sachin-and-ganguly
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ସୌରଭ ଗାଙ୍ଗୁଲି ଓ ସଚିନ୍ ତେନ୍ଦୁଲକରଙ୍କ ଓପନିଂ ଯୋଡ଼ି ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ ଅନେକ ସ୍ମରଣୀୟ ପାର୍ଟନରଶିପ୍ କରିଛନ୍ତି। ରନ୍ ମାମଲାରେ ଦୁହେଁ ବିଶ୍ୱର ଏକ ନମ୍ବର ଓପନିଂ ଯୋଡ଼ି। ତେବେ ଏହି ଯୋଡ଼ିକୁ ନେଇ ସବୁବେଳେ ଗୋଟିଏ କଥା କୁହାଯାଉଥିଲା ଯେ ସଚିନ୍ କାହିଁକି ଇନିଂସର ପ୍ରଥମ ବଲ୍ ସାମ୍ନା କରୁନଥିଲେ। ସେ ସବୁବେଳେ ଗାଙ୍ଗୁଲିଙ୍କୁ ହିଁ କାହିଁକି ପ୍ରଥମ ବଲ୍ ଖେଳିବାକୁ କହୁଥିଲେ। ଏହାର ଖୁଲାସା କରିଛନ୍ତି ଗାଙ୍ଗୁଲି।
ଟିମ୍ ଇଣ୍ଡିଆର ଯୁବ ବ୍ୟାଟ୍ସମ୍ୟାନ୍ ମୟଙ୍କ ଅଗ୍ରୱାଲଙ୍କ ସହ 'ଓପନ୍ ନେଟ୍ସ ୱିଦ୍ ମୟଙ୍କ'ରେ କଥାବାର୍ତ୍ତା ସମୟରେ ଗାଙ୍ଗୁଲି ଏହା ଉପରୁ ପର୍ଦ୍ଦା ଉଠାଇଛନ୍ତି। ଗାଙ୍ଗୁଲିଙ୍କୁ ମୟଙ୍କ ପଚାରିଲେ, 'ଯେତେବେଳେ ଆପଣ ଦିନିକିଆରେ ଓପନ୍ କରୁଥିଲେ, ତାହେଲେ କ'ଣ ସଚିନ୍ ପାଜି ଆପଣଙ୍କୁ ସବୁବେଳେ ପ୍ରଥମ ବଲ୍ ଷ୍ଟ୍ରାଇକ୍ କରିବାକୁ କହୁଥିଲେ।
ଜବାବରେ ଗାଙ୍ଗୁଲି କହିଛନ୍ତି, ହଁ, ସଚିନ ସବୁବେଳେ ମୋତେ ପ୍ରଥମ ବଲ୍ ସାମ୍ନା କରିବାକୁ ପଠାଉଥିଲେ ଏବଂ ନିଜେ ନନଷ୍ଟ୍ରାଇକର୍ ଏଣ୍ଡରେ ଛିଡ଼ା ହେଉଥିଲେ। ତେବେ ସଚିନ୍ କାହିଁକି ମୋତେ ଷ୍ଟ୍ରାଇକ୍ କରିବାକୁ ପଠାଉଥିଲେ, ତା'ର ଜବାବ ତାଙ୍କ ପାଖରେ ଥିଲା। ମୁଁ ତାଙ୍କୁ (ସଚିନ୍) କହୁଥିଲି ଯେ ବେଳେବେଳେ ତୁମେ ବି ପ୍ରଥମ୍ ବଲରେ ଷ୍ଟ୍ରାଇକ୍ କର। କିନ୍ତୁ ସଚିନ ସବୁବେଳେ ମୋତେ ହିଁ ପ୍ରଥମ ବଲ୍ ଖେଳିବାକୁ କହୁଥିଲେ। ତେବେ ସଚିନଙ୍କ ପାଖରେ ଏହାର ଦୁଇଟି ଜବାବ ଥିଲା।
https://twitter.com/BCCI/status/1279995991459061763?s=20
ଗାଙ୍ଗୁଲି କହିଛନ୍ତି, ସଚିନଙ୍କ ପ୍ରଥମ ଜବାବ ଥିଲା, "ମୋତେ ଲାଗୁଛି ମୁଁ ଭଲ ଫର୍ମରେ ଅଛି ଏବଂ ମୋତେ ନନଷ୍ଟ୍ରାଇକର୍ ଏଣ୍ଡରେ ରହିବା ଦରକାର। ସଚିନଙ୍କ ଦ୍ୱିତୀୟ ଜବାବ ଥିଲା, ଯଦି ମୋର ଫର୍ମ ଭଲ ନାହିଁ, ତାହେଲେ ମୋତେ ନନଷ୍ଟ୍ରାଇକର୍ ଏଣ୍ଡରେ ହିଁ ରହିବା ଦରକାର, ଯାହାଦ୍ୱାରା ମୋ ଉପରୁ ଚାପ କମ୍ ହେବ। ତେଣୁ ଭଲ ହେଉ କି ଖରାପ ଫର୍ମ, ସଚିନଙ୍କ ପାଖରେ ଗୋଟିଏ ହିଁ ଜବାବ ଥିଲା।" ଗାଙ୍ଗୁଲି ଆହୁରି କହିଛନ୍ତି, ଥରେ ମୁଁ ସଚିନଙ୍କୁ ପ୍ରଥମ ବଲ୍ ଖେଳିବା ପାଇଁ ବାଧ୍ୟ କରିଥିଲି। କିନ୍ତୁ ସଚିନ ସର୍ବୋପରି ନନଷ୍ଟ୍ରାଇକର୍ ଏଣ୍ଡରେ ହିଁ ଛିଡ଼ା ହେଉଥିଲେ।
ସୂଚନାଯୋଗ୍ୟ, ସଚିନ୍ ଓ ଗାଙ୍ଗୁଲିଙ୍କ ଯୋଡ଼ି ୧୯୯୬ରୁ ୨୦୦୭ ପର୍ଯ୍ୟନ୍ତ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚରେ ୧୩୬ ଇନିଂସରେ ୬୬୦୯ ରନ୍ କରିଛନ୍ତି। ଏଥିରେ ୨୧ ଶତକ ଓ ୨୩ ଅର୍ଦ୍ଧଶତକୀୟ ଭାଗିଦାରୀ ରହିଛି। ସଚିନ୍ ଗାଙ୍ଗୁଲିଙ୍କ ବ୍ୟତୀତ ବୀରେନ୍ଦ୍ର ସେହ୍ୱାଗଙ୍କ ସହ ମଧ୍ୟ ଇନିଂସ୍ ଓପନ୍ କରିଛନ୍ତି, କିନ୍ତୁ କେବେବି ଷ୍ଟ୍ରାଇକ୍ ନେଇନାହାନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/sachin-and-ganguly_1626346443.jpg)