Advertisment

Emotional Journey: ଦିନେ ଖାଇ ଦିନେ ରହୁଥିଲେ ଉପାସ , ଏବେ ୧୪ କୋଟିରେ କିଣିଲା ଧୋନୀଙ୍କ ଦଳ

ଏ କାହାଣୀ ଏମିତି ଜଣେ କ୍ରିକେଟରଙ୍କର ଯାହା କ୍ୟାରିୟର ପାଇଁ ପୁରା ପରିବାର କରିଥିଲା ସଂଘର୍ଷ। ଇଏ ଏମିତି ଏକ କାହାଣୀ ଯାହା ଆପଣଙ୍କୁ କନ୍ଦାଇବ ଆଉ ପ୍ରେରଣା ମଧ୍ୟ ଦେବ। ଇଏ କାହାଣୀ କାର୍ତ୍ତିକ ଶର୍ମାଙ୍କର।

Kartik-Sharma

Kartik-Sharma Photograph: (OTV)

Advertisment

ଏ କାହାଣୀ ଏମିତି ଜଣେ କ୍ରିକେଟରଙ୍କର ଯାହା କ୍ୟାରିୟର ପାଇଁ ପୁରା ପରିବାର କରିଥିଲା ସଂଘର୍ଷ। ଇଏ ଏମିତି ଏକ କାହାଣୀ ଯାହା ଆପଣଙ୍କୁ କନ୍ଦାଇବ ଆଉ ପ୍ରେରଣା ମଧ୍ୟ ଦେବ। ଇଏ କାହାଣୀ କାର୍ତ୍ତିକ ଶର୍ମାଙ୍କର। IPL ୨୦୨୬ ନିଲାମରେ ତାଙ୍କୁ ₹୧୪.୨୦ କୋଟି ଟଙ୍କାରେ କିଣିଛି ଚେନ୍ନାଇ ସୁପର କିଙ୍ଗସ୍। ଏହା ଶୁଣି ସେ ନିଜର ଭାବନାକୁ ରୋକିପାରିଲେ ନାହିଁ ଏବଂ କାନ୍ଦି ପକାଇଥିଲେ। କାର୍ତିକଙ୍କୁ IPL ଇତିହାସର ସବୁଠାରୁ ମହଙ୍ଗା ଅନକ୍ୟାପ୍ଡ ଖେଳାଳି କରିଥିଲା CSK।
ରାଜସ୍ଥାନର ଭରତପୁରରେ ୧୯ ବର୍ଷୀୟ କାର୍ତ୍ତିକ ଶର୍ମାଙ୍କ ଜନ୍ମ। ମାତ୍ର ଅଢ଼େଇ ବର୍ଷ ବୟସରେ କ୍ରିକେଟ ପ୍ରତି ତାଙ୍କର ଆଗ୍ରହ ବଢ଼ିଥିଲା। ତାଙ୍କ ପିତା ମନୋଜ ଶର୍ମା ଜଣେ କ୍ରିକେଟର ହେବାକୁ ଚାହୁଁଥିଲେ। ହେଲେ ଏକ ମ୍ୟାଚ୍ ସମୟରେ ଆଘାତ ପାଇ ତାଙ୍କ କ୍ରିକେଟ କ୍ୟାରିୟରରେ ଅଟକି ଯାଇଥିଲା। ତେଣୁ ପରିବାରର ଆର୍ଥିକ ପରିସ୍ଥିତି ଖରାପ ଥିବା ସତ୍ୱେ, କ୍ରିକେଟର ହେବାକୁ ପୁଅ ଦେଖୁଥିବା ସ୍ୱପ୍ନକୁ ପୂରଣ କରିବାକୁ ସେ ଦୃଢ଼ ସଂକଳ୍ପ ନେଇଥିଲେ। 

Advertisment


ଉଭୟ ପିତାମାତା ତାଙ୍କ ପୁଅର ସ୍ୱପ୍ନ ପୂରଣ କରିବା ପାଇଁ ଅକ୍ଲାନ୍ତ ପରିଶ୍ରମ କରିଥିଲେ। ଯେତେବେଳେ କାର୍ତ୍ତିକଙ୍କୁ ୧୪ ବର୍ଷରୁ କମ୍ ରାଜ୍ୟ ସ୍ତରୀୟ କ୍ରିକେଟ ପାଇଁ ଚୟନ କରାଯାଇଥିଲା। କ୍ରିକେଟ କିଟ୍ କିଣିବା ପାଇଁ ତାଙ୍କ ମାଆ ନିଜ ସୁନା ଅଳଙ୍କାର ବିକ୍ରି କରିଦେଇଥିଲେ। ଭରତପୁରରେ ତାଙ୍କ ବାପାଙ୍କ ଏକ ଦୋକାନ ଥିଲା।  ହେଲେ ପୁଅ କ୍ୟାରିଅର ପାଇଁ ତାକୁ ବିକି ଦେଇଥିଲେ ବାପା। ଆଉ କାର୍ତ୍ତିକଙ୍କ ପାଇଁ ଏକ ବୋଲିଂ ମେସିନ କିଣିଥିଲେ। ଏପରିକି ପରିବାର ଚଳାଇବା ପାଇଁ, ସେ କେବେ ଟ୍ୟୁସନ କରିବା, ଥଣ୍ଡା ପାନୀୟ, ପାଣି ବୋତଲ ବିକିବା, ତ କେତେବେଳେ ଏକ ଛୋଟ ଶ୍ରମିକ ଭାବେମଧ୍ୟ କାମ କରିଥିଲେ। ହେଲେ କେବେବି ପୁଅକୁ କ୍ରିକେଟରୁ ନିବୃତ୍ତ ହେବାକୁ କହିନଥିଲେ। ଆଉ ଆଜି, ଏହି ତ୍ୟାଗ ଏବଂ ସଂଘର୍ଷର ସକାରାତ୍ମକ ଫଳାଫଳ ଆସିଛି। କାର୍ତିକ ପ୍ରତିଦିନ ବୋଲିଂ ମେସିନରେ ଅଭ୍ୟାସ କରୁଥିଲେ। 150 କିଲୋମିଟର ପ୍ରତି ଘଣ୍ଟାରେ ଆସୁଥିବା ବଲ୍‌ର ସମ୍ମୁଖୀନ ହେଉଥିଲେ ଏବଂ 15-16 ବର୍ଷ ବୟସରେ ବଡ଼ ବଡ଼ ଛକା ମାରିବାରେ ଦକ୍ଷ ହୋଇଯାଇଥିଲେ।
ରାଜସ୍ଥାନ ୧୯ ବର୍ଷରୁ କମ୍ ଦଳର ଅଧିନାୟକ ଓ ୱିକେଟକିପର ଥିବା କାର୍ତ୍ତିକ ପ୍ରଥମ ଥର ପାଇଁ IPLରେ ଖେଳିବେ। ସେ ଘରୋଇ କ୍ରିକେଟରେ, ବିଶେଷକରି ସୟଦ ମୁସ୍ତାକ ଅଲି ଟ୍ରଫିର ଲିଗ୍ ପର୍ଯ୍ୟାୟରେ ବିସ୍ଫୋରକ ବ୍ୟାଟିଂ ଦ୍ୱାରା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ପାଞ୍ଚଟି ମ୍ୟାଚ୍‌ରେ ୧୬୦ ରୁ ଅଧିକ ଷ୍ଟ୍ରାଇକ୍ ରେଟ୍‌ରେ ୧୩୩ ରନ୍ କରିଥିଲେ। ୧୨ ମ୍ୟାଚର T20 କ୍ୟାରିୟରରେ ମଧ୍ୟ ନିରନ୍ତର ୧୬୦ରୁ ଅଧିକ ଷ୍ଟ୍ରାଇକ୍ ରେଟ୍‌ରେ ବ୍ୟାଟିଂ କରିଛନ୍ତି କାର୍ତ୍ତିକ। କଠିନ ପରିଶ୍ରମ, ସଂଘର୍ଷ ଏବଂ ପରିବାର ସମର୍ଥନ ତାଙ୍କୁ ଆଜି ଆଇପିଏଲରେ ପହଞ୍ଚାଇଛି। ଆଉ ଲକ୍ଷ ଲକ୍ଷ ଯୁବକଙ୍କ ପାଇଁ ସେ ପାଲଟିଯାଇଛନ୍ତି ପ୍ରେରଣା ।    

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ