Advertisment

ବାପା ହେବା ପରେ ଗ୍ରାଉଣ୍ଡକୁ ଫେରିଲେ ହାର୍ଦ୍ଦିକ

ନୂଆଦିଲ୍ଲୀ: ନିକଟରେ ବାପା ହେବାର ସୌଭାଗ୍ୟ ଲାଭ କରିଥିବା ଟିମ୍ ଇଣ୍ଡିଆର ଷ୍ଟାର୍ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବେ କ୍ରିକେଟରୁ ଲମ୍ବା ବ୍ରେକ୍ ପରେ ମଇଦାନକୁ ଫେରିଛନ୍ତି। ସେପ୍ଟେମ୍ବରରୁ ୟୁଏଇରେ ଆରମ୍ଭ ହେବାକୁ ଥିବା ଆଇପିଏଲ୍ ପାଇଁ ପାଣ୍ଡ୍ୟା ନିଜ ଫ୍ରାଞ୍ଚାଇଜି ଟିମ୍ ମୁମ୍ବାଇ ଇଣ୍ଡିଆନ୍ସ ସହ ଯୋଗ ଦେଇଛନ୍ତି। ଚଳିତ ବର୍ଷ ମାର୍ଚ୍ଚ ମାସରେ ଆଇପିଏଲ୍ ହେବାର ଥିଲା, କିନ୍ତୁ କୋଭିଡ୍-୧୯ ମହାମାରୀ ଯୋଗୁ ଏହାକୁ ସ୍ଥଗିତ କରାଯାଇଥିଲା। ବୁଧବାର ହାର୍ଦ୍ଦିକ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ […]

ବାପା ହେବା ପରେ ଗ୍ରାଉଣ୍ଡକୁ ଫେରିଲେ ହାର୍ଦ୍ଦିକ

hardik

Advertisment

ନୂଆଦିଲ୍ଲୀ: ନିକଟରେ ବାପା ହେବାର ସୌଭାଗ୍ୟ ଲାଭ କରିଥିବା ଟିମ୍ ଇଣ୍ଡିଆର ଷ୍ଟାର୍ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବେ କ୍ରିକେଟରୁ ଲମ୍ବା ବ୍ରେକ୍ ପରେ ମଇଦାନକୁ ଫେରିଛନ୍ତି। ସେପ୍ଟେମ୍ବରରୁ ୟୁଏଇରେ ଆରମ୍ଭ ହେବାକୁ ଥିବା ଆଇପିଏଲ୍ ପାଇଁ ପାଣ୍ଡ୍ୟା ନିଜ ଫ୍ରାଞ୍ଚାଇଜି ଟିମ୍ ମୁମ୍ବାଇ ଇଣ୍ଡିଆନ୍ସ ସହ ଯୋଗ ଦେଇଛନ୍ତି। ଚଳିତ ବର୍ଷ ମାର୍ଚ୍ଚ ମାସରେ ଆଇପିଏଲ୍ ହେବାର ଥିଲା, କିନ୍ତୁ କୋଭିଡ୍-୧୯ ମହାମାରୀ ଯୋଗୁ ଏହାକୁ ସ୍ଥଗିତ କରାଯାଇଥିଲା।

Advertisment

ବୁଧବାର ହାର୍ଦ୍ଦିକ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ପୋଷ୍ଟ କରିଛନ୍ତି, ଯେଉଁଥିରେ ତାଙ୍କୁ ଗ୍ରାଉଣ୍ଡରେ ଦୌଡ଼ୁଥିବାର ଦେଖିବାକୁ ମିଳିଛି। ବିନା ଟି-ଶାର୍ଟ, ହାଫ୍ ପ୍ୟାଣ୍ଟ ଏବଂ ରନିଂ ସୁଜ ପିନ୍ଧି ଦୌଡ଼ୁଥିବା ହାର୍ଦ୍ଦିକ ଫିଟ୍ ଥିବା ଲାଗୁଛନ୍ତି।

View this post on Instagram

Let's get this show on the road @mumbaiindians 🔥

A post shared by Hardik Pandya (@hardikpandya93) on

Advertisment

ପାଣ୍ଡ୍ୟାଙ୍କ ଏହି ଫଟୋକୁ ତାଙ୍କ ପ୍ରଶଂସକମାନେ ଖୁବ୍ ପସନ୍ଦ କରିଛନ୍ତି। ଏପରିକି ତାଙ୍କ ପତ୍ନୀ ନତାଶା ଏହି ଫଟୋକୁ ଲାଇକ୍ କରିଛନ୍ତି। ନତାଶା ନିଜର କମେଣ୍ଟରେ ତିନୋଟି ଇମୋଜୀ ଥିବା ହାତର ମଶଲ୍, ଦୁଇଟି ନିଆଁ ଥିବା ଇମୋଜୀ ଏବଂ ଦୁଇଟି ହାର୍ଟ ଇମୋଜୀ କରିଛନ୍ତି।

ଏହି ଲମ୍ବା ବ୍ରେକ୍ ପରେ ପାଣ୍ଡ୍ୟା ବିଶେଷଜ୍ଞଙ୍କ ପରାମର୍ଶ ମାନି ନିଜର ସାମାନ୍ୟ ଓଜନ ବଢ଼ାଇଛନ୍ତି। ଗତବର୍ଷ ବ୍ୟାକ୍ ଇଞ୍ଜୁରୀ କାରଣରୁ ଅଧିକାଂଶ ସମୟ କ୍ରିକେଟ୍ ମଇଦାନରୁ ଦୂରେଇ ରହିଥିଲେ। ଗତବର୍ଷ ସେପ୍ଟେମ୍ବର ମାସଠାରୁ ସେ କୌଣସି ପ୍ରତିଦ୍ୱନ୍ଦିତାମୂଳକ କ୍ରିକେଟ୍ ମ୍ୟାଚ୍ ଖେଳିନାହାନ୍ତି ଏବଂ ଏଥର ସେ ଆଇପିଏଲ୍ ଜରିଆରେ ପୁଣିଥରେ ମଇଦାନକୁ କମବ୍ୟାକ୍ କରିବେ। ନିକଟରେ ହାର୍ଦ୍ଦିକଙ୍କ ପତ୍ନୀ ନତାଶା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ