Advertisment

ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୧୮ : ସ୍ୱର୍ଣ୍ଣ ଜିତିଲେ ହୀନା ସିଦ୍ଧୁ

ଗୋଲ୍ଡ କୋଷ୍ଟ  : ଗୋଲ୍ଡ କୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସୁଟର୍ ହୀନା ସିଦ୍ଧୁଙ୍କୁ  ସ୍ୱର୍ଣ୍ଣପଦକ। ଆଜି ମହିଳା ୨୫ ମିଟର ପିସ୍ତଲ ଇଭେଣ୍ଟରେ ସେ ଗୋଲ୍ଡ ଜିତିଛନ୍ତି। ଭାରତ ପାଇଁ ଏହା ୧୧ ତମ ସ୍ୱର୍ଣ୍ଣପଦକ। ସେହିପରି ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ହୀନାଙ୍କ ଏହା ଦ୍ୱିତୀୟ ପଦକ। ପୂର୍ବରୁ ସେ ୧୦ ମିଟର ଏୟାର ପିସ୍ତଲରେ ସେ ରୌପ୍ୟ ପଦକ ଜିତିଥିଲେ। ୨୫ମିଟର ପିସ୍ତଲ ଇଭେଣ୍ଟରେ ହୀନା ୩୮ ପଏଣ୍ଟ ପାଇଥିଲେ। ରାଜ୍ୟଗୋଷ୍ଠୀ କ୍ରୀଡାରେ ଏହା ହେଉଛି […]

ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୧୮ : ସ୍ୱର୍ଣ୍ଣ ଜିତିଲେ ହୀନା ସିଦ୍ଧୁ

hina

Advertisment

ଗୋଲ୍ଡ କୋଷ୍ଟ  : ଗୋଲ୍ଡ କୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସୁଟର୍ ହୀନା ସିଦ୍ଧୁଙ୍କୁ  ସ୍ୱର୍ଣ୍ଣପଦକ। ଆଜି ମହିଳା ୨୫ ମିଟର ପିସ୍ତଲ ଇଭେଣ୍ଟରେ ସେ ଗୋଲ୍ଡ ଜିତିଛନ୍ତି। ଭାରତ ପାଇଁ ଏହା ୧୧ ତମ ସ୍ୱର୍ଣ୍ଣପଦକ। ସେହିପରି ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ହୀନାଙ୍କ ଏହା ଦ୍ୱିତୀୟ ପଦକ।

Advertisment

ପୂର୍ବରୁ ସେ ୧୦ ମିଟର ଏୟାର ପିସ୍ତଲରେ ସେ ରୌପ୍ୟ ପଦକ ଜିତିଥିଲେ। ୨୫ମିଟର ପିସ୍ତଲ ଇଭେଣ୍ଟରେ ହୀନା ୩୮ ପଏଣ୍ଟ ପାଇଥିଲେ। ରାଜ୍ୟଗୋଷ୍ଠୀ କ୍ରୀଡାରେ ଏହା ହେଉଛି ନୂଆ ରେକର୍ଡ। ଅଷ୍ଟ୍ରେଲିଆର ଏଲିନାଙ୍କୁ ପଛରେ ପକାଇ ହୀନା ଏହି ସଫଳତା ପାଇଛନ୍ତି। ଅନ୍ୟପକ୍ଷରେ ଅନୁ ସିଂ ୨୫ମିଟର ପିସ୍ତଲ ଇଭେଣ୍ଟରୁ ବିଦାୟ ନେଇଛନ୍ତି।

ସେପଟେ ଭାରତୀୟ ହକି ପ୍ରେମୀଙ୍କ ପାଇଁ ଖୁସି ଖବର ଆଣି ଦେଇଛି ଭାରତୀୟ ପୁରଷ ହକି ଦଳ। ଆଜି ମାଲେସିଆକୁ ୨-୧ ଗୋଲରେ ହରାଇ ସେମିଫାଇନାଲରେ ପ୍ରବେଶ କରିଛନ୍ତି ଭାରତୀୟ ଦଳ। ଆସନ୍ତାକାଲି ଇଂଲଣ୍ଡ ସହ ମ୍ୟାଚ୍‌ ପରେ ଗ୍ରୁପରେ କିଏ ଟପ୍ପର ହେବ ତାହା ଜଣାପଡିବ।

Advertisment

ତେବେ ଆଜି ନିରାଶ କରିଛନ୍ତି ଦୁଇ ଭାରତୀୟ ସୁଟର୍  ଗଗନ ନାରଙ୍ଗ ଓ ଚୈନ୍  ସିଂ। ୫୦ ମିଟର ରାଇଫଲ୍ ପ୍ରୋନ୍‌ର ଫାଇନାଲ୍ସରେ ଚୈନ୍ ସିଂ ଚତୁର୍ଥ ସ୍ଥାନରେ ଥିବା ବେଳେ ଗଗନ ନାରଙ୍ଗ ସପ୍ତମ ସ୍ଥାନରେ ରହିଥିଲେ।

CWG 2018 Shooter Heena Sidhu
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ