Advertisment

ପରଲୋକରେ ପୂର୍ବତନ କ୍ରିକେଟର୍ ଚେତନ ଚୌହାନ୍

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ୍ ତଥା ଉତ୍ତର ପ୍ରଦେଶ ସରକାରରେ କ୍ରୀଡ଼ା ମନ୍ତ୍ରୀ ଚେତନ ଚୌହାନଙ୍କର ୭୩ ବର୍ଷ ବୟସରେ ପରଲୋକ ହୋଇଛି। କରୋନାରେ ସଂକ୍ରମିତ ହେବା କାରଣରୁ ଗୁରୁଗ୍ରାମ ସ୍ଥିତ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ହସ୍ପିଟାଲରେ ଚିକିତ୍ସା ଚାଲିଥିବା ବେଳେ କିଡନୀ ଫେଲ୍ ହେବା କାରଣରୁ ତାଙ୍କର ଦେହାନ୍ତ ହୋଇଛି। ଦିନକ ତେଳ ଚୌହାନଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ ଯାଇଥିଲା। ତାଙ୍କର କିଡନୀ ଫେଲ୍ ହୋଇଥିଲା, ଯେଉଁକାରଣରୁ ତାଙ୍କୁ ଲାଇଫ୍ ସପୋର୍ଟ ସିଷ୍ଟମରେ […]

ଅଦ୍ୟତନ ହୋଇଛି
ପରଲୋକରେ ପୂର୍ବତନ କ୍ରିକେଟର୍ ଚେତନ ଚୌହାନ୍

chetan-chouhan

Advertisment

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ୍ ତଥା ଉତ୍ତର ପ୍ରଦେଶ ସରକାରରେ କ୍ରୀଡ଼ା ମନ୍ତ୍ରୀ ଚେତନ ଚୌହାନଙ୍କର ୭୩ ବର୍ଷ ବୟସରେ ପରଲୋକ ହୋଇଛି। କରୋନାରେ ସଂକ୍ରମିତ ହେବା କାରଣରୁ ଗୁରୁଗ୍ରାମ ସ୍ଥିତ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ହସ୍ପିଟାଲରେ ଚିକିତ୍ସା ଚାଲିଥିବା ବେଳେ କିଡନୀ ଫେଲ୍ ହେବା କାରଣରୁ ତାଙ୍କର ଦେହାନ୍ତ ହୋଇଛି।

Advertisment

ଦିନକ ତେଳ ଚୌହାନଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ ଯାଇଥିଲା। ତାଙ୍କର କିଡନୀ ଫେଲ୍ ହୋଇଥିଲା, ଯେଉଁକାରଣରୁ ତାଙ୍କୁ ଲାଇଫ୍ ସପୋର୍ଟ ସିଷ୍ଟମରେ ରଖାଯାଇଥିଲା। ଜୁଲାଇର ଶେଷ ଭାଗରେ ଚେତନ ଚୌହାନଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଥିଲା। ଚେତନଙ୍କ ପରଲୋକରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଭୀର ଶୋକ ପ୍ରକାଶ କରିଛନ୍ତି।

ଚେତନ ଚୌହାନ୍ ଅମରୋହ ଜିଲ୍ଲାର ନୌଗାଁ ବିଧାନସଭାର ବିଧାୟକ ଥିଲେ। ଅନ୍ୟପକ୍ଷରେ ସେ ଯୋଗୀ ସରକାରଙ୍କ ୨ୟ କ୍ୟାବିନେଟ୍ ମନ୍ତ୍ରୀ, ଯାହାଙ୍କର କରୋନା ଭାଇରସ୍ କାରଣରୁ ମୃତ୍ୟୁ ହୋଇଛି। ଏହା ପୂର୍ବରୁ ଏହା ପୂର୍ବରୁ ଅଗଷ୍ଟ ୨ ତାରିଖରେ ୟୁପି ସରକାରରେ ମନ୍ତ୍ରୀ ଥିବା କମଲ ରାନୀ ବରୁନଙ୍କର କରୋନରେ ଦେହାନ୍ତ ହୋଇଥିଲା।

Advertisment

ଜଣେ କ୍ରିକେଟର ଭାବେ ଚେତନ ଭାରତୀୟ କ୍ରିକେଟ୍ ଟିମର ପ୍ରମୁଖ ବ୍ୟାଟ୍ସମ୍ୟାନ୍ ରହିଆସିଛନ୍ତି। ସେ ଭାରତୀୟ କ୍ରିକେଟ୍‌ ଟିମ୍ ପକ୍ଷରୁ ୪୦ ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି। ଏହାବ୍ୟତୀତ ସେ ଚେତନ ୭ଟି ଦିନିକିଆରେ ଭାରତର ପ୍ରତିନିଧିତ୍ୱ କରିଛନ୍ତି। ଟେଷ୍ଟରେ ସେ ୨୦୮୪ ରନ୍ କରିଛନ୍ତି, ଯେଉଁଥିରେ ୧୬ଟି ଅର୍ଦ୍ଧଶତକ ସାମିଲ୍‌ ଅଛି। ଟେଷ୍ଟରେ ତାଙ୍କର ସର୍ବୋଚ୍ଚ ସ୍କୋର ୯୭ ରନ୍ ରହିଛି। ସେହିପରି ୭ଟି ଦିନିକିଆରେ ସେ ୧୫୩ ରନ୍ କରିଛନ୍ତି।

କ୍ରିକେଟ୍ ଛାଡ଼ିବା ପରେ ସେ ରାଜନୀତିରେ ପାଦ ଥାପିଥିଲେ। ଚେତନ ବିଜେପି ପକ୍ଷରୁ ଲୋକସଭା ସାଂସଦ ରହିଆସିଛନ୍ତି। ୧୯୯୧ ଏବଂ ୧୯୯୮ ନିର୍ବାଚନରେ ସେ ବିଜେପି ପକ୍ଷରୁ ଟିକେଟ୍ ପାଇଁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ତେବେ ବର୍ତ୍ତମାନ ସେ ୟୁପିର ଯୋଗୀ ସରକାରରେ ମନ୍ତ୍ରୀ ପଦରେ ଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ