୋ ସୋସିଆଲ ମିଡିଆରେ ଛାଡିଥିଲେ ପାଣ୍ଡ୍ୟା। ଯେଉଁଥିରେ ଉଭୟ ପୂଜା କରିବା , ବିଚ୍ ରେ ବୁଲିବା ଦୃଶ୍ୟ ରହିଥିଲା।

ତେବେ ମାହିକାଙ୍କ ଏକ ଭିଡିଓକୁ ନେଇ ଟି୨୦ ମ୍ୟାଚ ପୂର୍ବରୁ ହୋଟେଲରେ ରହି ଏକ ପୋଷ୍ଟ କରି ଚର୍ଚ୍ଚାରେ ଥିଲେ। ମୁମ୍ବାଇର ଏକ ରେଷ୍ଟୁରାଣ୍ଟର ଉପର ମହଲାରୁ ପାହାଚରେ ତଳକୁ ଆସୁଥିବା ବେଳେ କିଛି ଗଣାମାଧ୍ୟମ ମାହିକାଙ୍କ ଭିଡିଓ କରିଥିଲେ। ଯାହା କି ବେଶ ଭାଇରାଲ ହୋଇଥିଲା। ଏହାକୁ ନେଇ ପାଣ୍ଡ୍ୟା ପ୍ରତିକ୍ରିୟା ପ୍ରକାଶ କରିବା ସହ ବ୍ୟକ୍ତିଗତ ସୀମାକୁ ଗଣମାଧ୍ୟମ ସମ୍ମାନ ଦେବା ଉଚିତ ବୋଲି କହିବା ସହ ପ୍ରାଇଭେସିର ଏହା ଉଲଂଘନ କରୁଥିବା କହିଛନ୍ତି। ଯେଉଁଭଳି ଆଙ୍ଗେଲରେ ଭିଡିଓ ନିଆଯାଇଛି ଏହା ଜଣେ ମହିଳାଙ୍କ ପାଇଁ ଅସମ୍ମାନ ବୋଲି ସେ କହିଛନ୍ତି। 

Advertisment

ସେପଟେ ମାହିକାହେଉଛନ୍ତି ଜଣେ ଯୋଗ ଟ୍ରେନର। ଏଥିସହ ସେ ମଡେଲିଂ ବି କରନ୍ତି। ୨୪ ବର୍ଷର ମହୈକା ଜଣେ ଆୱାର୍ଡ ଉଇନିଂ ମଡେଲ। ଏଥିସହ ଜଣେ ଟପ ଡିଜାଇନର ମଧ୍ୟ। ଇକୋନୋମିକ୍ସ ଓ ଫାଇନାନ୍ସରେ ଡିଗ୍ରୀ ହାସଲ କରିଛନ୍ତି ମାହିକା। 

ନିଜ ପ୍ରଥମ ପତ୍ନୀ ନତାଶାଙ୍କଠାରୁ ଅଲଗା ହେବା ପରେ ହାର୍ଦ୍ଦିକ ମାହିକାଙ୍କ ସହ ସାମନାକୁ ଆସିଛନ୍ତି। ତେବେ ଅଲଗା ହେବା ପରଠାରୁ ନିଜ ପୁଅ ଅଗସ୍ତ୍ୟାଙ୍କୁ କିନ୍ତୁ ସେ ଭୁଲି ପାରିନଥିଲେ। ପୁଅ ପାଇଁ ସେ ବେଶ ବ୍ୟସ୍ତ ଓ ବିବ୍ରତ ଥିଲେ। ନିଜକୁ ଜଣେ ସରଳ ଓ ବାସ୍ତବବାଦୀ ମଣିଷ ବୋଲି ସେ କହିଛନ୍ତି। ନିଜର ତିନି ପ୍ରାୟୋରିଟିଜ ମଧ୍ୟରେ ସେ ଗର୍ଲଫ୍ରେଣ୍ଡଙ୍କୁ ସାମିଲ କରିଛନ୍ତି। ପ୍ରଥମେ କ୍ରିକେଟ ପରେ ପୁଅ ଅଗସ୍ତ୍ୟା, ଆଉ ମାହିକା । ଆଗକୁ ମଧ୍ୟ ଖେଳରେ ଅଧିକ ଧ୍ୟାନ ଦେବା ସହ ଦମଦାର ପ୍ରଦର୍ଶନ କରିବାକୁ ଚେଷ୍ଟା କରିବି ବୋଲି କହିଛନ୍ତି ଟିମ ଇଣ୍ଡିଆର ଏହି ଚର୍ଚ୍ଚିତ ଯୁବ ଚେହେରୋ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ