dhoni
ନୂଆଦିଲ୍ଲୀ: ଚଳିତ ଆଇପିଏଲ୍ ସିଜିନ୍ରେ ପ୍ରଥମ ମ୍ୟାଚ୍ ଜିତିଲା ଚେନ୍ନାଇ ସୁପର କିଙ୍ଗ୍ସ। ଚେନ୍ନାଇରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମାତ୍ର ୭୦ରନ୍ରେ ଅଲ୍ଆଉଟ୍ ହୋଇଥିଲା।
ଚେନ୍ନାଇର ବୋଲିଂ ଆଗରେ ବାଙ୍ଗାଲୋରର ବ୍ୟାଟ୍ସମ୍ୟାନ୍ ତିଷ୍ଠି ପାରି ନଥିଲେ। ପାର୍ଥିବ ପଟେଲଙ୍କ ବ୍ୟତୀତ ଆଉ କୌଣସି ଖେଳାଳି ଦୁଇ ଅଙ୍କ ଛୁଇଁ ପାରି ନଥିଲେ। ହରଭଜନ ସିଂ ଓ ଇମ୍ରାନ ତାହିର ୩ଟି ଲେଖାଏ ୱିକେଟ୍ ନେଇଥିଲେ।
ଜବାବରେ ଚେନ୍ନାଇ ମାତ୍ର ୧୭.୪ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରିଥିଲା। ଅମ୍ବାତି ରାଇଡୁ ୨୮ରନ୍ କରିଥିବା ବେଳେ ସୁରେଶ ରୈନା ୧୯ ଓ କେଦାର ଯାଦବ ଅପରାଜିତ ୧୩ରନ୍ କରିଥିଲେ।
ଆଜି ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲସ ମଧ୍ୟରେ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ମୁକାବିଲା ହେବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/cskvsrcb230319_1626339321.jpg)