Advertisment

ସେଲ୍‌ଫି ନେଲା ଜୀବନ, ଘାଟିରୁ ଖସି ପଡ଼ିଲେ କ୍ରିକେଟର୍

ନାସିକ: ମହାରାଷ୍ଟ୍ରର ପୂର୍ବତନ ରଣଜୀ କ୍ରିକେଟର୍ ଶେଖର ଗୱାଲୀଙ୍କର ଦୁଃଖଦ ମୃତ୍ୟୁ ଘଟିଛି। ୪୫ ବର୍ଷୀୟ ଶେଖର ମଙ୍ଗଳବାର ସନ୍ଧ୍ୟା ବେଳେ କିଛି ବନ୍ଧୁମାନଙ୍କ ସହ ନାସିକ ସ୍ଥିତ ଇଗତପୁରୀ ହିଲ୍ ଷ୍ଟେସନକୁ ଟ୍ରେକିଂ କରିବାକୁ ଯାଇଥିଲେ। ତେବେ ସେଠାରେ ସେଲଫି ନେଉଥିବା ବେଳେ ତାଙ୍କର ଗୋଡ଼ ଖସି ଯାଇଥିଲା ଏବଂ ପ୍ରାୟ ୨୫୦ ଫୁଟ୍ ଘାଟି ତଳକୁ ଖସି ପଡ଼ିଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ପୋଲିସ୍ ପକ୍ଷରୁ କୁହାଯାଇଛି। ଯାହା ପରେ ବୁଧବାର […]

ଅଦ୍ୟତନ ହୋଇଛି
ସେଲ୍‌ଫି ନେଲା ଜୀବନ, ଘାଟିରୁ ଖସି ପଡ଼ିଲେ କ୍ରିକେଟର୍

sekhar1

Advertisment

ନାସିକ: ମହାରାଷ୍ଟ୍ରର ପୂର୍ବତନ ରଣଜୀ କ୍ରିକେଟର୍ ଶେଖର ଗୱାଲୀଙ୍କର ଦୁଃଖଦ ମୃତ୍ୟୁ ଘଟିଛି। ୪୫ ବର୍ଷୀୟ ଶେଖର ମଙ୍ଗଳବାର ସନ୍ଧ୍ୟା ବେଳେ କିଛି ବନ୍ଧୁମାନଙ୍କ ସହ ନାସିକ ସ୍ଥିତ ଇଗତପୁରୀ ହିଲ୍ ଷ୍ଟେସନକୁ ଟ୍ରେକିଂ କରିବାକୁ ଯାଇଥିଲେ। ତେବେ ସେଠାରେ ସେଲଫି ନେଉଥିବା ବେଳେ ତାଙ୍କର ଗୋଡ଼ ଖସି ଯାଇଥିଲା ଏବଂ ପ୍ରାୟ ୨୫୦ ଫୁଟ୍ ଘାଟି ତଳକୁ ଖସି ପଡ଼ିଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ପୋଲିସ୍ ପକ୍ଷରୁ କୁହାଯାଇଛି।

Advertisment

shekhar gawli

ଯାହା ପରେ ବୁଧବାର ସକାଳ ପ୍ରାୟ ୧୦ଟା ବେଳେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା। ପୋଷ୍ଟ ମର୍ଟମ କରାଯିବା ପରେ ମୃତଦେହକୁ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇଥିଲା। ମହାରାଷ୍ଟ୍ର ପକ୍ଷରୁ ଦୁଇଟି ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳିଥିବା ଶେଖର ନିଜର କୋଚିଂ ପାଇଁ ଖୁବ ପରିଚିତ ଥିଲେ।

ସେ ଏହା ପୂର୍ବରୁ ମହାରାଷ୍ଟ୍ର କ୍ରିକେଟ୍ ଟିମର ସହକାରୀ କୋଚ୍ ଥିଲେ ଏବଂ ବର୍ତ୍ତମାନ ସେ ଅଣ୍ଡର୍-୨୩ ଟିମର ଫିଟନେସ୍ ଟ୍ରେନର ଭୂମିକା ତୁଲାଉଥିଲେ। ଶେଖର ବାମହାତୀ ବ୍ୟାଟ୍ସମ୍ୟାନ୍ ସହ ଲେଗ୍ ସ୍ପିନର ମଧ୍ୟ ଥିଲେ। ମହାରାଷ୍ଟ୍ର କ୍ରିକେଟରେ ତାଙ୍କର ଖୁବ୍ ନାଁ ରହିଛି। ଜଣେ କୋଚ୍ ଓ ଫିଟନେସ୍ ଟ୍ରେନର୍ ଭାବେ ସେ ଭଲ ପ୍ରସିଦ୍ଧି ଲାଭ କରିଛନ୍ତି। ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନି, କେଦାର ଯାଦବ ଏବଂ ଶିଖର ଧୱନଙ୍କ ଭଳି କ୍ରିକେଟର୍ ଶେଖରଙ୍କୁ ଭଲଭାବେ ଜାଣିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles: