6
ନୂଆଦିଲ୍ଲୀ: ଆଇପିଏଲ୍-୨୦୧୯ର କ୍ୱାଲିଫାୟରରେ ଦିଲ୍ଲୀ କ୍ୟାପିଟାଲ୍ସ। ଏଲିମିନେଟର ମୁକାବିଲାରେ ସନ ରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରି କ୍ୱାଲିଫାୟର ରାଉଣ୍ଡକୁ ପ୍ରବେଶ କରିଛି ଦିଲ୍ଲୀ। ପୃଥ୍ୱୀ ସ ଓ ଋଷଭ ପନ୍ତଙ୍କ ଦମଦାର ବ୍ୟାଟିଂରେ ଦିଲ୍ଲୀ ଏହି ରାଉଣ୍ଡକୁ ପ୍ରବେଶ କରିଛି।
ଆସନ୍ତାକାଲି ଚେନ୍ନାଇ ବିପକ୍ଷରେ ଖେଳି ଫାଇନାଲକୁ ଯିବା ପାଇଁ ଦିଲ୍ଲୀ ଚେଷ୍ଟା କରିବ। ଗତକାଲି ଖେଳାଯାଇଥିବା ମ୍ୟାଚ୍ରେ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି ୮ ଓ୍ୱିକେଟ୍ ହରାଇ ୧୬୨ ରନ୍ କରିଥିଲା। ଦଳ ପକ୍ଷରୁ ମାର୍ଟିନ ଗପ୍ଟିଲ ସର୍ବାଧିକ ୩୬, ମନୀଷ ପାଣ୍ଡେ ୩୦ ଓ କେନ୍ ଓ୍ୱିଲିଅମସନ ୨୮ ରନ୍ କରିଥିଲେ।
ଏହାର ଜବାବରେ ଦିଲ୍ଲୀ ବ୍ୟାଟିଂ କରି ୧୯.୫ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରିନେଥିଲା। ପୃଥ୍ୱୀ ସ ଓ ରିଷଭ ପନ୍ତଙ୍କ ଧୂଆଁଧାର ବ୍ୟାଟିଂ ଦିଲ୍ଲୀକୁ ବିଜୟ କରାଇଥିଲା। ପୃଥ୍ୱୀ ସ ୩୮ ବଲ୍ରେ ୫୬ ରନ୍ କରିଥିବାବେଳେ ରଷଭ ୨୧ ବଲ୍ରେ ୪୯ ରନ୍ କରିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/6-3_1626428972.jpg)