Advertisment

ଆଇପିଏଲରେ 'ଭିଭୋ' ସ୍ଥାନ ନେଲା 'ଡ୍ରିମ୍ ଇଲେଭେନ୍'

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ)ର ୧୩ଶ ସଂସ୍କରଣ ପାଇଁ ଟାଇଟଲ୍ ସ୍ପୋନ୍ସରର ଘୋଷଣା କରାଯାଇଛି। ୨୦୨୦ ଆଇପିଏଲରୁ ଚାଇନିଜ୍ ମୋବାଇଲ୍ କମ୍ପାନୀ ଭିଭୋକୁ ହଟାଯିବା ପରେ ଏବେ ଏହି ସ୍ଥାନରେ ଡ୍ରିମ୍ ଇଲେଭେନକୁ ଆଇପିଏଲର ଟାଇଟଲ୍ ସ୍ପୋନ୍ସରଶିପ୍ ମିଳିଛି। ଆଇପିଏଲର ଚେୟାରମ୍ୟାନ୍ ବ୍ରିଜେଶ୍ ପଟେଲ ଏହି ଘୋଷଣା କରିଛନ୍ତି। ବ୍ରିଜେଲ୍ ପଟେଲ୍ କହିଛନ୍ତି, ଟାଟା ସନ୍ସକୁ ପଛରେ ପକାଇ ଆଇପିଏଲର ଟାଇଟଲ ସ୍ପୋନ୍ସର୍ସିପ୍ ହାସଲ କରିଛି ଫାଣ୍ଟାସି କ୍ରିକେଟ ଲିଗ୍ ପ୍ଲାଟଫର୍ମ ଡ୍ରିମ୍ ଇଲେଭେନ। ଆଇପିଏଲର […]

ଅଦ୍ୟତନ ହୋଇଛି
ଆଇପିଏଲରେ 'ଭିଭୋ' ସ୍ଥାନ ନେଲା 'ଡ୍ରିମ୍ ଇଲେଭେନ୍'

ipl

Advertisment

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ)ର ୧୩ଶ ସଂସ୍କରଣ ପାଇଁ ଟାଇଟଲ୍ ସ୍ପୋନ୍ସରର ଘୋଷଣା କରାଯାଇଛି। ୨୦୨୦ ଆଇପିଏଲରୁ ଚାଇନିଜ୍ ମୋବାଇଲ୍ କମ୍ପାନୀ ଭିଭୋକୁ ହଟାଯିବା ପରେ ଏବେ ଏହି ସ୍ଥାନରେ ଡ୍ରିମ୍ ଇଲେଭେନକୁ ଆଇପିଏଲର ଟାଇଟଲ୍ ସ୍ପୋନ୍ସରଶିପ୍ ମିଳିଛି। ଆଇପିଏଲର ଚେୟାରମ୍ୟାନ୍ ବ୍ରିଜେଶ୍ ପଟେଲ ଏହି ଘୋଷଣା କରିଛନ୍ତି।

Advertisment

ବ୍ରିଜେଲ୍ ପଟେଲ୍ କହିଛନ୍ତି, ଟାଟା ସନ୍ସକୁ ପଛରେ ପକାଇ ଆଇପିଏଲର ଟାଇଟଲ ସ୍ପୋନ୍ସର୍ସିପ୍ ହାସଲ କରିଛି ଫାଣ୍ଟାସି କ୍ରିକେଟ ଲିଗ୍ ପ୍ଲାଟଫର୍ମ ଡ୍ରିମ୍ ଇଲେଭେନ। ଆଇପିଏଲର ଚଳିତ ବର୍ଷ ସଂସ୍କରଣ ପାଇଁ ବିସିସିଆଇକୁ ଏହି କମ୍ପାନୀ ୨୨୨ କୋଟି ଟଙ୍କା ଦେବ। ଏହି କମ୍ପାନୀ ଆଗରୁ ହିଁ ଆଇସିସି ଓ ୬ଟି ଆଇପିଏଲ୍ ଟିମ୍ ସହିତ ମଧ୍ୟ ଜଡ଼ିତ ଅଛି।

ଡ୍ରିମ୍ ଇଲେଭେନ ଓ ଟାଟା ସନ୍ସକୁ ଛାଡ଼ି ବାଇଜୁସ୍ ଓ ଅନ୍ଏକାଡେମି ମଧ୍ୟ ରେସରେ ଥିଲେ। ଭାରତ-ଚୀନ ବିବାଦ ମଧ୍ୟରେ ଏ ବର୍ଷ ଆଇପିଏଲ୍ ସ୍ପୋନ୍ସରସିପ୍ରୁ ଓହରି ଯାଇଥିଲା। ଚୀନ ମୋବାଇଲ କମ୍ପାନୀ ଭିଭୋ ଏହା ପୂର୍ବରୁ ବିସିସିଆଇକୁ ବାର୍ଷିକ ୪୪୦ କୋଟି ଟଙ୍କା ଦେଉଥିଲା, କିନ୍ତୁ ଏବେ ଏଥିରେ ୨୧୮ କୋଟି ଟଙ୍କା ହ୍ରାସ ପାଇଛି। କାରଣ ଡ୍ରିମ୍ ଇଲେଭେନ୍ ମାତ୍ର ସାଢ଼େ ଚାରିମାସ ପାଇଁ ୨୨୨ କୋଟି ଟଙ୍କାରେ ଟାଇଟଲ୍ ପ୍ରାୟୋଜକ ଅଧିକାର ହାସଲ କରିଛି, ଯାହାକି ଅଗଷ୍ଟ ୧୮, ୨୦୨୦ରୁ ଡିସେମ୍ବର ୩୧, ୨୦୨୦ ପର୍ଯ୍ୟନ୍ତ ଧାର୍ଯ୍ୟ ହେବ। ଆଇପିଏଲର ପରବର୍ତ୍ତୀ ସଂସ୍କରଣ ଚଳିତ ବର୍ଷ ସେପ୍ଟେମ୍ବର ୧୯ ତାରିଖରୁ ନଭେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ୟୁଏଇରେ ଅନୁଷ୍ଠିତ ହେବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ