Advertisment

ପରଲୋକରେ ଭାରତର ପୂର୍ବତନ ଫୁଟବଲର୍

ନୂଆଦିଲ୍ଲୀ: ଭାରତୀୟ ଫୁଟବଲ ଦଳର ପୂର୍ବତନ ଗୋଲକିପର ଭାସ୍କର ମୈତୀଙ୍କର ବୁଧବାର ୬୭ ବର୍ଷ ବୟସରେ ପରଲୋକ ହୋଇଛି। ନଭି ମୁମ୍ବାଇଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କ ପାଖରେ ତାଙ୍କ ପତ୍ନୀ, ପୁଅ ଓ ଝିଅ ଉପସ୍ଥିତ ଥିଲେ। ଏ ନେଇ ତାଙ୍କ ପାରିବାରିବ ବନ୍ଧୁ ଶଶୀକାନ୍ତ ପ୍ରସାଦ କହିଛନ୍ତି, ବୁଧବାର ସନ୍ଧ୍ୟା ୬ଟା ବେଳେ ଏମଜିଏମ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଭାସ୍କରଙ୍କର ମସ୍କିଷ୍କ ରକ୍ତସ୍ରାବ କାରଣରୁ ଦେହାନ୍ତ ହୋଇଛି। AIFF […]

ପରଲୋକରେ ଭାରତର ପୂର୍ବତନ ଫୁଟବଲର୍

football

Advertisment

ନୂଆଦିଲ୍ଲୀ: ଭାରତୀୟ ଫୁଟବଲ ଦଳର ପୂର୍ବତନ ଗୋଲକିପର ଭାସ୍କର ମୈତୀଙ୍କର ବୁଧବାର ୬୭ ବର୍ଷ ବୟସରେ ପରଲୋକ ହୋଇଛି। ନଭି ମୁମ୍ବାଇଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କ ପାଖରେ ତାଙ୍କ ପତ୍ନୀ, ପୁଅ ଓ ଝିଅ ଉପସ୍ଥିତ ଥିଲେ। ଏ ନେଇ ତାଙ୍କ ପାରିବାରିବ ବନ୍ଧୁ ଶଶୀକାନ୍ତ ପ୍ରସାଦ କହିଛନ୍ତି, ବୁଧବାର ସନ୍ଧ୍ୟା ୬ଟା ବେଳେ ଏମଜିଏମ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଭାସ୍କରଙ୍କର ମସ୍କିଷ୍କ ରକ୍ତସ୍ରାବ କାରଣରୁ ଦେହାନ୍ତ ହୋଇଛି।

Advertisment

https://twitter.com/IndianFootball/status/1296092369616478208?s=20

ଭାସ୍କର ୧୯୭୮ ଏସିଆନ୍ ଗେମ୍ସରେ ଇରାକ୍ ବିପକ୍ଷ ମ୍ୟାଚରେ ଭାରତର ପ୍ରତିନିଧିତ୍ୱ କରିଥିଲେ। ସେ ୧୯୭୫ରୁ ୧୯୭୯ ପର୍ଯ୍ୟନ୍ତ ସନ୍ତୋଷ ଟ୍ରଫିରେ ମହାରାଷ୍ଟ୍ର ପକ୍ଷରୁ ଖେଳିଥିଲେ। ସେ ୧୯୭୪ରୁ ୧୯୮୦ ପର୍ଯ୍ୟନ୍ତ ମଫତଲାଲ ସ୍ପୋର୍ଟ୍ସ କ୍ଲବ୍ ଏବଂ ୧୯୮୧ ଓ ୧୯୮୨ରେ ରାଷ୍ଟ୍ରୀୟ କେମିକାଲ୍ସ ଏବଂ ଫର୍ଟିଲାଇଜର୍ସ (ଆରସିଏଫ୍) ପକ୍ଷରୁ ଖେଳିଥିଲେ।

ସନ୍ନ୍ୟାସ ପରେ ସେ ଆରସିଏଫ୍ ଫୁଟବଲ୍ ଟିମର କୋଚ୍ ହୋଥଥିଲେ। ତାଙ୍କ ପରଲୋକରେ ସର୍ବଭାରତୀୟ ଫୁଟବଲ୍ ମହାସଂଘର ଅଧ୍ୟକ୍ଷ ପ୍ରଫୁଲ୍ଲ ପଟେଲ୍ ଦୁଃଖ ପ୍ରକାଶ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ