Advertisment

୧୧୭ ଦିନର ବିରତି ପରେ ପଡ଼ିଆକୁ ଫେରିବ କ୍ରିକେଟ୍

ନୂଆଦିଲ୍ଲୀ: କରୋନାଭାଇରସ୍ ମହାମାରୀ ଯୋଗୁ ସାରା ବିଶ୍ୱରେ କ୍ରୀଡ଼ା ଗତିବିଧି ବନ୍ଦ ରହିଛି। ଏଥିରୁ ମଧ୍ୟ ବାଦ୍ ପଡ଼ିନି କ୍ରିକେଟ୍। କିନ୍ତୁ ସବୁ ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି। ବୁଧବାରଠାରୁ ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ପ୍ରଥମ ଟେଷ୍ଟ ଆରମ୍ଭ ସହ ୧୧୭ ଦିନ ପରେ ଅନ୍ତର୍ଜାତୀୟ କ୍ରିକେଟର ପ୍ରତ୍ୟାବର୍ତ୍ତନ ହେବ। ସୀମିତ ଓଭର୍ କ୍ରିକେଟ୍ ଆରମ୍ଭ ହେବାର ୪୬ ବର୍ଷ ପରେ ପ୍ରଥମଥର ୧୦୦ରୁ ଅଧିକ ଦିନ ପର୍ଯ୍ୟନ୍ତ କୌଣସି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳାଯାଇନାହିଁ। ଏବେ […]

୧୧୭ ଦିନର ବିରତି ପରେ ପଡ଼ିଆକୁ ଫେରିବ କ୍ରିକେଟ୍

cricket

Advertisment

ନୂଆଦିଲ୍ଲୀ: କରୋନାଭାଇରସ୍ ମହାମାରୀ ଯୋଗୁ ସାରା ବିଶ୍ୱରେ କ୍ରୀଡ଼ା ଗତିବିଧି ବନ୍ଦ ରହିଛି। ଏଥିରୁ ମଧ୍ୟ ବାଦ୍ ପଡ଼ିନି କ୍ରିକେଟ୍। କିନ୍ତୁ ସବୁ ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି। ବୁଧବାରଠାରୁ ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ପ୍ରଥମ ଟେଷ୍ଟ ଆରମ୍ଭ ସହ ୧୧୭ ଦିନ ପରେ ଅନ୍ତର୍ଜାତୀୟ କ୍ରିକେଟର ପ୍ରତ୍ୟାବର୍ତ୍ତନ ହେବ। ସୀମିତ ଓଭର୍ କ୍ରିକେଟ୍ ଆରମ୍ଭ ହେବାର ୪୬ ବର୍ଷ ପରେ ପ୍ରଥମଥର ୧୦୦ରୁ ଅଧିକ ଦିନ ପର୍ଯ୍ୟନ୍ତ କୌଣସି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳାଯାଇନାହିଁ। ଏବେ ଏହା ଉପରେ ବ୍ରେକ୍ ଲାଗିବାକୁ ଯାଉଛି। କୋଭିଡ୍-୧୯ ମହାମାରୀ ଯୋଗୁ ମାର୍ଚ୍ଚ ୧୫, ୨୦୨୦ ପରଠାରୁ ଅନ୍ତର୍ଜାତୀୟ କ୍ରିକେଟ୍ ବନ୍ଦ ରହିଛି। ତେବେ ଆସନ୍ତାକାଲି ଅର୍ଥାତ୍ ବୁଧବାରଠାରୁ ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ସୁରକ୍ଷିତ ପରିବେଶରେ ଖାଲି ଷ୍ଟାଡିୟମରେ କ୍ରିକେଟ୍ର ଶୁଭାରମ୍ଭ ହେବାକୁ ଯାଉଛି।

Advertisment

publive-imageଏହା ପୂର୍ବରୁ ଶେଷ ମ୍ୟାଚ୍ ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ସିଡନୀରେ ଅନ୍ତର୍ଜାତୀୟ ଦିନିକିଆ ଖେଳାଯାଇଥିଲା। ଦିନିକିଆ ଓ ପରେ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ର ଆଗମନ ପରଠାରୁ ମଝିରେ ମଝିରେ କିଛି ଅବସରରେ ଟେଷ୍ଟ ମ୍ୟାଚ୍ ୧୦୦ରୁ ଅଧିକ ଦିନର ବ୍ୟବଧାନରେ ଖେଳାଯାଇଛି। କିନ୍ତୁ ଆଇପିଏଲ୍ ସମେତ ବିଭିନ୍ନ ଘରୋଇ ଲିଗର ଶୁଭାରମ୍ଭ ସତ୍ତ୍ୱେ ଅନ୍ତର୍ଜାତୀୟ କ୍ରିକେଟରେ କେବେବି ଏଭଳି ଦେଖିବାକୁ ମିଳିନାହିଁ।

ଶେଷଥର ପାଇଁ ୧୯୭୨ରେ ୧୧୪ ଦିନ ଏବଂ ୧୯୭୩ରେ ୧୧୩ ଦିନ ପର୍ଯ୍ୟନ୍ତ କୌଣସି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳାଯାଇନଥିଲା। ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟର ଶୁଭାରମ୍ଭ ୧୯୭୧ରେ ହୋଇଥିଲା, କିନ୍ତୁ ପ୍ରଥମ ଚାରି ବର୍ଷରେ ମାତ୍ର ୧୫ ମ୍ୟାଚ୍ ଖେଳାଯାଇଥିଲା। ଏହି କାରଣରୁ ଅଗଷ୍ଟ ୧୯, ୧୯୭୧ରୁ ଫେବୃଆରୀ ୧୬, ୧୯୭୨ ପର୍ଯ୍ୟନ୍ତ କୌଣସି ମ୍ୟାଚ୍ ଖେଳାଯାଇନଥିଲା। ଏହାର ଅର୍ଥ ୧୮୧ ଦିନ ପର୍ଯ୍ୟନ୍ତ କୌଣସି ମ୍ୟାଚ୍ ହୋଇନାହିଁ, ଯାହା ୫ ଦଶନ୍ଧିରେ ଦୁଇଟି ମ୍ୟାଚ୍ ମଧ୍ୟରେ ସବୁଠାରୁ ବଡ଼ ବ୍ୟବଧାନ।

Advertisment

publive-imageଯେପର୍ଯ୍ୟନ୍ତ ସୀମିତ ଓଭର କ୍ରିକେଟ୍ ଖେଳାଯାଉନଥିଲା, ସେତେବେଳେ ଦୁଇଟି ଅନ୍ତର୍ଜାତୀୟ ମ୍ୟାଚ୍ ଅର୍ଥାତ୍ ଟେଷ୍ଟ କ୍ରିକେଟରେ ଦୁଇଟି ମ୍ୟାଚ୍ ମଧ୍ୟରେ ଲମ୍ବା ବ୍ୟବଧାନ ଦେଖିବାକୁ ମିଳୁଥିଲା। ଏଭଳି ଲମ୍ବା ବ୍ୟବଧାନ ପ୍ରଥମ ଓ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଦେଖିବାକୁ ମିଳିଥିଲା। ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ୬ ବର୍ଷ ୯ମାସ ଓ ୨୦ ଦିନ ଅର୍ଥାତ୍ ୨୪୮୫ ଦିନ ପର୍ଯ୍ୟନ୍ତ ଟେଷ୍ଟ ମ୍ୟାଚ୍ ଖେଳାଯାଇ ନଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ୨୪୧୪ ଦିନ ପର୍ଯ୍ୟନ୍ତ କୌଣସି ମ୍ୟାଚ୍ ଖେଳାଯାଇନଥିଲା।

ଯଦି ବିଶ୍ୱଯୁଦ୍ଧକୁ ଛାଡ଼ି ଦିଆଯାଏ, ତାହେଲେ ଅଗଷ୍ଟ ୧୪, ୧୮୯୯୯ରୁ ଡିସେମ୍ବର ୧୪,୧୯୦୧ ମଧ୍ୟରେ ୮୫୧ ଦିନ ପର୍ଯ୍ୟନ୍ତ କୌଣସି ମ୍ୟାଚ୍ ଖେଳାଯାଇନଥିଲା। କିନ୍ତୁ ସେତେବେଳେ ଦକ୍ଷିଣ ଆଫ୍ରିକାରେ ଯୁଦ୍ଧ କାରଣରୁ ସେଠାରେ ଖେଳାଯିବାକୁ ଥିବା ଟେଷ୍ଟ ମ୍ୟାଚ୍ ବାତିଲ୍ କରାଯାଇଥିଲା। ତେବେ ଟେଷ୍ଟ କ୍ରିକେଟର ଆରମ୍ଭ ଦିନ ଗୁଡ଼ିକରେ କିଛି ଦିନ ପର୍ଯ୍ୟନ୍ତ କୌଣସି ମ୍ୟାଚ୍ ଖେଳାଯାଉ ନଥିଲା। ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ୬୪୨ ଦିନ ପରେ ଖେଳାଯାଇଥିଲା। ସେହିପରି ତୃତୀୟ ଓ ଚତୁର୍ଥ ଟେଷ୍ଟ ମ୍ୟାଚ୍ ୬୧୩ ଦିନ ବ୍ୟବଧାନରେ ଖେଳାଯାଇଥିଲା। ଫେବୃଆରୀ ୧୮୮୩ଠାରୁ ଜୁଲାଇ ୧୮୮୪ ମଧ୍ୟରେ ୫୦୯ ଦିନ ପର୍ଯ୍ୟନ୍ତ କୌଣସି ମ୍ୟାଚ୍ ଖେଳାଯାଇନଥିଲା।

Advertisment
Cricket
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ