dd
ଆବୁ ଧାବି: ଚଳିତ ଆଇପିଏଲର ଲଗାତର ଦୁଇଟି ମ୍ୟାଚ୍ ହାରିଥିବା ସନରାଇଜର୍ସ ହାଇଦ୍ରାବାଦ ଟୁର୍ଣ୍ଣାମେଣ୍ଟରେ ପ୍ରଥମ ବିଜୟ ଆଶାରେ ଆଜି ଇନଫର୍ମ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିଛି। ଏହି ମ୍ୟାଚରେ କ୍ୟାପଟେନ୍ ଡେଭିଡ୍ ୱାର୍ଣ୍ଣର ଓ ଜନ୍ନି ବେୟାରଷ୍ଟୋଙ୍କ ସଫଳ ଓପନିଂ ପାର୍ଟନରଶିପ୍ ଏବଂ କେନ୍ ୱିଲିୟମସନଙ୍କ ବିସ୍ଫୋରକ ଇନିଂସ୍ ସତ୍ତ୍ୱେ ସନରାଇଜର୍ସ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ୍ ହରାଇ ୧୬୨ ରନ୍ କରିଛି।
/odishatv-khabar/media/post_attachments/photo-resources/IPL/photo/2020/09/29/6891da6f-20e5-4bc4-9911-197f5156900f/VRP2683.jpg)
ଅନ୍ୟ ପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସ ବୋଲିଂ ପୁଣିଥରେ କମାଲ୍ କରିଛି ଏବଂ ହାଇଦ୍ରାବାଦ ବ୍ୟାଟିଂରେ ଅଙ୍କୁଶ ଲଗାଇବାରେ ସଫଳ ହୋଇଛି। ସନରାଇଜର୍ସ ପକ୍ଷରୁ କ୍ୟାପଟେନ୍ ୱାର୍ଣ୍ଣର୍ ୪୫ ଓ ବେୟାରଷ୍ଟୋ ୫୩ ରନ୍ କରିଥିବା ବେଳେ ୱିଲିୟମସନ୍ ୪୧ ରନର ଇନିଂସ୍ ଖେଳିଛନ୍ତି। ଟୁର୍ଣ୍ଣାମେଣ୍ଟରେ ହ୍ୟାଟ୍ରିକ୍ ବିଜୟ ପାଇଁ ଦିଲ୍ଲୀକୁ ୧୬୩ ରନ୍ କରିବାକୁ ପଡ଼ିବ।
ଶେଖ ଜାୟେଦ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଦିଲ୍ଲୀ କ୍ୟାପଟେନ୍ ଶ୍ରେୟସ୍ ଆୟର୍ ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ହାଇଦ୍ରାବାଦକୁ ଭଲ ଷ୍ଟାର୍ଟ ଦେଇଥିଲେ ୱାର୍ଣ୍ଣର୍ ଓ ବେୟାରଷ୍ଟୋ। ଦୁହେଁ ପ୍ରଥମ ୱିକେଟ୍ ପାଇଁ ୭୭ ରନ୍ ଯୋଡ଼ିଥିବା ବେଳେ ୱାର୍ଣ୍ଣରଙ୍କୁ ପ୍ୟାଭିଲିୟନ୍ ପଠାଇଥିଲେ ଅଭିଜ୍ଞ ଅମିତ୍ ମିଶ୍ର। ୱାର୍ଣ୍ଣର୍ ୩୩ ବଲରେ ୩ ଚୌକା ଓ ୨ ଛକା ସହ ୪୫ ରନ୍ କରିଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ମନୀଷ ପାଣ୍ଡେ (୩)ଙ୍କୁ ମଧ୍ୟ ଅମିତ୍ ଆଉଟ୍ କରି ଦିଲ୍ଲୀକୁ କମବ୍ୟାକ୍ କରାଇଥିଲେ।
/odishatv-khabar/media/post_attachments/photo-resources/IPL/photo/2020/09/29/15d228bc-8996-4e8e-bb46-6692bc992d9f/VRP2728.jpg)
ସିଜନରେ ପ୍ରଥମଥର ଖେଳୁଥିବା ୱିଲିୟମସନ୍ ସୁଯୋଗର ଭରପୂର ଫାଇଦା ଉଠାଇଥିଲେ। ସେ ବେୟାରଷ୍ଟୋଙ୍କ ସହ ମିଶି ତୃତୀୟ ୱିକେଟ୍ ପାଇଁ ୫୨ ରନର ପାର୍ଟନରଶିପ୍ କରିଥିଲେ। ବେୟାରଷ୍ଟୋ ନିଜର ଚିରାଚରିତ ଢଙ୍ଗରେ ବ୍ୟାଟିଂ କରିପାରିନଥିଲେ। ସେ ୪୮ ବଲ୍ ଖେଳି ୫୩ ରନ୍ କରି କାଗିସୋ ରବାଡାଙ୍କ ବଲରେ ୱିକେଟ୍ ଦେଇ ବସିଥିଲେ।
/odishatv-khabar/media/post_attachments/photo-resources/IPL/photo/2020/09/29/a419c7ab-cf12-4cc1-8344-8c5980cca306/VRP2749.jpg)
ଆଇପିଏଲରେ ଡେବ୍ୟୁ କରିଥିବା ଜମ୍ମୁ ଓ କଶ୍ମୀରର ଅବଦୁଲ୍ ସାମଦ୍ ଜବରଦସ୍ତ ବ୍ୟାଟିଂ କରିଥିଲେ। ୱିଲିୟମସନ୍ ୨୬ ବଲରେ ଦ୍ରୁତ ୪୧ (୫ ଚୌକା) ରନ୍ କରି କାଗିସୋ ରବାଡାଙ୍କ ଶିକାର ହୋଇଥିଲେ। ସାମଦ୍ ୭ ବଲରେ ୧ ଚୌକା ଓ ୧ ଛକା ସହ ୧୩ ରନ୍ କରି ଅପରାଜିତ ଥିଲେ। ଦିଲ୍ଲୀ ପକ୍ଷରୁ ରବାଡା ଓ ଅମିତ୍ ମିଶ୍ର ୨ଟି ଲେଖାଏ ୱିକେଟ୍ ନେଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/dd_1625286723.jpg)