Advertisment

ଭାରତର ମହାନ୍ ଫୁଟବଲର୍ କରୋନାରେ ଆକ୍ରାନ୍ତ

ନୂଆଦିଲ୍ଲୀ: ଧ୍ୟାନଚାନ୍ଦ ପୁରସ୍କାରରେ ସମ୍ମାନିତ ଭାରତର ପୂର୍ବତନ ଫୁଟବଲର୍ ସୟଦ ଶାହିଦ୍ ହକିମ୍ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ବର୍ତ୍ତମାନ ସେ ହାଇଦ୍ରାବାଦସ୍ଥିତ କ୍ୱାରେଣ୍ଟିନ ସେଣ୍ଟରରେ ଅଛନ୍ତି। ୧୯୬୦ ରୋମ୍ ଅଲିମ୍ପିକ୍ସରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଥିବା ୮୧ ବର୍ଷୀୟ ହକିମ୍ ନିଜେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ୬ଦିନ ତଳେ ମୋର କୋଭିଡ୍-୧୯ ପରୀକ୍ଷା ପଜିଟିଭ୍ ଆସିଥିଲା ଏବଂ ବର୍ତ୍ତମାନ ମୁଁ ହାଇଦ୍ରାବାଦର ଏକ ହୋଟେଲରେ ଅଛି, ଯାହାକୁ ରାଜ୍ୟ ସରକାର କ୍ୱାରେଣ୍ଟିନ ସେଣ୍ଟରରେ ପରିଣତ […]

ଭାରତର ମହାନ୍ ଫୁଟବଲର୍ କରୋନାରେ ଆକ୍ରାନ୍ତ

hakim2

Advertisment

ନୂଆଦିଲ୍ଲୀ: ଧ୍ୟାନଚାନ୍ଦ ପୁରସ୍କାରରେ ସମ୍ମାନିତ ଭାରତର ପୂର୍ବତନ ଫୁଟବଲର୍ ସୟଦ ଶାହିଦ୍ ହକିମ୍ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ବର୍ତ୍ତମାନ ସେ ହାଇଦ୍ରାବାଦସ୍ଥିତ କ୍ୱାରେଣ୍ଟିନ ସେଣ୍ଟରରେ ଅଛନ୍ତି। ୧୯୬୦ ରୋମ୍ ଅଲିମ୍ପିକ୍ସରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଥିବା ୮୧ ବର୍ଷୀୟ ହକିମ୍ ନିଜେ ଏହି ସୂଚନା ଦେଇଛନ୍ତି।

Advertisment

ସେ କହିଛନ୍ତି, ୬ଦିନ ତଳେ ମୋର କୋଭିଡ୍-୧୯ ପରୀକ୍ଷା ପଜିଟିଭ୍ ଆସିଥିଲା ଏବଂ ବର୍ତ୍ତମାନ ମୁଁ ହାଇଦ୍ରାବାଦର ଏକ ହୋଟେଲରେ ଅଛି, ଯାହାକୁ ରାଜ୍ୟ ସରକାର କ୍ୱାରେଣ୍ଟିନ ସେଣ୍ଟରରେ ପରିଣତ କରିଛନ୍ତି। ହକିମ୍ ଆହୁରି କହିଛନ୍ତି, ଗତ ଦୁଇଦିନ ହେବ ମୋର ସ୍ୱାସ୍ଥ୍ୟାବସ୍ଥାରେ ସାମାନ୍ୟ ସୁଧାର ଆସିଛି। ଆଶା କରୁଛି ଯେ ମୋର ପରବର୍ତ୍ତୀ ରିପୋର୍ଟ ନେଗେଟିଭ୍ ଆସିବ ଏବଂ କିଛି ଦିନ ପରେ ନିଜ ଘରକୁ ମଧ୍ୟ ଫେରିବି।

publive-imageହକିମ୍ କହିଛନ୍ତି, ମୁଁ କର୍ଣ୍ଣାଟକର ଗୁଲବର୍ଗା ଯାଇଥିଲି। ଯାହା ପରେ ମୋତେ ଜ୍ୱର ହୋଇଥିଲା ଏବଂ ଏଥିପାଇଁ ମୁଁ ମେଡିସିନ୍ ଖାଇଥିଲି। ଡାକ୍ତର ମୋତେ ଛାତିର ଏକ୍ସରେ କରିବାକୁ କହିଥିଲେ, ଯେଉଁଥିରେ ମୋତେ ନିମୋନିଆ ହୋଇଥିବା ଜଣାପଡ଼ିଲା। ଏହା ପରେ ମୋତେ କୋଭିଡ୍-୧୯ ପରୀକ୍ଷା କରିବାକୁ କୁହାଗଲା ଏବଂ ଏହାର ରିପୋର୍ଟ ମଧ୍ୟ ପଜିଟିଭ୍ ଆସିଲା। ଏସବୁ ହେବାର ୬ଦିନ ବିତିଗଲାଣି। ଏବେ ମୁଁ ସୁସ୍ଥ ଅଛି।

Advertisment

ସୂଚନାଯୋଗ୍ୟ, ୨୦୧୭ରେ ହକିମଙ୍କୁ 'ଲାଇଫ୍ ଟାଇମ୍ ଆଚିଭମେଣ୍ଟ' ପାଇଁ ଧ୍ୟାନଚାନ୍ଦ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଫୁଟବଲ୍ ଛାଡ଼ିବା ପରେ ହକିମ୍ ୧୯୮୯ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ମ୍ୟାଚରେ ରେଫରୀ ଭୂମିକା ତୁଲାଇଥିଲେ, ଯେଉଁଥିରେ ୧୯୮୮ରେ ଆୟୋଜିତ ଏଏଫସି ଏସିଆନ୍ କପ୍ ସାମିଲ୍ ଅଛି। ଏହା ପରେ ସେ ନିଜ ପିତା ଓ ଭାରତର ମହାନ୍ ଫୁଟବଲର କୋଚ୍ ସୟଦ ଅବଦୁଲ୍ ରହିମଙ୍କ ମାର୍ଗଦର୍ଶନରେ କୋଚିଂ କ୍ଷେତ୍ରରେ ପାଦ ଦେଇଥିଲେ। ସେ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ)ର ମୁଖ୍ୟ ପ୍ରୋଜେକ୍ଟ ଡାଇରେକ୍ଟର ମଧ୍ୟ ରହିଆସିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ