Advertisment

ଧୋନି ଆଇପିଏଲ୍‌ର ସଫଳ ୱିକେଟ୍‌କିପର୍

ନୂଆଦିଲ୍ଲୀ: ଚେନ୍ନାଇ ସୁପର କିଙ୍ଗସ୍ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଆଇପିଏଲରେ ଏକ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଧୋନି ଆଇପିଏଲ୍ ଇତିହାସର ସବୁଠାରୁ ସଫଳ ୱିକେଟକିପର ଭାବେ କୋଲାକାତା ନାଇଟ୍ ରାଇଡର୍ସ (କେକେଆର୍) ଦିନେଶ କାର୍ତ୍ତିକଙ୍କୁ ପଛରେ ପକାଇଛନ୍ତି। ରବିବାର ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ଫାଇନାଲରେ ଧୋନି କ୍ୱିଣ୍ଟନ୍ ଡି’କକ୍ ଓ ରୋହିତ୍ ଶର୍ମାଙ୍କ କ୍ୟାଚ୍ ନେଇ ଏହି ରେକର୍ଡର ଅଧିକାରୀ ହୋଇଛନ୍ତି। ୱିକେଟକିପର ଭାବେ ଧୋନି ଆଇପିଏଲରେ ୧୯୦ ମ୍ୟାଚ୍ ଖେଳି ୧୩୨ (୯୪ […]

ଧୋନି ଆଇପିଏଲ୍‌ର ସଫଳ ୱିକେଟ୍‌କିପର୍

djo

Advertisment

ନୂଆଦିଲ୍ଲୀ: ଚେନ୍ନାଇ ସୁପର କିଙ୍ଗସ୍ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଆଇପିଏଲରେ ଏକ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଧୋନି ଆଇପିଏଲ୍ ଇତିହାସର ସବୁଠାରୁ ସଫଳ ୱିକେଟକିପର ଭାବେ କୋଲାକାତା ନାଇଟ୍ ରାଇଡର୍ସ (କେକେଆର୍) ଦିନେଶ କାର୍ତ୍ତିକଙ୍କୁ ପଛରେ ପକାଇଛନ୍ତି।

Advertisment

ରବିବାର ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ଫାଇନାଲରେ ଧୋନି କ୍ୱିଣ୍ଟନ୍ ଡି’କକ୍ ଓ ରୋହିତ୍ ଶର୍ମାଙ୍କ କ୍ୟାଚ୍ ନେଇ ଏହି ରେକର୍ଡର ଅଧିକାରୀ ହୋଇଛନ୍ତି। ୱିକେଟକିପର ଭାବେ ଧୋନି ଆଇପିଏଲରେ ୧୯୦ ମ୍ୟାଚ୍ ଖେଳି ୧୩୨ (୯୪ କ୍ୟାଚ୍, ୩୮ ଷ୍ଟମ୍ପିଂ) ସଫଳତା ହାସଲ କରିଥିବା ବେଳେ କାର୍ତ୍ତିକ ୧୮୨ ମ୍ୟାଚ୍ ଖେଳି ୧୩୧ (୧୦୧ କ୍ୟାଚ୍, ୩୦ ଷ୍ଟମ୍ପିଂ) ସଫଳତା ଅର୍ଜନ କରିଛନ୍ତି।

ଏହି ମାମଲାରେ ତୃତୀୟ ସ୍ଥାନରେ ଅଛନ୍ତି ରବିନ୍ ଉଥାପ୍ପା। ଉଥାପ୍ପା ୧୭୭ ମ୍ୟାଚରେ ୯୦ (୫୮ କ୍ୟାଚ୍, ୩୨ ଷ୍ଟମ୍ପିଂ), ପାର୍ଥିବ ପଟେଲ୍ ୧୩୯ ମ୍ୟାଚରେ ୮୨ (୬୬ କ୍ୟାଚ୍, ୧୬ ଷ୍ଟମ୍ପିଂ), ନମନ ଓଝା ୧୧୩ ମ୍ୟାଚରେ ୭୫ (୬୫ କ୍ୟାଚ୍, ୧୦ ଷ୍ଟମ୍ପିଂ) ସଫଳତା ହାସଲ କରିଛନ୍ତି ।

Advertisment
Left Top
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ