Advertisment

Curse on Team India: ଗୌତମ ଗମ୍ଭୀରଙ୍କ କୋଚିଂ ପାଇଁ ଭାରତକୁ ପଡ଼ିଛି ଶନିଦଶା !

ଟିମ୍ ଇଣ୍ଡିଆକୁ ପଡ଼ିଛି କି ଶନିଦଶା? କୋଚ୍ ଗମ୍ଭୀରଙ୍କ ନିଷ୍ପତ୍ତି ପାଲଟୁଛି କି ଅଭିଶାପ? କାହିଁକି ଲଗାତାର ବିଫଳ ହେଉଛି ଭାରତୀୟ ଦଳ?

Gautam-Gambhir

Gautam-Gambhir Photograph: (OTV)

Advertisment

ଭାରତ ଦକ୍ଷିଣ ଆଫ୍ରିକା ୨ୟ ଦିନିକିଆରେ ପୁଣି ଲଜ୍ଜା ଜନକ ପ୍ରଦର୍ଶନ କରିଛି ଟିମ୍ ଇଣ୍ଡିଆ। ଆଉ ଏହାର ସିଧା ସଳଖ ଦୋଷ ହେଡ କୋଚ ଗୌତମ ଗମ୍ଭୀରଙ୍କୁ ଦେଉଛନ୍ତି କ୍ରିକେଟ ବିଶେଷଜ୍ଞ। ଟିମ୍ ଇଣ୍ଡିଆର ଲଗାତାର ବ୍ୟାଟିଂ କ୍ରମରେ ପରିବର୍ତ୍ତନ, ଅନିୟନ୍ତ୍ରିତ ରୋଟେସନ୍ ଏବଂ ପିଚ୍-ଆଧାରିତ ରଣନୀତି ପ୍ରଶଂସକମାନଙ୍କୁ କ୍ରୋଧିତ କରିଛି। ସମାଲୋଚକମାନେ ଅଭିଯୋଗ କରିଛନ୍ତି ଯେ ଗମ୍ଭୀର ଖେଳାଳିମାନଙ୍କୁ ସେମାନଙ୍କର ସଠିକ୍ ବ୍ୟାଟିଂ ପୋଜିସନରେ ସ୍ଥିର ହେବାକୁ ଦେଉ ନାହାନ୍ତି।

Advertisment

ବାରସାପାରା ଷ୍ଟାଡିୟମରେ ଭାରତକୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୪୮୯ ରନର ବିଶାଳ ସ୍କୋର ପିଛା କରିବାର ଥିଲା। କିନ୍ତୁ ମାତ୍ର ୨୦୧ ରନରେ ଅଲଆଉଟ ହୋଇଯାଇଥିଲା ଟିମ ଇଣ୍ଡିଆ। କେବଳ ଯଶସ୍ୱୀ ଜୟସ୍ୱାଲ ୫୮ ଏବଂ ୱାଶିଂଟନ ସୁନ୍ଦରଙ୍କ ୪୮ ରନ ଛଡ଼ା ଅନ୍ୟ ଭାରତୀୟ ବ୍ୟାଟସମ୍ୟାନମାନେ ଅଧିକ ସମୟ କ୍ରିଜରେ ରହିପାରିଲେ ନାହିଁ। ତେବେ ଏସବୁ ପାଇଁ  ଗମ୍ଭୀରଙ୍କ କୋଚିଂକୁ ଦାୟୀ କରିଛନ୍ତି ସମାଲୋଚକ। କାରଣ ଗମ୍ଭୀର ବ୍ୟାଟସମ୍ୟାନ ମାନଙ୍କୁ ସଠିକ କ୍ରମରେ ବ୍ୟାଟିଂ କରିବାକୁ ଦେଉନାହାନ୍ତି। ଆଉ ମନଇଚ୍ଛା କ୍ରମରେ ବ୍ୟାଟିଂ ପାଇଁ ପଠାଉଛନ୍ତି। ଯେଉଁଥି ପାଇଁ ଏ ସ୍ଥିତି ଉପୁଜୁଥିବା ଅଭିଯୋଗ କରୁଛନ୍ତି ଫ୍ୟାନ୍ ।

ଏମିତି ବି ଗମ୍ଭୀରଙ୍କ କାର୍ଯ୍ୟକାଳରେ, ଭାରତ ଏହି ମ୍ୟାଚ୍ ପୂର୍ବରୁ ୧୮ଟି ଟେଷ୍ଟ ଖେଳିଛି, ୭ଟି ଜିତିଛି, ୯ଟି ହାରିଛି ଏବଂ ଦୁଇଟି ଡ୍ର କରିଛି। ଆଉ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖରାପ ପରିସ୍ଥିତି ଭାରତକୁ ଆଉ ଏକ ପରାଜୟ ଆଡକୁ ଠେଲି ଦେଉଛି। ସେପଟେ ପ୍ରଥମ ଟେଷ୍ଟରେ ପରାଜୟ ଏବଂ ଦ୍ୱିତୀୟ ଟେଷ୍ଟରେ ଖରାପ ପ୍ରଦର୍ଶନ ସହିତ, 2027 ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ପାଇଁ ଯୋଗ୍ୟତା ହାସଲ କରିବାର ଭାରତର ଆଶା କ୍ଷୀଣ ହେଉଥିବା ପରି ମନେ ହେଉଛି। ତେବେ ଆଗକୁ ଏପରି ସ୍ଥିତି ଜାରି ରହିଲେ ଭାରତୀୟ ଟେଷ୍ଟ ଦଳ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହେବ। ଯାହାକୁ ନେଇ ଏବେଠୁ ମାନସମନ୍ଥନ କରିବାର ଆବଶ୍ୟକତା ରହିଛି ।

Advertisment
Gautam Gambhir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ