hardik
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଷ୍ଟାର୍ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ବାପା ହୋଇଛନ୍ତି। ତାଙ୍କ ପତ୍ନୀ ନତାଶା ସାଣ୍ଟୋଭିକ୍ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ହାର୍ଦ୍ଦିକ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ସୂଚନା ଦେଇଛନ୍ତି। ହାର୍ଦ୍ଦିକ ନିଜ ନବଜାତ ପୁଅର ହାତକୁ ନିଜ ହାତରେ ଧରିଥିବାର ଫଟୋ ଇନଷ୍ଟାଗ୍ରାମରେ ଶେଆର୍ କରିଛନ୍ତି। ଏହି ଫଟୋ ସହ ହାର୍ଦ୍ଦିକ ଲେଖିଛନ୍ତି, 'ଆମକୁ ଏକ ପୁତ୍ର ସନ୍ତାନର ସୌଭାଗ୍ୟ ମିଳିଛି।'
ପୁତ୍ର ସନ୍ତାନ ଜନ୍ମ ହେବା ପାଇଁ ହାର୍ଦ୍ଦିକଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି। ଟିମ ଇଣ୍ଡିଆର ଓପନିଂ ବ୍ୟାଟ୍ସମ୍ୟାନ୍ ଲୋକେଶ ରାହୁଲ୍, ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଲିନ୍ ଓ ଟେନିସ୍ କୁଇନ୍ ସାନିଆ ମିର୍ଜା ହାର୍ଦ୍ଦିକଙ୍କୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି। ଏପରିକି ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ମଧ୍ୟ ନିଆର ଅନ୍ଦାଜରେ ପାଣ୍ଡ୍ୟାଙ୍କୁ ଅନିନନ୍ଦଜ ଜଣାଇଛନ୍ତି।
ଚଳିତ ବର୍ଷ ମେ' ୩୧ ତାରିଖରେ ଅଭିନେତ୍ରୀ ନତାଶା ଓ ହାର୍ଦ୍ଦିକ ମାତାପିତା ହେବା ନେଇ ସୋସିଆଲ୍ ମିଡିଆରେ ସୂଚନା ଦେଇଥିଲେ। ହାର୍ଦ୍ଦିକ ଓ ନତାଶା ଚଳିତ ବର୍ଷ ଆରମ୍ଭରୁ ହିଁ ନିର୍ବନ୍ଧ କରିଥିଲେ। କୋଭିଡ୍-୧୯ ମହାମାରୀ କାରଣରୁ ଦୁହେଁ ଲକଡାଉନରେ ହିଁ ବିବାହ କରିଥିବା ନେଇ ମଧ୍ୟ ସୂଚନା ମିଳିଥିଲା।
ନତାଶା ଜଣେ ସର୍ବିୟା ମଡେଲ୍। ନିକଟରେ ଏକ ଇଣ୍ଟରଭ୍ୟୁରେ ହାର୍ଦ୍ଦିକ ନତାଶାଙ୍କ ସହ ନିଜର ପ୍ରଥମ ଦେଖା ସମ୍ବନ୍ଧରେ କହିଥିଲେ। ନିର୍ବନ୍ଧ କଥା ହାର୍ଦ୍ଦିକ ନିଜ ବାପା ଓ ମା'ଙ୍କୁ ମଧ୍ୟ ଜଣାଇନଥିଲେ। କେବଳ ତାଙ୍କ ଭାଇ କୃନାଲ୍ ନିର୍ବନ୍ଧର ଦୁଇଦିନ ପୂର୍ବରୁ ଏହି ବିଷୟରେ ଜାଣିବାକୁ ପାଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/hardik_1625495928.jpg)