CTC-Issan-KIssan-Odia-Couch Photograph: (OTV)
ପେଶା ସିନା ଗାଡି ଡ୍ରାଇଭିଂ ହେଲେ କ୍ରିକେଟ ପ୍ରତି ତାଙ୍କର ଅହେତୁକ ଦୁର୍ବଳତା। ସାଇଡ ଆର୍ମର ବୋଲିଂ କରିବାରେ ସିଏ ହେଉଛନ୍ତି ଏକ୍ସପର୍ଟ। ଖାସ ସେଇଥି ପାଇଁ ତ ଅନ୍ତର୍ଜାତୀୟ କ୍ରିକେଟର ଇଷାନ କିଶନଙ୍କ ସେ ପାଲଟିଛନ୍ତି ଫେଭରେଟ୍ କୋଚ୍। ଆମେ କହୁଛୁ କଟକ ଦେଉଳସାହିର ଉତ୍ତମ ମହାନ୍ତିଙ୍କ କଥା।
ଦିନେ ଘର ପାଖ ବିଡ଼ାନାସୀ ଗ୍ରାଉଣ୍ଡରେ ରାଜ୍ୟ ସ୍ତରର ଖେଳାଳିଙ୍କୁ ସାଇଡ ଆର୍ମ୍ରର ଥ୍ରୋୟର ଭାବେ ବୋଲିଂ କରୁଥିଲେ ଉତ୍ତମ। ସେଠାରେ ଝାଡ଼ଖଣ୍ଡ କ୍ରିକେଟ ଦଳର ଜଣେ କୋଚ ତାଙ୍କୁ ଦେଖିଥିଲେ। ପରେ ଝାଡ଼ଖଣ୍ଡକୁ ଯାଇ ଟ୍ରାୟଲ ଦେଇଥିଲେ ଉତ୍ତମ ଏବଂ ସିଲେକ୍ଟ ମଧ୍ୟ ହୋଇଥିଲେ। ଆଉ ଦିନେ ଗାଡି ଡ୍ରାଇଭିଂ କରି ପରିବାର ଚଳାଉଥିବା ଉତ୍ତମ ଆଜି ପାଲଟିଯାଇଛନ୍ତି ଝାଡ଼ଖଣ୍ଡ କ୍ରିକେଟ ଦଳର ସହକାରୀ ପ୍ରଶିକ୍ଷକ। ଏହାସହ ଇଷାନଙ୍କ ବ୍ୟକ୍ତିଗତ ସହାୟକ ଭାବେ ମଧ୍ୟ ସେ କାମ କରୁଛନ୍ତି। ଏପରିକି ଇଶାନ ତାଙ୍କୁ ଆଇପିଏଲରେ ସୁଯୋଗ ଦେବେ ବୋଲି କହିଥିବା କଥା କହିଛନ୍ତି ।
କିଛିଦିନ ପୂର୍ବେ ଝାଡ଼ଖଣ୍ଡ ଦଳ ସୟଦ ମୁସ୍ତାକ ଅଲ୍ଲୀ ଟି-୨୦ ଜିତିଥିଲା। ଆଉ ଉତ୍ତମ ମଧ୍ୟ ଏହି ଚମ୍ପିୟାନ ଟିମର ସଦସ୍ୟ ଥିଲେ। ଦଳକୁ ଜିତାଇବାରେ ତାଙ୍କର ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଥିଲା। ପୁରା ଟିମ ସହ ଉତ୍ତମ ମଧ୍ୟ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଭେଟିବା ସହ ସମ୍ମାନିତ ହୋଇଥିଲେ। ସେପଟେ ଉତ୍ତମଙ୍କ ସଫଳତା ପାଇଁ ଖୁସି ପ୍ରକାଶ କରିଛନ୍ତି ତାଙ୍କ ସାଥି ଖେଳାଳି। ବିଡାନାସୀ ଗ୍ରାଉଣ୍ଡରୁ ଖେଳ ଆରମ୍ଭ କରିଥିବା ଉତ୍ତମ ଯେବେବି କଟକ ଆସନ୍ତି ଗ୍ରାଉଣ୍ଡରରେ ପହଁଚି ଯୁବ ଖେଳାଳୀମାନଙ୍କୁ ପ୍ରଶିକ୍ଷଣ ଦିଅନ୍ତି ।
ଉତ୍ତମଙ୍କ କାହାଣୀ ନିଶ୍ଚିତ ଭାବରେ ଅନେକ ଖେଳାଳୀଙ୍କ ପାଇଁ ପ୍ରେରଣା ସାଜିବ। ଆଉ ନୂଆ ପ୍ରତିଭାଙ୍କୁ ଆଗକୁ ବଢ଼ିବାରେ ସାହାଯ୍ୟ କରିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/24/ctc-issan-kissan-odia-couch-2025-12-24-16-35-35.jpg)