Advertisment

'ଫିଟ୍ ଇଣ୍ଡିଆ ଫ୍ରୀଡମ୍ ରନ୍'‌ରେ ଭାଗ ନେଲେ ଜାତୀୟ ଖେଳାଳି

ରାଉରକେଲା: ରାଉରକେଲାର ଅଗ୍ରଣୀ କ୍ରୀଡ଼ା ଅନୁଷ୍ଠାନ ପାନପୋଷ କ୍ରୀଡା ସଂଗଠନ ଓ କ୍ରୀଡ଼ା ଉନ୍ନୟନ କ୍ରିୟାନୁଷ୍ଠାନ କମିଟି ଦ୍ଵାରା ‘ଫିଟ ଇଣ୍ଡିଆ ଫ୍ରୀଡମ’ ରନ୍‌ର ଆୟୋଜିତ ହୋଇଯାଇଛି। ସ୍ଥାନୀୟ ସେକ୍ଟର-୧୪ ସ୍ଥିତ ରିଙ୍ଗ ରୋଡ଼ ଛକରୁ ସେକ୍ଟର ୧୩ ସ୍ପେଶ ଛକ ପର୍ଯ୍ୟନ୍ତ ୩ କିମି ବ୍ୟାପୀ ଦୌଡ଼ ହୋଇଥିଲା, ଯେଉଁଥିରେ ରାଉରକେଲାର ଅନେକ ଜାତୀୟ ଓ ରାଜ୍ୟ ସ୍ତରର କ୍ରୀଡ଼ାବିତ ଦୌଡ଼ିଥିଲେ। ଏଥିରେ ଅନ୍ତର୍ଜାତୀୟ କବାଡି ରେଫରୀ ଅରବିନ୍ଦ ପାତ୍ର, ବରିଷ୍ଠ ହକି କୋଚ୍ ଅମୂଲ୍ୟ […]

'ଫିଟ୍ ଇଣ୍ଡିଆ ଫ୍ରୀଡମ୍ ରନ୍'‌ରେ ଭାଗ ନେଲେ ଜାତୀୟ ଖେଳାଳି

fit-india1

Advertisment

ରାଉରକେଲା: ରାଉରକେଲାର ଅଗ୍ରଣୀ କ୍ରୀଡ଼ା ଅନୁଷ୍ଠାନ ପାନପୋଷ କ୍ରୀଡା ସଂଗଠନ ଓ କ୍ରୀଡ଼ା ଉନ୍ନୟନ କ୍ରିୟାନୁଷ୍ଠାନ କମିଟି ଦ୍ଵାରା 'ଫିଟ ଇଣ୍ଡିଆ ଫ୍ରୀଡମ' ରନ୍‌ର ଆୟୋଜିତ ହୋଇଯାଇଛି। ସ୍ଥାନୀୟ ସେକ୍ଟର-୧୪ ସ୍ଥିତ ରିଙ୍ଗ ରୋଡ଼ ଛକରୁ ସେକ୍ଟର ୧୩ ସ୍ପେଶ ଛକ ପର୍ଯ୍ୟନ୍ତ ୩ କିମି ବ୍ୟାପୀ ଦୌଡ଼ ହୋଇଥିଲା, ଯେଉଁଥିରେ ରାଉରକେଲାର ଅନେକ ଜାତୀୟ ଓ ରାଜ୍ୟ ସ୍ତରର କ୍ରୀଡ଼ାବିତ ଦୌଡ଼ିଥିଲେ।

Advertisment

ଏଥିରେ ଅନ୍ତର୍ଜାତୀୟ କବାଡି ରେଫରୀ ଅରବିନ୍ଦ ପାତ୍ର, ବରିଷ୍ଠ ହକି କୋଚ୍ ଅମୂଲ୍ୟ ନନ୍ଦ ବିହାରୀ ଓ ଅନ୍ତର୍ଜାତିକ ମହିଳା ହକି ଖେଳାଳି ଆଜମିନା କୁଜୁର ଅତିଥି ରୂପେ ଉପସ୍ଥିତ ଥିଲେ। ଓଡ଼ିଶାର ପ୍ରଥମ ବେସରକାରୀ ସଂଗଠନ ଭାବେ ଏହି ଦୁଇ ସଂଗଠନ କୋଭିଡ ନିୟମକୁ ମାନି ଏଭଳି ଏକ ଦୌଡ଼ ମାଧ୍ୟମରେ ଯୁବ ସମାଜକୁ ନୂତନ ଦିଗ ଦର୍ଶନ ଦେବାର ପ୍ରୟାସକୁ ପ୍ରଶଂସା କରିବା ସହିତ ସଂଗଠନର ଉଜ୍ଜ୍ୱଳ ଭବିଷ୍ୟତ କାମନା ମଧ୍ୟ କରିଥିଲେ।

publive-image

ଏହି ଦୌଡ଼ କାର୍ଯ୍ୟକ୍ରମକୁ ଦୁଇ ସଂଗଠନର ମହେନ୍ଦ୍ର ମିଶ୍ର ଓ ଜେମ୍ସ କୁଜୁର ପରିଚାଳନା କରିଥିଲେ। ସେହିଭଳି ସହରର ଭେଟେରାନ ହକି ଆସୋସିଏସନ, ରାଉରକେଲା ରୁରାଲ ସ୍ପୋର୍ଟସ ଆସୋସିଏସନ ଓ ପୁମାସ ଇଣ୍ଟର ନ୍ୟାଶନାଲ୍ ସଂଗଠନର ଖେଳାଳିମାନେ ମଧ୍ୟ ଏହି ଫିଟ ଇଣ୍ଡିଆ ଦୌଡ଼ରେ ସାମିଲ ହୋଇଥିଲେ।

Advertisment

ଅନ୍ୟମାନଙ୍କ ମଧ୍ୟରେ ବାର୍ଥଲୋମି କେର୍କେଟା, ବିକ୍ରମ ସ୍ୱାଇଁ, ବିଶ୍ୱାସ ଭେଙ୍ଗରା, ଅଶୋକ ରାଉତ, ଦୁଷ୍ମନ୍ତ ବେହେରା, ମୀନତି ପାତ୍ର, ଜେର୍ମାନ ଲାକ୍ରା, ସଂଜୀବ ଖାଲକୋ, ବରନାର୍ଡ ଲାକ୍ରା, ସତ୍ୟନାରାୟଣ ପଣ୍ଡା, ପ୍ରଦୀପ କୁମାର ପଣ୍ଡା, ଗୋପୀନାଥ ପଣ୍ଡା, ସୃଜନ ରଥ, କେଶବ ସ୍ୱାଇଁ ଓ ରାଜନ ଏକ୍କା ପ୍ରମୁଖ ଉପସ୍ଥିତ ରହି ଏକ ସୁସ୍ଥ ସମାଜ ଗଠନ କରିବା ଓ ବିକଶିତ ରାଷ୍ଟ୍ର ଗଠନ କରାଇବା ଉଦେଶ୍ୟରେ ହୋଇଥିବା ଏହି ଦୌଡ଼କୁ ସଫଳ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ