Advertisment

ଝିଲି ଦଳବେହେରା ପାଇବେ ଚଳିତ ବର୍ଷର ଏକଲବ୍ୟ ପୁରସ୍କାର

ଭୁବନେଶ୍ୱର : ସମ୍ମାନଜନକ ଏକଲବ୍ୟ କ୍ରୀଡ଼ା ପୁରସ୍କାର ଘୋଷଣା ହୋଇଛି। ଓଡ଼ିଶାର ଜଣାଶୁଣା ଭାରୋତ୍ତୋଳିକା ଝିଲି ଦଳବେହେରା ଚଳିତ ବର୍ଷ ପାଇବେ ଏକଲବ୍ୟ ପୁରସ୍କାର। ଏଥିପାଇଁ ପୁରସ୍କାର ସ୍ୱରୂପ ଝିଲିଙ୍କୁ ନଗଦ ୫ ଲକ୍ଷ ଟଙ୍କା ମିଳିବ। ଏକଲବ୍ୟ ପୁରସ୍କାର ଜୁରି କମିଟି ବୈଠକରେ ଝିଲିଙ୍କ ନାଁ ଚୂଡ଼ାନ୍ତ ହୋଇଛି। ଝିଲିଙ୍କୁ ଏକଲବ୍ୟ ପୁରସ୍କାର ପ୍ରଦାନ କରିବାକୁ ମନୋନୀତ କରାଯାଇଥିବା ବେଳେ ଅନ୍ୟ ଦୁଇ କ୍ରୀ଼ଡ଼ାବିତଙ୍କୁ ଏହି ଅବସରରେ ସମ୍ବର୍ଦ୍ଧନା ଦିଆଯିବ । ସେମାନେ ହେଲେ ଫୁଟବଲ […]

ଝିଲି ଦଳବେହେରା ପାଇବେ ଚଳିତ ବର୍ଷର ଏକଲବ୍ୟ ପୁରସ୍କାର

jhili-9

Advertisment

ଭୁବନେଶ୍ୱର : ସମ୍ମାନଜନକ ଏକଲବ୍ୟ କ୍ରୀଡ଼ା ପୁରସ୍କାର ଘୋଷଣା ହୋଇଛି। ଓଡ଼ିଶାର ଜଣାଶୁଣା ଭାରୋତ୍ତୋଳିକା ଝିଲି ଦଳବେହେରା ଚଳିତ ବର୍ଷ ପାଇବେ ଏକଲବ୍ୟ ପୁରସ୍କାର।

Advertisment

ଏଥିପାଇଁ ପୁରସ୍କାର ସ୍ୱରୂପ ଝିଲିଙ୍କୁ ନଗଦ ୫ ଲକ୍ଷ ଟଙ୍କା ମିଳିବ। ଏକଲବ୍ୟ ପୁରସ୍କାର ଜୁରି କମିଟି ବୈଠକରେ ଝିଲିଙ୍କ ନାଁ ଚୂଡ଼ାନ୍ତ ହୋଇଛି। ଝିଲିଙ୍କୁ ଏକଲବ୍ୟ ପୁରସ୍କାର ପ୍ରଦାନ କରିବାକୁ ମନୋନୀତ କରାଯାଇଥିବା ବେଳେ ଅନ୍ୟ ଦୁଇ କ୍ରୀ଼ଡ଼ାବିତଙ୍କୁ ଏହି ଅବସରରେ ସମ୍ବର୍ଦ୍ଧନା ଦିଆଯିବ । ସେମାନେ ହେଲେ ଫୁଟବଲ ତାରକା ଯବାମଣି ଟୁଡୁ ଓ ହକି ତାରକା ନମିତା ଟପ୍ପୋ।  ଭଲ ପ୍ରଦର୍ଶନ କରୁଥିବା କ୍ରୀଡ଼ାବିତ୍‌ଙ୍କୁ ପ୍ରତିବର୍ଷ ଇମ୍ଫା ପକ୍ଷରୁ ଏକଲବ୍ୟ ପୁରସ୍କାର ପ୍ରଦାନ କରାଯାଏ ।

ଖୋର୍ଦ୍ଧାରେ ଜନ୍ମିତ ଝିଲି ଦଳବେହେରା ବହୁ ରାଜ୍ୟ, ଜାତୀୟ ଓ ଅନ୍ତର୍ଜାତୀୟ ଭାରୋତ୍ତୋଳନ ପ୍ରତିଯୋଗିତାରେ ଭାଗ ନେଇ ମେଡାଲ ଜିତିଛନ୍ତି। ୨୦୧୭ରେ ଅଷ୍ଟ୍ରେଲିଆରେ ଅନୁଷ୍ଠିତ କମନ୍‌ୱେଲ୍‌ଥ ଭାରୋତ୍ତୋଳନ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ୨୦୧୮ରେ ଜାତୀୟ ଜୁନିଅର ମହିଳା ଭାରୋତ୍ତୋଳନରେ ୨ଟି ଗୋଲ୍ଡ ଓ ଗୋଟିଏ ସିଲଭର ମେଡାଲ ଜିତିଥିଲେ।

Advertisment

ଉଜ୍‌ବେକିସ୍ତାନରେ ଖେଳାଯାଇଥିବା ଏସିଆନ୍ ଭାରୋତ୍ତୋଳନ ଚାମ୍ପିଅନ୍‌ସିପ୍‌ରେ ଜିତିଥିଲେ ରୌପ୍ୟ ପଦକ। ସେହି ବର୍ଷ ଜୁନିଅର ବିଶ୍ୱ ଚାମ୍ପିଅନସିପ୍‌ରେ ବ୍ରୋଞ୍ଜ ଜିତିଥିଲେ ।

୨୦୧୮ରେ ତୁର୍କମେନିସ୍ତାନରେ  ଆୟୋଜିତ ବିଶ୍ୱ ଭାରୋତ୍ତୋଳନ ଚାମ୍ପିଅନସିପ୍‌ର ୪୯ କିଲୋ ବର୍ଗରେ ଭାରତରୁ ପ୍ରତିନିଧିତ୍ୱ କରିଥିଲେ ଝିଲି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ