Advertisment

ଦୀପା ମଲିକ୍ ଭାରତୀୟ ପାରା ଅଲିମ୍ପିକ୍ କମିଟିର ଅଧ୍ୟକ୍ଷ

ନୂଆଦିଲ୍ଲୀ: ଦେଶର ପ୍ରଥମ ମହିଳା ଆଥଲେଟ୍ ଭାବେ ପାରା ଅଲିମ୍ପିକ୍ କ୍ରୀଡ଼ାରେ ପଦକ ଜିତିଥିବା ଦୀପା ମଲିକ ଭାରତୀୟ ପାରା ଅଲିମ୍ପିକ୍ କମିଟି (ପିସିଆଇ)ର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି। କିନ୍ତୁ ଏଥିପାଇଁ ହୋଇଥିବା ନିର୍ବାଚନର ଫଳାଫଳ ଦିଲ୍ଲୀ ହାଇକୋର୍ଟରେ ଏକ ଲମ୍ବା ମାମଲାର ଶୁଣାଣି ପରେ ମାନ୍ୟ ହେବ। ୨୦୧୬ ରିଓ ଅଲିମ୍ପିକର ଶଟପୁଟ୍ ଏଫ୍‌-୫୩ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିବା ୪୯ ବର୍ଷୀୟ ଦୀପା ଶୁକ୍ରବାର ବେଙ୍ଗାଲୁରୁରେ ଆୟୋଜିତ ନିର୍ବାଚନରେ ନିଦ୍ୱର୍ନ୍ଦ୍ୱରେ ଅଧ୍ୟକ୍ଷ […]

ଦୀପା ମଲିକ୍ ଭାରତୀୟ ପାରା ଅଲିମ୍ପିକ୍ କମିଟିର ଅଧ୍ୟକ୍ଷ

dipa malik

Advertisment

ନୂଆଦିଲ୍ଲୀ: ଦେଶର ପ୍ରଥମ ମହିଳା ଆଥଲେଟ୍ ଭାବେ ପାରା ଅଲିମ୍ପିକ୍ କ୍ରୀଡ଼ାରେ ପଦକ ଜିତିଥିବା ଦୀପା ମଲିକ ଭାରତୀୟ ପାରା ଅଲିମ୍ପିକ୍ କମିଟି (ପିସିଆଇ)ର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି। କିନ୍ତୁ ଏଥିପାଇଁ ହୋଇଥିବା ନିର୍ବାଚନର ଫଳାଫଳ ଦିଲ୍ଲୀ ହାଇକୋର୍ଟରେ ଏକ ଲମ୍ବା ମାମଲାର ଶୁଣାଣି ପରେ ମାନ୍ୟ ହେବ।

Advertisment

୨୦୧୬ ରିଓ ଅଲିମ୍ପିକର ଶଟପୁଟ୍ ଏଫ୍‌-୫୩ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିବା ୪୯ ବର୍ଷୀୟ ଦୀପା ଶୁକ୍ରବାର ବେଙ୍ଗାଲୁରୁରେ ଆୟୋଜିତ ନିର୍ବାଚନରେ ନିଦ୍ୱର୍ନ୍ଦ୍ୱରେ ଅଧ୍ୟକ୍ଷ ଚୟନ ହୋଇଛନ୍ତି। ଏ ନେଇ ଦୀପା କହିଛନ୍ତି, ମୋତେ ଅଧ୍ୟକ୍ଷ ଭାବେ ନିର୍ବାଚିତ କରିଥିବାରୁ ଭାରତୀୟ ପାରା ଅଲିମ୍ପିକ୍ କମିଟିକୁ ଧନ୍ୟବାଦ ଜଣାଉଛି।

ପୂର୍ବତନ ଅଧ୍ୟକ୍ଷ ରାଓ ଇନ୍ଦ୍ରଜିତ୍ ସିଂହଙ୍କୁ ହଟାଯିବା ପରେ କାର୍ଯ୍ୟକାରୀ ଅଧ୍ୟକ୍ଷ ନିଯୁକ୍ତ ହୋଇଥିବା ଗୁରଶରନ୍ ସିଂହଙ୍କୁ ସେକ୍ରେଟାରୀ ଜେେନେରାଲ୍ ଭାବେ ନିଯୁକ୍ତ କରାଯାଇଛି। କବିନ୍ଦର ଚୌଧୁରୀ ଓ ଶଶୀରଞ୍ଜନ ପ୍ରସାଦ ସିଂହଙ୍କୁ ଉପସଭାପତି ଭାବେ ନିଯୁକ୍ତ କରାଯାଇଥିବା ବେଳେ ଏମ୍ ମହାଦେବ କୋଷାଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି।

Advertisment

ନାଲେ ନନ୍ଦକିଶୋର ବାବୁରାଓ ଏବଂ କାନ୍ତିଲାଲ୍ ପରମାର ଯୁଗ୍ମ ସମ୍ପାଦକ ଭାବେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। କମିଟିରେ କାର୍ଯ୍ୟକାରୀ ସଦସ୍ୟ ଭାବେ ଉଦୟ ବି. ଗରୁଡାଚର, ମାଦାସୁ ଶ୍ରୀନିବାସ ରାଓ, ସରୋଜ ଦାବସ, ଜେଏ ବେଞ୍ଜାମିନ୍ ଓ ପ୍ରେମ କୁମାର ସ୍ଥାନ ପାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ